ଅନୁଷ୍କାଙ୍କ ଓ୍ବେବ୍‌ ସିରିଜ୍‌ର ଟିଜର ରିଲିଜ

ମୁମ୍ବାଇ: ୨୦୧୮ ମସିହାରେ ଜିରୋ ଫିଲ୍ମ ରିଲିଜ ପରେ ଅନୁଷ୍କା ଶର୍ମା ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିଲେ। ବର୍ତ୍ତମାନ ଏକ ଲମ୍ବା ସମୟ ପରେ ଅନୁଷ୍କା ନିଜର ପ୍ରଡକ୍ସନ ହାଉସ୍‌ ‘କ୍ଲିନ ସେଲ୍ଟ’କୁ ନିଜ ଭାଇ କର୍ନେଶ୍‌ ଶର୍ମାଙ୍କ ସହ ମିଶି ତିଆରି କରିଛନ୍ତି। ଏହି ପ୍ରଡକ୍ସନ ହାଉସ୍‌ ନିର୍ମିତ ‘ପାତାଲ ଲୋକ’ ଦର୍ଶକଙ୍କ ପାଇଁ ଆସୁଛି। ଏହାର ଟିଜର୍‌ ରିଲିଜ୍‌ କରିଦିଆଯାଇଛି। ଯାହାକୁ ମେ’ ୧୫ରୁ ଆମାଜନ୍‌ ପ୍ରାଇମ୍‌ରେ ଦର୍ଶକ ଦେଖିପାରିବେ। ଏହା ପ୍ରଥମଥର ପାଇଁ ଆମାଜନ୍‌ ପ୍ରାଇମ୍‌ ଓରିଜିନାଲରେ ଲୋକେ ଦେଖିପାରିବେ। ନିକଟରେ ଅନୁଷ୍କା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଟିଜର ଶେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସମାଜରେ ଘଟୁଥିବା କ୍ରାଇମ୍‌, ଥ୍ରୀଲର, ଆକ୍ସନ ଏବଂ ଭ୍ରଷ୍ଟାଚାରକୁ ନେଇ ଏହାର କାହାଣୀ ଆଧାରିତ। ଏହାକୁ ଦେଖିବା ପରେ ଲୋକେ ନିଜର ସମାଜିକ ଦାୟିତ୍ୱବୋଧକୁ ବୁଝିପାରିବେ। ତେବେ ଏହି ପ୍ରଡକ୍ସନ ହାଉସ୍‌ ‘ଏନ୍‌ଏଚ୍‌-୧୦’ ଏବଂ ‘ପରୀ’ ଭଳି ଫିଲ୍ମ ତିଆରି କରିସାରିଛି। ଏଥିରେ ଲିଡ୍‌ ରୋଲ୍‌ରେ ଜୟ ଅହଲାବତ୍‌, ଗୁଲ ପନ୍ନାଗ, ଅଭିଷେକ ବାନାର୍ଜୀ, ନୀରଜ୍‌ କବି ପ୍ରମୁଖ ନଜର୍‌ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌କୁ ପୁଣି ଝଟ୍‌କା, ଆଖିବୁଜିଲେ ଏହି ଅଭିନେତା

ବଲିଉଡ ଅଭିନେତା ରଞ୍ଜନ ସେହଗଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ରଞ୍ଜନ ଦୀର୍ଘଦିନ ଦିନ ହେବ ଅସୁସ୍ଥ ଥିଲେ।...

ବିବାହ ବାର୍ଷିକୀ ପାଳନ କରିବେନି ସାୟରା-ଦିଲ୍ଲିପ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ଦିଲ୍ଲିପ କୁମାର ଓ ତାଙ୍କ ପତ୍ନୀ ସାୟରା ବାନୋ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୧୧ରେ ଏମାନଙ୍କର...

କେବିସି ସେଟ୍‌ରେ ବିଶେଷ ଅତିଥି: ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ଏବେ ଘରେ ଘରେ ବେଶ୍‌ ପରିଚିତ। ଏଥର ଏହାର...

ଏହି ଅଭିନେତ୍ରୀଙ୍କ ବିବାହରେ ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର: ନର୍ଗିସ୍‌, ସିନେମା ଓ ମଦ୍ୟପାନ ଥିଲା ୩ ଦୁର୍ବଳତା

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୫ ତମ ଜନ୍ମ ବାର୍ଷିକୀ ଶନିବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ...

‘ରାମଲୀଲା’ରେ ଦୀପିକାଙ୍କ ଭୂମିକା ଲାଗି ସୋନମ୍‌ ଦେଇଥିଲେ ଲୁକ୍‌ ଟେଷ୍ଟ !

ବମ୍ବେ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲିଲା: ରାମଲୀଲା’ରେ ଦୀପିକା ନୁହନ୍ତି, ବରଂ ସୋନମ୍‌ କପୁର ଅଭିନୟ କରିଥାନ୍ତେ। ଏଥିପାଇଁ ସେ...

ରେଡ୍‌ କାର୍ପେଟ୍‌ରେ କ୍ୟାଟ୍ରିନାଙ୍କ ହଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ କ୍ୟାଟ୍‌ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌...

ଜାହ୍ନବୀ-ଇଶାନଙ୍କ ପ୍ରେମ କାହାଣୀରେ ଲାଗିଲା ଫୁଲଷ୍ଟପ!

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କ ସହ ସମୟ କାଟୁଥିବା ଶୁଣିବାକୁ ମିଳିଛି। ଆଉ ଏହା...

ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ...


Coronavirus Update

Archives

Model This Week

Why Dharitri