ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଦେଖାଇଲେ ପ୍ରତିଭା: ସାଇପ୍ରସନ୍ନଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନ

ଢେଙ୍କାନାଳ ଅଫିସ, ୮।୯ – କଟକ ଇନ୍‌ଡୋର ଷ୍ଟାଡିୟମସ୍ଥିତ ଶାରଳା ଭବନ ପ୍ରେକ୍ଷାଳୟରେ ଅଗଷ୍ଟ ୨୭ରେ ଆୟୋଜିତ ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ଶ୍ରେଣୀ ଛାତ୍ର ସାଇପ୍ରସନ୍ନ ବେହେରାଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି।
କଟକସ୍ଥିତ ଉତ୍କଳ ଯୁବ ସାଂସ୍କୃତିକ ସଂଘ ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ରଥଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମେତ ଦେଶବିଦେଶର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଡ୍ରାମା, ଡ୍ୟାନ୍ସ, ନୃତ୍ୟ ଆଦି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଇପ୍ରସନ୍ନ ସମ୍ବଲପୁରୀ, ଛଉ, ଘୁମୁରା, ଧୁଡୁକି, ପାଇକ ନୃତ୍ୟ ପରିବେଷଣ କରି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଦ୍ୱାରା ପରିବେଷିତ ମୋ ଓଡ଼ିଶା ସଙ୍ଗୀତରେ ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଏକାଧିକ ବିଭାଗରେ ନିଜ ପ୍ରତିଭାର ପରିଚୟ ଦେଇଥିବାରୁ ସାଇପ୍ରସନ୍ନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସାଇପ୍ରସନ୍ନ ହେଉଛନ୍ତି ଢେଙ୍କାନାଳ ଷ୍ଟେଶନ ବଜାର ଅଞ୍ଚଳରେ ରହୁଥିବା ସଞ୍ଜୟ ବେହେରା ଏବଂ ପୁଷ୍ପଲତା ବେହେରାଙ୍କ ବଡ଼ ପୁଅ। ସେ ସ୍ଥାନୀୟ ଶିବାୟା ଡ୍ୟାନ୍ସ ଏକାଡେମୀରେ ନୃତ୍ୟ ଶିକ୍ଷା କରୁଛନ୍ତି। ଏଥିସହ ଅଲଟରନେଟିଭ୍‌ ରିଦିମ ଥିଏଟରରେ ଅଭିନୟ ତାଲିମ ନେଉଛନ୍ତି। ମଞ୍ଚ ନାଟକ ବ୍ୟାଚଲର, କୁନ୍ଦୁଲି ରାଇଜର ଝି, ବାଣା ପରାଜୟ, ଲୋଇବି ନାପାମା ନାଟକରେ ତାଙ୍କ ଅଭିନୟ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦବିକ୍ରି ବନ୍ଦ କରିବାରୁ ଗାଳି, ଅସଦାଚରଣ ଅଭିଯୋଗ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବରଦା, କୁଶିଦା, ସୋଗରଦିଆଣୀ ଗ୍ରାମର ମା’ ଦୁର୍ଗତିନାଶିନୀ ନିଶା ନିବାରଣ ମହିଳା ସଂଘ ନ୍ୟାୟ ପାଇଁ ସୋମବାର...

ଢ଼େଙ୍କାନାଳରେ ଇଦ ପାଳିତ

ଢେଙ୍କାନାଳ,୨୨।୪: ଢ଼େଙ୍କାନାଳ ସହରରେ ଶନିବାର ଇଦ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମିନାବଜାର ଠାରେ ଥିବା ମସଜିଦ ଓ କାଞ୍ଚନ...

ଯୁବକଙ୍କୁ ହାଜତରେ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: କଙ୍କଡ଼ାହାଡ଼ ଥାନା ଏଏସ୍ଆଇ ନିଲମ୍ବିତ

ଢେଙ୍କାନାଳ ଅଫିସ/କାମାକ୍ଷାନଗର(ଡି.ଏନ୍‌.ଏ.) ୧୧।୧ – ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଏତଲା ନ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ ଜଣେ ଯୁବକଙ୍କୁ ଥାନା...

ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ...

‘କଳ୍ପନା ଦି ୱାଣ୍ଡର’ ନାଟକ ମଞ୍ଚସ୍ଥ

ଢେଙ୍କାନାଳ ଅଫିସ,୧୩ା୬-ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ବୁଧବାର ଅଲଟରନେଟିଭ୍‌ ରିଦମ ଥିଏଟର ପକ୍ଷରୁ ନାଟକ ‘କଳ୍ପନା ଦି...

ବସ୍‌ଯାତ୍ରୀଙ୍କୁ ଆତଙ୍କିତ କରୁଥିଲେ ବନ୍ଧୁକଧାରୀ: ସାହସିକତା ଦେଖାଇଲେ ସିପାହି, ସବୁ ମହଲରେ ପ୍ରଶଂସା

ଢେଙ୍କାନାଳ ଅଫିସ, ୨୯ା୧୧: ଯବାନଙ୍କୁ କେବେ ବିଶ୍ରାମ ନ ଥାଏ। ସୀମାନ୍ତରେ ହେଉ ଅବା ଆଭ୍ୟନ୍ତରୀଣ ଶାନ୍ତିରକ୍ଷା, ଦେଶମାତୃକାର ସେବାରେ ସେମାନେ ଥାଆନ୍ତି ସର୍ବଦା ତତ୍ପର।...

ରାସ୍ତାରେ ଯମ, କରୋନା

ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି...

ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା...

Advertisement
Archives

Model This Week