Posted inଖେଳ

ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ନୂଆଦିଲ୍ଲୀ, ୧୭।୫: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି ସମୟ ଆଉଟଡୋର ଟ୍ରେନିଂ କରିବାପରେ ଅନୁଷ୍କାଙ୍କ ସହ ହାଲ୍‌କା ବ୍ୟାଟିଂ ଅଭ୍ୟାସ କରୁଛନ୍ତି। କୋହଲି ପ୍ରଥମେ ଅନୁଷ୍କାଙ୍କୁ କିଛି ସମୟ ଅଣ୍ଡରଆର୍ମ ବୋଲିଂ କରୁୁଛନ୍ତି। ଏହାପରେ ଗ୍ଲୋବ୍ସ ପିନ୍ଧି ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନୁଷ୍କା ପ୍ରଥମେ ଏକ ବାଉନ୍ସର ପକାଇଥିବାବେଳେ କୋହଲି ତାହାକୁ ଡିିଫେଣ୍ଡ କରୁଛନ୍ତି । ପରେ ବଲିଉଡ ଅଭିନେତ୍ରୀ ଫୁଲ୍‌ ୱାଇଡ୍‌ ବଲ୍‌ ପକାଇଛନ୍ତି, ଯାହାକି କୋହଲିଙ୍କଠାରୁ ବହୁ ଦୂରରେ ରହୁଛି। ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଖେଳାଳିଙ୍କ ପାଇଁ ଏକ ଆଇସୋଲେଶନ କ୍ୟାମ୍ପ ଆୟୋଜନ ପାଇଁ ଯୋଜନା କରୁଛି। ତେବେ ଲକ୍‌ଡାଉନ୍‌ ଯୋଗୁ ମୁମ୍ବାଇରେ ରହିଥିବା ରୋହିତ ଶର୍ମା ଓ କୋହଲିଙ୍କ ପରି ଖେଳାଳି ଏଥିରେ ଯୋଗ ଦେଇପାରିବେ ନାହିଁ। ଭାରତୀୟ ଦଳ ଶେଷଥରପାଇଁ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ବାଦ୍‌ ପଡ଼ିଲେ ରବାଡା

ମେଲବୋର୍ନ,୨୯ା୨- କାଗିସୋ ରବାଡା ଆଗାମୀ ମାସରେ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିପାରିବେ ନାହିଁ। ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୧୦-୦ ହରାଇଲା ଭାରତ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଗୋଲ ବର୍ଷା କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ...

ଆଇସିସିକୁ ରୋହିତଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୩ା୩ (ପି.ଟି.)- ଭାରତର ଦ୍ରୁତ ରନ ସଂଗ୍ରହକାରୀ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି। କାରଣ ଭଲ...

ରେନଲ୍ଟ ଛାଡ଼ିଲେ ରିକାର୍ଡୋ

ଲଣ୍ଡନ, ୧୫।୫:କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ୨୦୨୦ ଫର୍ମୁଲାୱାନ ମୋଟରରେସିଂ ସିଜନ ଗୁରୁତର ପ୍ରଭାବିତ ହୋଇଥିବାବେଳେ ୨୦୨୧ ସିଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦ରେ...

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ...

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ...

ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ...

ନାଲକୋ କପ୍‌ ବାସ୍କେଟବଲ ଉଦ୍‌ଘାଟିତ

କଟକ ଅଫିସ,୨୮।୧୧- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସିନିୟର ରାଜ୍ୟ ବାସ୍କେଟବଲ ଚାମ୍ପିୟନଶିପ ନାଲକୋ କପ୍‌-୨୦୧୯ ବୁଧବାର ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବାସ୍କେଟବଲ ଆସୋସିଏଶନ(ଓବିଏ) ଆନୁକୂଲ୍ୟରେ...

Advertisement

BGU

Archives

Model This Week

Why Dharitri