Posted inଫୁରସତ

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ମାତୃଭାଷାର ସୁରକ୍ଷା ପଅତି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। ଏହି ଦିବସ ଘୋଷଣା କରାଯିବା ଦ୍ୱାରା ୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ। ଆନ୍ଦୋଳନକାରୀମାନେ ବେଙ୍ଗଲୀ ଭାଷାକୁ ସ୍ବୀକୃତି ଦେବା ଲାଗି ଲଢେଇ କରୁଥିଲେ। ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ୪ ଜଣ ବେଙ୍ଗଲୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ ଜାତିସଂଘ ନିଷ୍ପତ୍ତି ନେଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଛି। ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଇଆସୁଅଛି। ଉକ୍ତ ଦିବସର ପ୍ରଥମ ସ୍ଲୋଗନ ଥିଲା-‘ଭାଷା ବିବିଧତା : ବିପଦରେ ୩ ହଜାର ଭାଷା’।
ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ,ବିଶ୍ୱରେ ଏବେ ୬୦୦୦ରୁ ଊର୍ଦ୍ଧ୍ୱ କଥିତ ଭାଷା ମଧ୍ୟରୁ ୪୫ ପ୍ରତିଶତ ବିପଦରେ। ଏହି ଭାଷାଗୁଡିକ ମଧ୍ୟରୁ ମାତ୍ର କେତେ ଶହ ଭାଷାକୁ ଏବେ ଶିକ୍ଷା କ୍ଷେତ୍ରରେ ସ୍ଥାନ ଦିଆଯାଇଛି ଓ ଶହେରୁ କମ୍‌ ଭାଷା ଡିଜିଟାଲ ଓ୍ବାଲର୍‌ଡରେ ବ୍ୟବହାର କରାଯାଉଛି। ଭାଷା ଆମ ସଂସ୍କୃତିର ରକ୍ଷକ। ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି। ବିଶ୍ୱରେ ଏହି ଦିବସ ବାଂଲାଦେଶରେ ନିଆରା ଢଙ୍ଗରେ ପାଳନ କରାଯାଏ। ଏହି ଦିବସରେ ଭାଷା ଆନ୍ଦୋଳନରେ ଶହୀଦ ହୋଇଥିବା ଶହୀଦ ସ୍ମାରକୀରେ ଫୁଲ ଅର୍ପଣ କରାଯିବା ସହ ଏହିଦିନିକୁ ଛୁଟି ଘୋଷଣା କରାଯାଇଥାଏ। ପ୍ୟାରିସ ୟୁନେସ୍କୋ ମୁଖ୍ୟାଳୟରେ ମଧ୍ୟ ପାଳନ କରାଯାଏ। ସ୍କୁଲ୍‌ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ। ‘ବିବିଧତା ମଧ୍ୟରେ ଏକତା’ ସିଦ୍ଧାନ୍ତକୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି। ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଢେର ଗୁରୁତ୍ୱ ଅଛି। ଭାଷାର କୌଣସି ସୀମା ନାହିଁ। ମାତୃଭାଷାର ସୁରକ୍ଷା କରି ଏହାକୁ ସମୃଦ୍ଧ କରାଯାଇପାରିଲେ ବିଶ୍ୱରେ ଶାନ୍ତି, ବିକାଶ ଓ ଏକତା ସହଜରେ ପ୍ରତିଷ୍ଠା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri