ଅନୁଶାସନ

ପିଲାମାନଙ୍କର ବୟସ ବଢ଼ିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢ଼ିଥାଏ। ନିଜ କାମ ନିଜେ କରିବା, ନିଜର ଅସୁବିଧା ମା’-ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା ବିଷୟରେ ସେମାନେ ଅବଗତ ହେବା ଦରକାର। ନିଜ ଦାୟିତ୍ୱ ପ୍ରତି ଅବହେଳା କଲେ ତାହାର ପ୍ରଭାବ ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ପଡିଥାଏ…

ଏକ ଶୃଙ୍ଖଳିତ ଜୀବନ ଗଢ଼ିବାରେ ଅନୁଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ପିଲାମାନେ ଏ ନେଇ ଆରମ୍ଭରୁ ସଚେତନ ରହିଲେ ତେବେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ଅର୍ଥାତ୍‌ ପିଲାମାନଙ୍କର ଭବିଷ୍ୟତକୁ ଅନୁଶାସିତ କରିବା ପାଇଁ ମା-ବାପାଙ୍କର ପ୍ରମୁଖ ଭୂମିକା ରହିଛି। ପିଲା ଯେତେବେଳେ ଛୋଟ ଥାଏ ସେତେବେଳେ ମାତା ପିତା ତାଙ୍କର ସବୁ କାମ କରିଥାନ୍ତି। ତାଙ୍କର ଖେଳନା ଠିକ୍‌ ଜାଗାରେ ରଖିବା,ବେଡ୍‌ ସଜାଡିବା,ବହି ପଡି ଯାଇଛି ତାକୁ ସଜାଡି ରଖିବା,ରୁମ୍‌କୁ ସଫାକରିବା ଏବଂ ଆଉ କେତେ କ’ଣ କାମ। ହେଲେ ବୟସ ବଢ଼ିବା ସହ ପିଲାମାନେ କିପରି ନିଜ କାମ ନିଜେ କରିପାରିବେ ସେ ନେଇ ସେମାନଙ୍କୁ ଶିଖାଇବା ଦରକାର। ତା’ସହ ସେମାନଙ୍କର ଜୀବନଶୈଳୀ କିପରି ଶୃଙ୍ଖଳିତ ହେବ ସେ ନେଇ ମା-ବାପା ଯତ୍ନବାନ ହେବା ସହ ସେମାନଙ୍କୁ ବୁଝାଇବା ଆବଶ୍ୟକ। ତେବେ ଜାଣନ୍ତୁ ସେ ସମ୍ପର୍କରେ ଟିପ୍ସ …
ସମୟାନୁବର୍ତ୍ତିତା : ନିଜ ଜୀବନକୁ ସରସ ସୁନ୍ଦର ଭାବରେ ଗଢ଼ି ତୋଳିବାକୁୂ ହେଲେ ପିଲାମାନେ ପ୍ରଥମେ ସମୟାନୁବର୍ତ୍ତୀ ହେବା ନିହାତି ଦରକାର। ସମୟର ମୂଲ୍ୟବୋଧ ସେମାନଙ୍କୁ ଶିଖାନ୍ତୁ। ଏହାଦ୍ୱାରା ସେମାନେ ନିଜ କାମକୁ ନିଜେ ବେଶ୍‌ ସୁଚାରୁରୂପେ ସମ୍ପାଦନ କରିପାରିବେ।
ଦାୟିତ୍ୱବୋଧ : ପିଲାମାନଙ୍କର ବୟସ ବଢ଼ିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢ଼ିଥାଏ। ନିଜ କାମ ନିଜେ କରିବା, ନିଜର ଅସୁବିଧା ମା-ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା ବିଷୟରେ ସେମାନେ ଅବଗତ ହେବା ଦରକାର। ନିଜ ଦାୟିତ୍ୱ ପ୍ରତି ଅବହେଳା କଲେ ତାହାର ପ୍ରଭାବ ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ପଡିଥାଏ।
ଆଚାର ବ୍ୟବହାର : ନିଜକୁ ପ୍ରଶଂସାଭାଜନ କରିବା ପଛରେ ପିଲାଟିର ଆଚାର ବ୍ୟବହାରର ଭୂମିକା ରହିଛି। ଗୁରୁଜନଙ୍କୁ ସମ୍ମାନ ଦେବା, କାହା ସହ କିପରି କଥା ହେବା, ସାମାନ୍ୟ କଥାରେ ଉତ୍ତେଜିତ ନ ହୋଇ ଶାନ୍ତ ସରଳ ଭାବରେ ତାହାକୁ ସମାଧାନ କରିବା ବିଷୟରେ ପିଲା ଜାଣିବା ଦରକାର। ଯଦି ଏଥିରେ କିଛି ଫରକ ଅନୁଭବ କରୁଛନ୍ତି ତେବେ ପିଲାଟିକୁ ଏ ନେଇ ଶିଖାଇବାକୁ ଭୁଲନ୍ତୁ ନାହିଁ।
ଅଭ୍ୟାସ : ପିଲାମାନେ ଯେ ମନକୁ ମନ ସବୁକଥା ଶିଖିଯିବେ ସେପରି ଭାବନା ପ୍ରଥମେ ମା-ବାପା ନିଜ ମନରୁ ଦୂର କରିବା ଆବଶ୍ୟକ। ନିଜ କାମ ନିଜେ କରିବା, ଭଲ କଥା ଶିଖିତ୍ବାକୁ ସେମାନେ କିପରି ଅଭ୍ୟାସ କରିବେ ତାହା ଆରମ୍ଭରୁ ହିଁ ଶିଖାଇବା ଦରକାର। ଛୋଟ ପିଲା ଯେତେବେଳେ ଖେଳଣା ଖେଳୁଛି ସେତେବେଳେ ତାକୁ ଖେଳଣା ଖେଳିବା ପରେ ତାକୁ ସଜାଡି ରଖିବା ଲାଗି କୁହନ୍ତୁ। କାମ ଛୋଟ ହେଉ ନା କାହିଁକି ତାକୁ ଏପରି ଅଭ୍ୟାସ କରାନ୍ତୁ ଯେପରି ସମୟକ୍ରମେ ତାହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯିବ।
ଏବେ ଡେରି ହୋଇ ନାହିଁ : ଇଂଲିଶରେ ଗୋଟିଏ କଥା ଅଛି ‘ଇଟ୍ସ ନେଭର ଟୁ ଲେଟ୍‌ ଟୁ ଷ୍ଟାର୍ଟ’। ଏହାର ଅର୍ଥ ହେଉଛି ଆରମ୍ଭ କରିବାର ସମୟ ଏବେ ଡେରି ହୋଇନାହିଁ। ଯଦି ଆପଣଙ୍କ ପିଲା ବଡ ହୋଇଗଲାଣି ତେବେ ତାକୁ ନିଜ ରୁମ୍‌କୁ କିପରି ସଫାସୁତୁରା ରଖିବ ଏବଂ ଜିନିଷପତ୍ରଗୁଡିକୁ ସଜାଡି ରଖିବ ସେ ସମ୍ପର୍କରେ ଶିଖାନ୍ତୁ। ପ୍ରଥମରୁ ସଫା ରୁମ୍‌ ରଖିବା ଶିଖାନ୍ତୁ ପରେ ସେ ତା ନିଜ ହିସାବରେ କିପରି ରୁମ୍‌କୁ ସଜାଇବ ତା ଉପରେ ଛାଡି ଦିଅନ୍ତୁ।
ପିଲାଙ୍କ ମୁତାବକ ଜିନିଷ ଚୟନ କରନ୍ତୁ : ପିଲାଙ୍କ ବେଡ୍‌ ରୁମ୍‌ ହେଉ ଅବା ଷ୍ଟଡି ରୁମ୍‌-ପିଲାର ପସନ୍ଦ ଅନୁଯାୟୀ ଜିନିଷ ସେଠାରେ ରହିଲେ ତାହା ସେମାନଙ୍କ ମନରେ ଖୁସି ଆଣିଥାଏ। ପରଦାଠାରୁ ଆରମ୍ଭ କରି ତକିଆ ପର୍ଯ୍ୟନ୍ତ ବେଡ୍‌ ବି ରଙ୍ଗିନ ଓ ସୁନ୍ଦର ହେବା ଆବଶ୍ୟକ। ଯଦି ଫର୍ନିଚର ତାଙ୍କ ହିସାବରେ ନାହିଁ ତେବେ ତାଙ୍କ ହିସାବରେ ଅନୁକୂଳ ମୁତାବକ କରିପାରିବେ। ଏମିତିରେ ଫର୍ନିଚରକୁ ଅଲଗା ଅଲଗା ରଙ୍ଗରେ ସଜାଇ ପାରିବେ। ଜିନିଷ ଏମିତି ହେବା ଆବଶ୍ୟକ ଯାହାକୁ ପିଲା ନିଜେ ସଫା କରି ରଖି ପାରିବ।
ବେଡ୍‌ ସଜାଡିବା : ପିଲାମାନେ ନିଜ ବେଡ୍‌କୁ ନିଜେ ସଜାଡି ପାରୁଛନ୍ତି କି ନାହିଁ ପ୍ରଥମେ ଲକ୍ଷ୍ୟ କରନ୍ତୁ। ଯଦି କିଛି ଏପଟସେପଟ ହେଉଛି ତେବେ ତାହାକୁ ପରିବର୍ତ୍ତନ କରିବାକୁ ଶିଖାନ୍ତୁ ଯଥା ବେଡଶିଟ୍‌କୁ କିପରି ଠିକ୍‌ କରାଯିବ, ତକିଆ ଆଦିକୁ କିପରି ସଜଡାଯିବ ଓ କେତେଦିନରେ ବଦଳାଇବା ଆବଶ୍ୟକ ଆଦି।
ଅନାବଶ୍ୟକ ଜିନିଷକୁ କାଢ଼ି ଦିଅନ୍ତୁ : ଯେଉଁ ଜିନିଷ କାମରେ ଆସୁନି ତାକୁ କାଢ଼ି ଦିଅନ୍ତୁ କିମ୍ବା କାହାର ଆବଶ୍ୟକ ଆସୁଥିବା ଭଳି ଲୋକଙ୍କୁ ଦେଇ ଦିଅନ୍ତୁ। ହୋଇପାରେ ପିଲାଙ୍କ ଦ୍ୱାରା ଏହି କାମ କରାନ୍ତୁ। ଏହାଦ୍ୱାରା ସେ ଅନ୍ୟଙ୍କ ଲାଗି ଭାବିବ ଓ ତାଙ୍କ ପ୍ରତି ସେ ସମ୍ବେଦନଶୀଳ ହୋଇପାରିବ।
ପିଲା ଯେତେବେଳେ ନିଜ ରୁମ୍‌କୁ ନିଜ ହିସାବରେ ସେଟ୍‌ କରି ଦେଉଛି ତେବେ ତା’ର ଫଟୋ କିଛି ଉଠାଇ ରଖନ୍ତୁ। ଏହି ଫଟୋକୁ ତା’ର ଷ୍ଟଡି ଟେବୁଲ୍‌ ପାଖରେ ଓ ବେଡ୍‌ ପାଖରେ ରଖି ସଜାଇ ପାରିବେ। ଏହାଦ୍ୱାରା ସେ ଜାଣିବ ଯେ ଖୋଲାମେଲା ହୋଇପଡିଥିବା ରୁମ୍‌କୁ କେଉଁଠି କେଉଁ ଜିନିଷ ରଖିଲେ ସୁନ୍ଦର ଲାଗିବ ଓ ଏ ବିଷୟରେ ତା’ର ଟିକେ ଆଇଡିଆ ହୋଇଯିବ।

ସେମାନେ ଯାହା କରନ୍ତି…
ବ୍ୟବହାର ଉପରେ ଗୁରୁତ୍ୱ ଦିଏ: -କୁଞ୍ଜଲତା ରାଉତ,
