ଅନିଶ୍ଚିତତାରେ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଭାଗ୍ୟ

କଟକ ଅଫିସ୍‌,୧୨ା୩: ଓଡ଼ିଶାରେ ଚିଟ୍‌ଫଣ୍ଡ ଏକ ରାଜନୈତିକ ପ୍ରସଙ୍ଗ ହୋଇଆସିଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ଚିଟ୍‌ଫଣ୍ଡ ଅସ୍ତ୍ରକୁ ପୂର୍ବରୁ ବ୍ୟବହାର କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୩ ଜୁଲାଇ ୯ରେ ତଦନ୍ତ କମିଶନ ଗଠନ କରିଥିଲେ ଏବଂ ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ। କୁହାଗଲା ତଦନ୍ତ ହେବ, କ୍ଷତିଗ୍ରସ୍ତମାନେ ଟଙ୍କା ଫେରସ୍ତ ପାଇବେ। ଇତିମଧ୍ୟରେ ପ୍ରଥମ ଦଫାରେ ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମାତ୍ର ୨୨ଶହ ଜଣ ଟଙ୍କା ଫେରସ୍ତ ପାଇଥିବାବେଳେ କମିଶନଙ୍କ କାର୍ଯ୍ୟ ଅଧାରୁ ବନ୍ଦ ହୋଇଯାଇଛି। ସରକାରଙ୍କ ପକ୍ଷରୁ କମିଶନ ଜଷ୍ଟିସ୍‌ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ଆଉ ବଢ଼ା ଗଲାନାହିଁ। ଫଳରେ ମାର୍ଚ୍ଚ ୩ତାରିଖଠାରୁ କମିଶନ ଶୁଣାଣି ବନ୍ଦ କରିଦେଇଛନ୍ତି। ଏନେଇ କଟକ ବକ୍ସିବଜାରସ୍ଥିତ କାର୍ଯ୍ୟାଳୟରେ ନୋଟିସ ମରାଯାଇଛି। ଫଳରେ ଯେଉଁ ଲକ୍ଷାଧିକ ଜମାକାରୀ ଟଙ୍କା ଫେରିପାଇବା ନେଇ ଆଶା ରଖିଥିଲେ ତାହା ମଉଳି ଯାଇଛି। ଅନ୍ୟପକ୍ଷରେ କମିଶନ୍‌ ଗଠନ ପରଠୁ ୨୦୧୯ ଜୁଲାଇ ସୁଦ୍ଧା ୫କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଧାନସଭାରେ ଅର୍ଥମନ୍ତ୍ରୀ ଉତ୍ତର ରଖିଥିଲେ। ଏତେ ଟଙ୍କା ଖର୍ଚ୍ଚ ହେବା ପରେ ଏବେ ହଠାତ୍‌ ବନ୍ଦ କରିଦେବାକୁ ନେଇ ପ୍ରଶ୍ନ ଉଠିଛି।
ଚିଟ୍‌ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ହଇଚଇ ହେବା ପରେ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜଷ୍ଟିସ୍‌ ରାଧାକୃଷ୍ଣ ପାତ୍ର କମିଶନ୍‌ ଗଠନ କରିଥିଲେ। ଏ ସମ୍ପର୍କିତ ବିଜ୍ଞପ୍ତିରେ ୫ଟି ଟର୍ମ ଅଫ୍‌ ରେଫରେନ୍ସ ଜାରି କରାଯାଇଥିଲା। ଚିଟ୍‌ଫଣ୍ଡ ଠକେଇରେ କେଉଁ ସଂସ୍ଥା ଓ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, କେଉଁମାନେ ଏହାକୁ ପ୍ରୋତ୍ସାହନ ଦେଉଥିଲେ, କ୍ଷତିଗ୍ରସ୍ତ ଜାମାକାରୀଙ୍କ ସ୍ବାର୍ଥ କିପରି ରକ୍ଷା କରାଯାଇପାରିବ, ଭବିଷ୍ୟତରେ ଜମାକାରୀଙ୍କୁ କିଭଳି ଆର୍ଥିକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ଏବଂ ଜମାକାରୀଙ୍କ ସହିତ ସମ୍ପୃକ୍ତ ଯେକୌଣସି ପ୍ରସଙ୍ଗରେ କମିଶନ ତଦନ୍ତ କରିପାରିବେ। ତେବେ ତଦନ୍ତ ମଝିରେ ଜଷ୍ଟିସ ପାତ୍ରଙ୍କ ପରଲୋକ ହୋଇଥିଲା। ତାଙ୍କ ସ୍ଥାନରେ ଜଷ୍ଟିସ୍‌ ମଦନମୋହନ ଦାସଙ୍କୁ ସରକାର ୨୦୧୫ ଫେବୃୟାରୀ ୫ରେ ନିଯୁକ୍ତ କରିଥିଲେ। ଏହାର କିଛି ଦିନ ପରେ ଅର୍ଥାତ୍‌ ୨୦ ତାରିଖରେ ସରକାର ଏକ ସଂଶୋଧିତ ଟର୍ମ ଅଫ୍‌ ରେଫରେନ୍ସ ଜାରି କରିଥିଲେ। ଜମାକାରୀଙ୍କୁ ଚିହ୍ନଟ କରିବା ଏବଂ କର୍ପସ ଫଣ୍ଡରୁ କ୍ଷୁଦ୍ର ଜମାକାରୀଙ୍କୁ କିଭଳି ଟଙ୍କା ଫେରସ୍ତ ଦିଆଯିବ ସେ ନେଇ ସୁପାରିସ କରିବା ବ୍ୟବସ୍ଥା ଯୋଡ଼ାଯାଇଥିଲା। ୨୦୧୯ ଡିସେମ୍ବର ୧୧ରେ ସରକାର ପୁଣିଥରେ ସଂଶୋଧନ ଆଣି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ବ୍ୟବସ୍ଥା କରିଥିଲେ। ୧୦ ହଜାର କିମ୍ବା ତା’ଠାରୁ କମ୍‌ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଗଣନା କରାଯିବ ବୋଲି କୁହାଯାଇଥିଲା।
ପ୍ରଥମ ପର୍ଯ୍ୟାୟରେ ଜମାକାରୀଙ୍କ ପକ୍ଷରୁ ୮ଲକ୍ଷ ୯୬ ହଜାର ୩୧୨ଟି ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଥିଲା। ସେସବୁକୁ ତର୍ଜମା କରି କମିଶନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ଦେଇଥିଲେ। ତଦନୁଯାୟୀ ୪ ଲକ୍ଷ ୯୭ ହଜାର ୮୪୪ ଜଣଙ୍କୁ କ୍ଷୁଦ୍ର ଜାମାକାରୀ ଭାବେ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କୁ ଜମା ଟଙ୍କା ଫେରସ୍ତ ପାଇଁ ସୁପାରିସ ହୋଇଥିଲା। ସେଥିରୁ ମାତ୍ର ୨୨ଶହ ଜଣଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଥିଲା। ସେସବୁର ଡିଜିଟାଇଜେଶନ୍‌ କାର୍ଯ୍ୟ ଚାଲିଥିବାବେଳେ ଶୁଣାଣି ଆରମ୍ଭ ହୋଇନାହିଁ। କମିଶନ ଅଷ୍ଟମ ଅନ୍ତରୀଣ ରିପୋର୍ଟ କାର୍ଯ୍ୟ ଜାରି ରଖିଥିବା ବେଳେ ତାଙ୍କ କାର୍ଯ୍ୟକାଳ ଗତ ଫେବୃୟାରୀ ୪ରେ ଶେଷ ହୋଇଥିଲା। ଏନେଇ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଅବଗତ କରାଯାଇଥିଲା। ଏହାର ପ୍ରାୟ ୧ ମାସ ପରେ ମଧ୍ୟ ସରକାର କାର୍ଯ୍ୟକାଳ ନ ବଢ଼ାଇବାରୁ କମିଶନ ତାଙ୍କ ଶୁଣାଣି ମାର୍ଚ୍ଚ ୩ରେ ବନ୍ଦ କରିଦେଇଥିଲେ।
ସୂଚନାଥାଉ କି ସରକାର ଆରମ୍ଭରୁ ପ୍ରତି ୩ ମାସ କିମ୍ବା ୬ ମାସକୁ ଥରେ କମିଶନଙ୍କ କାର୍ଯ୍ୟକାଳ ବଢ଼ାଇ ଆସୁଥିଲେ। ପୂର୍ବରୁ ଜଷ୍ଟିସ୍‌ ପାତ୍ରଙ୍କ କାର୍ଯ୍ୟକାଳ ତିନିଥର ବଢ଼ିଥିଲା। ୨୦୧୯ ଅଗଷ୍ଟ ୪ରେ ଜଷ୍ଟିସ୍‌ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। କିନ୍ତୁ ଏହାର ୨ ଦିନ ପୂର୍ବରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ ବଢ଼ାଇଥିଲେ। ଏହି ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଏ ଦିଗରେ ସରକାର ଆଉ ଆଗ୍ରହ ଦେଖାଇନାହାନ୍ତି।
ଜମାକାରୀ ସୁବାସ ବେହେରା କହିଛନ୍ତି ଯେ, ୩ଟି ବଣ୍ଡ୍‌ରେ ୫ ଲକ୍ଷ ୧୦ ହଜାର ଟଙ୍କା ସି-ଶୋର ସଂସ୍ଥାରେ ଜମା ରଖିଥିଲି। ମ୍ୟାଚୁରିଟି ଟଙ୍କାରେ ଝିଅ ବିବାହ କରାଇବି ବୋଲି ଲକ୍ଷ୍ୟ ଥିଲା। ହେଲେ ହଠାତ୍‌ ସଂସ୍ଥା ବୁଡ଼ିଯିବା ପରେ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଏବେ ବହୁକଷ୍ଟରେ ଝିଅ ବିବାହ ଶେଷ କରିଛି। ମୋ ଭଳି ଅନେକ ଲୋକ ଠକାମିର ଶିକାର ହୋଇ ସର୍ବସ୍ବାନ୍ତ ହୋଇଛନ୍ତି ବୋଲି ବେହେରା କହିଛନ୍ତି। ଜମାକାରୀ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ କହିଛନ୍ତି ଯେ, କମିଶନକୁ ଅଧାରୁ ବନ୍ଦ କରିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। କାରଣ ଠିକ୍‌ ତଦନ୍ତ ହୋଇଥିଲେ, ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା, ଯାହା ସରକାର ଚାହୁନାହାନ୍ତି। କମିଶନଙ୍କ କାର୍ଯ୍ୟକାଳ ବଢ଼ିଲେ ଜମାକାରୀମାନେ ଫାଇଦା ପାଇବେ। କ୍ଷତିଗ୍ରସ୍ତଙ୍କ ଠିକ୍‌ ତାଲିକା ପ୍ରସ୍ତୁତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri