ଅନୁଗୋଳ ଅଫିସ, ୨୬।୪- ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ ଛାନିଆ ହୋଇପଡ଼ିଛନ୍ତି। ତେବେ ଅନୁଗୋଳରେ ଏପରି ରୋଗ ସମ୍ପର୍କରେ ମେଡିକାଲ–କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଶୁଣିବାକୁ ପାଇଛନ୍ତି ବୋଲି ଏଡିଏମ୍ଓ ମେଡିକାଲ ଲକ୍ଷ୍ମୀଧର ବିଶୋଇ କହିଛନ୍ତି।
୨୦୧୭ରେ ଅନୁଗୋଳ ଜିଲାରେ ସ୍ବାଇନ ଫ୍ଲୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଏଥିରେ କେହି ଜଣେ ବି ଆକ୍ରାନ୍ତ ହୋଇ ନ ଥିଲେ। ଚଳିତବର୍ଷ ଏହି ରୋଗରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଜିଲା ବାହାରେ ହୋଇଥିବାବେଳେ ସେମାନେ ଅନୁଗୋଳ ସହରାଞ୍ଚଳରେ ରହୁଥିଲେ। ଚଳିତ ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଯାଇଥିବା ସ୍ବାମୀ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଅନୁଗୋଳର ଏକ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ପରୀକ୍ଷା ପରେ ସେ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଘଟଣାର ୨ ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ଜିଲା ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିବା ସୂଚନା ମିଳିିଛି। ଅନ୍ୟପକ୍ଷରେ ମେଡିକାଲରେ ଏକ ସ୍ପେଶାଲ ୱାର୍ଡ ଖୋଲାଯାଇଛି। କିନ୍ତୁ ସହରବାସୀଙ୍କୁ ଏ ନେଇ ସଚେତନ କିମ୍ବା ସତର୍କ କରାଯାଇ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଅନୁଗୋଳ ଏଡିଏମ୍ଓ ହେଲ୍ଥ ରାଜେଶ ସାହୁ କହିଛନ୍ତି, ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୯ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲୋକଙ୍କ ପାଇଁ ପ୍ରିଭେଣ୍ଟିଭ ମଗାଯାଇଛି। ଖୁବ୍ଶୀଘ୍ର ଏହି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ତେବେ ଡାକ୍ତର ଓ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏଡିଏମ୍ଓ ମେଡିକାଲ ବିଶୋଇ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ରାଜ୍ୟ View All
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା
ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…
ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ
ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…
ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ
ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…
ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍ ସିଲିଣ୍ଡର, ଜବତ କରି ଉପଜିଲାପାଳ…
ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍ ସିଲିଣ୍ଡର୍କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…
ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…
ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍ କାଟ୍
ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍କାଟ୍ ହେବ ନାହିଁ…
ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ
କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍ ଡ୍ୟାମ୍, ନଳକୂପ ଶୁଖିଯାଉଛି।…
Archives