ଜଗନ୍ନାଥ ନଗର, ଭୁବନେଶ୍ୱର
ମୋ ପୁଅ ଛୋଟ ବେଳରୁ ନିଜ ବହି ପତ୍ରକୁ ସଜାଡି ରଖିବା ତା’ର ଏକ ଅଭ୍ୟାସ ।
ବହିପତ୍ର ସହ ସେ ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଏ। ମୋ ପିଲା କିପରି ଅନ୍ୟମାନଙ୍କୁ ଭଦ୍ର ବ୍ୟବହାର କରିବ ସେ ନେଇ ସବୁବେଳେ ସଜାଗ ଥାଏ। ଏ ନେଇ ତାକୁ ପିଲାଟି ଦିନରୁ ବୁଝାଇ ଆସିଛି। ତେଣୁ ସେ ନିଜ ବ୍ୟବହାର ନେଇ ବେଶ୍‌ ସଚେତନ। ତା’ସହ ପିଲାର ଶୃଙ୍ଖଳିତ ଜୀବନଶୈଳୀ, ପାଠପଢ଼ା ପ୍ରତି ମଧ୍ୟ ନଜର ଦିଏ।

ପିଲାମାନଙ୍କର ରୁଟିନ୍‌ ଲାଇଫ ଉପରେ ଗୁୁରୁତ୍ୱ ଦିଏ
-ସୁପ୍ରିୟା ପଟ୍ଟନାୟକ, ଯାତ୍ରାଗାଚି,ନିୟୁ ଟାଉନ,କୋଲକାତା
ଆଜିକାଲି ପିଲାମାନେ ନିଜକୁ କେବଳ ପାଠପଢ଼ା ନୁହେଁ ଅନ୍ୟ ବିଷୟ ସହ ଜଡିତ ରଖି ସେଥିରେ ନିଜର ପାରିଦର୍ଶିତ ଦେଖାଇ ପାରୁଛନ୍ତି। ତେଣୁ ସେମାନଙ୍କର ଶୃଙ୍ଖଳିତ ଜୀବନଧାରା ପାଇଁ ରୁଟିନ ପ୍ରସ୍ତୁତ କରିବା ଦରକାର। କେତେବେଳେ ସେମାନେ କ’ଣ କରିବେ ତାହା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦିଏ। ସେଥିପାଇଁ ଟାଇମଟେବୁଲ ପ୍ରସ୍ତୁତ କରିଛି। ଯେହେତୁ ମୋ ସ୍ବାମୀ ନିଜ ଚାକିରି ପାଇଁ ଅଧିକ ସମୟ ଦିଅନ୍ତି ତେଣୁ ପିଲା ପ୍ରତି ମୁଁ ଅଧିକ ଯତ୍ନବାନ ହୋଇଥାଏ। ସେ କେତେବେଳେ ଖାଇବ, ପଢ଼ିବ, ଖେଳିବ, ଟିଭି ଦେଖିବ-ସବୁ କଥାରୁ ମୁଁ ଟାଇଟ ଫିକ୍ସ କରିଛି। ଏହା ସହ ସେ କାହା ସହ କିପରି କଥା ହେଉଛି ତାକୁ ମଧ୍ୟ ନଜର ଦିଏ। ପିଲାଟି ଯଦି ଭଲ କାମ କରୁଛି ତେବେ ତାକୁ ସେ ଦିଗରେ ଉତ୍ସାହିତ କଲେ ତାହାର ଆଗ୍ରହ ବଢ଼ିଥାଏ। ଗୋଟିଏ କଥା-ଅନ୍ୟ ଲୋକଙ୍କ ସମ୍ମୁଖରେ ପିଲାର ମନ୍ଦଗୁଣ ଗପିବା ଠିକ୍‌ ନୁହେଁ, କାରଣ ଏହାର ଖରାପ ପ୍ରଭାବ ପିଲା ଉପରେ ପଡିଥାଏ। ଘରର ପରିବେଶ ଏପରି ହେବା ଦରକାର ଯାହାଦ୍ୱାରା ପିଲାଟି ନିଜ ଜୀବନଶୈଳୀକୁ ଶୃଙ୍ଖଳିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri