ଅନୁଭୂତି: ମହାପ୍ରଭୁଙ୍କ ସେବା ଲାଗି ଜ୍ୱର ଭଲ ହୋଇଯାଇଥିଲା

ମହାପ୍ରଭୁଙ୍କ ଅଣସର ଗୁପ୍ତ ନୀତି ପାଇଁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦେଉଛି। ମହାପ୍ରଭୁଙ୍କ ଏହି ଅନନ୍ୟ ସେବା କରିଆସୁଥିବା ବଡ଼ ଓଡ଼ିଆ ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ ଅନେକ ଅନୁଭୂତି ସାଉଣ୍ଟିଛନ୍ତି। ଏକ ଅଭୁଲା ଅନୁଭୂତି ସମ୍ପର୍କରେ ସେ କହିଛନ୍ତି, ୨୦୦୭ ମସିହା ରଥଯାତ୍ରା ସମୟର କଥା। ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା। ଏହାପରେ ମଠ ପକ୍ଷରୁ ଯାହା ବିଧି ଥିଲା ତାହା ସମ୍ପନ୍ନ କରି ରଥଯାତ୍ରା ପରଦିନ ରାତି ପ୍ରାୟ ୧୨ଟାରେ ଅନ୍ୟ ମଠ ମହନ୍ତଙ୍କ ସହ ମୁଁ ଫେରୁଥାଏ। ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥାଏ। ରାତିରେ ସେହି ପାଣିରେ ଚାଲି ଚାଲି ଆସୁଥାଏ। ମଝିରେ ଅସରାଏ ବର୍ଷା ବି ହେଲା। ହେଲେ କେଉଁଠି ଆଶ୍ରୟ ନ ନେଇ ସେହି ବର୍ଷାରେ ଓଦା ହୋଇ ମଠରେ ପହଞ୍ଚତ୍ଲି। ସକାଳକୁ ପ୍ରବଳ ଜ୍ୱର। ଆଉ ଦୁଇଦିନ ପରେ ହେରାପଞ୍ଚମୀ। ଆସନ୍ତାବର୍ଷ ପାଇଁ ଫୁଲୁରି ତେଲ ଲାଗି ସାମଗ୍ରୀ ପ୍ରସ୍ତୁତ କରାଯାଇ ମାଟିତଳେ ପୋତାଯିବ। ଏହି କଥା ଭାବୁଥାଏ। ହେଲେ ଜ୍ୱର ବଢୁଥାଏ ସିନା କମୁ ନ ଥାଏ। ହେରାପଞ୍ଚମୀ ଦିନ ସକାଳୁ ଜ୍ୱର ଏତେମାତ୍ରାରେ ଥିଲା ଯେ, ଉଠିବା ପାଇଁ ଆଦୌ ଇଚ୍ଛା ହେଉ ନ ଥାଏ। ସକାଳୁ ଜଣେ ଡାକ୍ତର ମଠରେ ପହଞ୍ଚତ୍ଲେ। ସେ ଜ୍ୱର ମାପି କିଛି ଔଷଧପତ୍ର ଦେଇ ବସିଥାନ୍ତି। ମୁଁ ମୁହଁ ତଳକୁ କରି ଶୋଇଥାଏ। ସେଇଠି ମହାପ୍ରଭୁଙ୍କୁ ସ୍ମରଣ କଲି। ପ୍ରଭୁ, ମୋତେ ଗୋଟିଏ ସେବା କରିବାର ସୁଯୋଗ ଦେଲ। ହେଲେ ଆଜି ଏମିତି ଅବସ୍ଥା ଯେ ସେହି ସେବା କରିବା ମୋ ପକ୍ଷେ ସମ୍ଭବ ହେଉନି। ଯାହା କରୁଛ କର, ମାତ୍ର ୨ଘଣ୍ଟା ପାଇଁ ମୋତେ ଟିକେ ସୁସ୍ଥ କରିଦିଅ। ଫୁଲୁରି ତେଲ ପ୍ରସ୍ତୁତି ବିଧି ସରିବା ପରେ ବରଂ ଦେହ ଖରାପ ହେଉ। ଯଦି କିଛି କର୍ମଫଳ ଅଛି ମୁଁ ଭୋଗିବାକୁ ପ୍ରସ୍ତୁତ ବୋଲି ଏମିତି ମନେ ମନେ ଠାକୁରଙ୍କୁ ଡାକୁଥାଏ। ଏହାପରେ ଯାହା ଘଟିଲା ଆଜି କହିବା ବେଳକୁ ଦେହ ଶୀତେଇ ଯାଉଛି। ହଠାତ୍‌ ମୁଁ କିଛି ଜାଣିପାରିଲିନି। ହେଲେ ଅନୁଭବ କଲି ଜଣେ ତ୍ରିପଣ୍ଡ କଳା (ସୁନ୍ଦର ଚେହେରା), ବୟସ୍କ ବ୍ୟକ୍ତି ମୋ’ ମୁଣ୍ଡଠାରୁ ପିଠି ପର୍ଯ୍ୟନ୍ତ ହାତ ମାରିଦେଲେ। କହିଲେ କିଛି ହେବନି, ଯଦି ମୋ’ ପାଖରେ ତୁ ସମ୍ପୂର୍ଣ୍ଣ ସମର୍ପିତ ତେବେ ମୋ’ ଉପରେ କ’ଣ ଭରସା ନାହିଁ? ମୋ’ ସେବା କରିବା ପାଇଁ ତତେ ଆଣିଛି ପରା। ତୁ ସେହି ସେବା କରିବୁ, ଏତିକି କହି ପୁଣି ଆଉଁଷି ଦେଇ କେଉଁଆଡେ ଚାଲିଗଲେ। ହଠାତ୍‌ ମୋ’ ନିଦ ଭାଙ୍ଗିଗଲା। ଘର ଆଲୋକିତ ହୋଇଗଲା ଆଉ ଚନ୍ଦନ, କର୍ପୂର, କସ୍ତୁରୀ ମହମହ ହୋଇ ବାସିଲା। ଡାକ୍ତର ବି ସେଇଠି ବସିଛନ୍ତି। ସେ ବି କହିଲେ କଣ ଗୋଟିଏ ବାସ୍ନା ହେଲା। ଏହାପରେ ଉଠିବସିଲି। କହିଲି ଗାଧୋଇବି। ଡାକ୍ତର କହିଲେ ଜ୍ୱର ଏତେ ଅଛି, ଗାଧୋଇବ କଣ? କହିଲି, ନା କିଛି ନାହିଁ। ସେତେବେଳକୁ ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଗାଧୋଇ ଫୁଲୁରି ତେଲ ପ୍ରସ୍ତୁତିର ସବୁ କର୍ମ ଶେଷ କରିବାର ପ୍ରାୟ ଘଣ୍ଟାଏ ପରେ ପୁଣି ଯେଉଁ ଜ୍ୱରକୁ ସେହି ଜ୍ୱର। ଧୀରେ ଧୀରେ ପ୍ରାୟ ୩ଦିନ ପରେ ପୁଣି ସମ୍ପୂର୍ଣ୍ଣ ସୁସ୍ଥ ହେଲି। ଏହା କେବଳ ମହାପ୍ରଭୁଙ୍କ ଇଚ୍ଛା ବୋଲି ମହନ୍ତ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଡିଜିପିଙ୍କ କଲ୍‌ସେଣ୍ଟର ପରିଦର୍ଶନ: ୩ ଅଭିଯୋଗକାରୀଙ୍କଠାରୁ ରିପୋର୍ଟ ନେଲେ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଥାନାରେ ସ୍ବଚ୍ଛତା ଆସିବ। ମିଳିବ ନ୍ୟାୟ ଓ ପୋଲିସର ଉତ୍ତମ ବ୍ୟବହାର। ଏନେଇ...

ଡିସେମ୍ବର ସୁଦ୍ଧା ଟ୍ବିନ୍‌ସିଟିରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର,୩।୭(ବ୍ୟୁରୋ): କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍‌ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍‌ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ...

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ଏହି ଦିନ ବିଷୁବରେଖାରେ ଅବସ୍ଥାନ କରନ୍ତି। ବର୍ଷକ ୩୬୫ ଦିନ ହେଉ ବା ୩୫୪ ଦିନ ହେଉ...

ଲିଙ୍କ୍‌ରୁ ଡାଉନ୍‌ଲୋଡ୍‌ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୫ (ବ୍ୟୁରୋ): କରୋନା ସଂକ୍ରମିତଙ୍କ ଟେଷ୍ଟକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ ଆପ୍‌’ ତିଆରି କରିଛନ୍ତି। ଏହି ଆପ ଜରିଆରେ ଜଣେ...

ବଦଳିଲେ ୨୭ ମେଡିକାଲ ଅଫିସର

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାର ୨୭ ଜଣ ମେଡିକାଲ ଅଫିସରଙ୍କୁ ପଦୋନ୍ନତି ଓ ବଦଳି କରିଛନ୍ତି। ଏ ନେଇ ଶନିବାର ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ...

ଓଏସ୍‌ଏଚ୍‌ବି ଅଧ୍ୟକ୍ଷ ପ୍ରିୟଦର୍ଶୀଙ୍କ ମାତୃବିୟୋଗ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ...

ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ୨ କରୋନା ରୋଗୀ ଚିହ୍ନଟ

କଟକ ଅଫିସ,୬ା୬-ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜଠାରେ କରୋନାର ଲକ୍ଷଣ ସନ୍ଦେହ କରି...

ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା...

Advertisement

BGU

Archives

Model This Week

Why Dharitri