ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ : ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ

ବିଜେପୁର,୧୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଭୂମିହୀନଙ୍କୁ ଜମି ପଟ୍ଟା ସହ ଭତ୍ତା ଏବଂ ଶ୍ରମିକ କାର୍ଡ଼ ବଣ୍ଟନ କରିଥିଲେ। ତହସିଲଦାର ପଦ୍ମନାଭ ସାମନ୍ତରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ରୀତା ସାହୁ, ବ୍ଲକ ଅଧ୍ୟକ୍ଷା ମାନିନୀ ଭୋଇ, ଅତିରିକ୍ତ ତହସିଲଦାର ନାରାୟଣ ସାହୁ, ସିଡିପିଓ ଚନ୍ଦ୍ରା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ମଧୁବାବୁ ପେନ୍‌ସନ ଯୋଜନାରେ ୧୪୬୫, ଇନ୍ଦିରାଗାନ୍ଧୀ ଯୋଜନାରେ ୧୯୦, ବିଜେପୁର ଏନ୍‌ଏସିରେ ୫୨ଜଣଙ୍କୁ ନୂତନ ଭାବରେ ଗୋଟିଏ ମାସର ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୭୦୦ଜଣଙ୍କୁ ଶ୍ରମିକ କାର୍ଡ଼ ଓ ୧୭ଜଣ ଭୂମିହୀନଙ୍କୁ ଜମିପଟ୍ଟା ଦିଆଯାଇଥିଲା। ଟୁହିଲାମାଲର କୃଷ୍ଣଚନ୍ଦ୍ର ହରିପାଲଙ୍କୁ ମନ୍ତ୍ରୀ ସିଂ ଟ୍ରାଇସାଇକେଲ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଏସ୍‌ଇଓ ପାଣ୍ଡବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଲାଲ ନାମରେ ଗିରଫଦାରିକୁ ଏମ୍‌ଆର୍‌ଙ୍କ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨।୧୦- ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ(ଓଏସ୍‌ଆର୍‌ୟୁ) ଡାକରାରେ ଅନୁଗୋଳ ସହରରେ କାର୍ଯ୍ୟ କରୁଥିବା ସମସ୍ତ ମେଡିସିନ ରିପ୍ରେଜେଣ୍ଟେଟିଭ (ଏମ୍‌ଆର) ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ...

ଗଡ଼ିନି ଯାତ୍ରୀବାହୀ ଟ୍ରେନ୍‌, ଚାଲିଛି ଟିକେଟ ହ୍ୟାକିଂ

କେନ୍ଦ୍ରାପଡ଼ା ଅଫିସ,୨୩।୭: ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ...

ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା,...

ବହିରେ ସ୍ଥାନ ପାଇଲା ଝୁଲିମାଙ୍କ କାହାଣୀ

ଫୁଲବାଣୀ ଅଫିସ, ୨୮ା୧- କନ୍ଧମାଳ ଜିଲା ବାନ୍ଦୁଡ଼ି ଗାଁର ଭି-ଆୱାଡ୍‌ ବିଜେତା ଝୁଲିମା ମଲ୍ଲିକଙ୍କୁ ନେଇ ପୁଣି ସାରା ଦେଶରେ ଚର୍ଚ୍ଚା ା ରାଜସ୍ଥାନ ଜୟପୁରରେ...

ନାଇଜରର ଗୋଟିଏ ହଷ୍ଟେଲ ସପ୍ତାହେ କଣ୍ଟେନମେଣ୍ଟ

ଖୋର୍ଦ୍ଧା ଅଫିସ,୪।୧ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ...

ଟଙ୍କା ନ ଦେବାରୁ ଡାକ୍ତରଖାନାରେ ୧୧ ଘଣ୍ଟା ପଡ଼ିରହିଲା ମୃତଦେହ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: ରାଜ୍ୟର ଘରୋଇ ଚିକିତ୍ସାଳୟଗୁଡିକରେ କିଭଳି ମନମାନି ଚାଲିଛି ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ। କେନ୍ଦ୍ରପଡ଼ା...

ବନ୍ତ ତହସିଲଦାରଙ୍କ ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ/ ବନ୍ତ (ସ୍ବ.ପ୍ର), ୨୬।୫: କର୍ଫ୍ୟୁ କଟକଣା ସମୟରେ ବନ୍ତ ତହସିଲଦାର ଲୁଗା ଦୋକାନୀଙ୍କୁ ଦୋକାନ ଖୋଲାଇ ଶାଢ଼ୀ କିଣୁଥିବା ଘଟଣାରେ ମଙ୍ଗଳବାର ତଦନ୍ତ...

ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌...

Advertisement
Archives

Model This Week