Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ବିଏସ୍‌ଏଫ୍‌ ଦେଲା କଡ଼ା ଜବାବ

ଶ୍ରୀନଗର,୬।୧୦: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। କିଛି ଆତଙ୍କବାଦୀ କୁପଓ୍ବାରା ଜିଲାର ନୌଗାମ୍‌ ସେକ୍ଟରରେ ରବିବାର ଅନୁପ୍ରବେଶ କରୁଥିବାବେଳେ ବିଏସ୍‌ଏଫ୍‌ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରି ପଳାଇଛନ୍ତି। ପାକିସ୍ତାନ ଲଞ୍ଚ୍‌ ପ୍ୟାଡ୍‌ରେ ଶହେରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ମାଛଲି ସେକ୍ଟରର ତେଜିୟାଂରେ ଲଶ୍କର-ଇ-ତୋଏବାର ୪-୫ ଦଳ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରିଥିବାବେଳେ କୃଷ୍ଣା ଘାଟି ସେକ୍ଟରର ବଟାଲି ମୋହାଲିଠାରେ ୨ ଆତଙ୍କବାଦୀ ଦଳ, କେଜି ସେକ୍ଟରର ନଟ୍ଟାରଠାରେ ୨ ଦଳ ଅନୁପ୍ରବେଶ ଲାଗି ଯୋଜନା କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବିଜି ସେକ୍ଟରର ନିକଟରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରର ସଲହୁନ୍‌ ଏବଂ ମାତରିଆଠାରେ ଜୈଶ୍‌-ଇ-ମହମ୍ମଦ୍‌ ୫୦ ଏବଂ ଲଶ୍କର-ଇ-ତୋଏବାର ୩୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କେରନ୍‌ ସେକ୍ଟରରେ ଅଲ୍‌-ବଦର ଏବଂ ଲଶ୍କର ସଂଗଠନର ୯୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ସୁଯୋଗକୁ ଅପେକ୍ଷା କରିଥିବା ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍‌ତାରପୁର କରିଡର:ପାକିସ୍ତାନ ଯିବେନି ମନମୋହନ

ନୂଆଦିଲ୍ଲୀ,୪-୧୦(ପି.ଟି.):କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ। ତେବେ ସେ ପାକିସ୍ତାନ ଯିବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ପଷ୍ଟ...

ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର...

ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି

ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍‌ଏସ୍‌):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ...

ଖୋଲିଲା ବଦ୍ରିନାଥ ଧାମ: ଶ୍ରଦ୍ଧାଳୁଙ୍କର ଲାଗିଛି ଭିଡ

ଡେରାଡୁନ,୮ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ରବିବାର ସକାଳୁ ବଦ୍ରିନାଥ ଧାମ ଖୋଲାଯାଇଛି । ଗ୍ରୀଷ୍ମକାଳ ପାଇଁ ବଦ୍ରିନାଥ ମନ୍ଦିରର...

ରାହୁଲଙ୍କ ଫୋନକୁ ଟ୍ୟାପ କଲେ କ’ଣ ମିଳିବ

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନକୁ ଟ୍ୟାପ କରିବାର କୌଣସି ଆବଶ୍ୟକତା ନାହିଁ। ପେଗାସସ୍‌ ଉପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା ବରିଷ୍ଠ କଂଗ୍ରେସ...

ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ

ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ।...

ଦେଶରେ ୫ ଲକ୍ଷରୁ ଅଧିକ ପୋଲିସ ପଦବୀ ଖାଲି, ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ, ୧୫।୩ : ଦେଶରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପୋଲିସ ପଦବୀ ଖାଲି ପଡ଼ିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷରୁ ଅଧିକ ପଦବୀ...

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ...

Advertisement
Archives

Model This Week