Posted inଜାତୀୟ

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସ୍ତାବ ଦେଇଥିଲେ ହେଁ ଏହାକୁ ଦଳର ବରିଷ୍ଠ ନେତାମାନେ ଅଗ୍ରାହ୍ୟ କରିଦେଇଥିଲେ। ଏହା ସତ୍ତ୍ୱେ ଚିନ୍ତାଧାରାରେ ପରିବର୍ତ୍ତନ କରିନାହାନ୍ତି ରାହୁଲ। ସେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁ ନ ଥିବାରୁ ଦଳକୁ ନୂଆ ମୁଖ୍ୟ ଖୋଜିବାକୁ ପଡିବ ବୋଲି କହିଥିବା ଏକ ସୂତ୍ରରୁ ଜଣାପଡିଛି।
ଦଳର ପରାଜୟକୁ ନେଇ ସେ ଏଭଳି ମର୍ମାହତ ହୋଇ ପଡିଛନ୍ତି ଯେ, ନବନିର୍ବାଚିତ ଏମ୍‌ପିମାନଙ୍କୁ ଭେଟିବାକୁ ଚାହୁଁନାହାନ୍ତି। ତାଙ୍କର ସମସ୍ତ ବୈଠକ ଓ ଅନ୍ୟକୁ ସାକ୍ଷାତ ଦେବା ପାଇଁ ଆପଏଣ୍ଟମେଣ୍ଟ ବାତିଲ ହୋଇଯାଇଛି। ତେବେ ସେ ଦଳର ଦୁଇ ବରିଷ୍ଠ ନେତା ଅହମଦ ପଟେଲ ଏବଂ କେ.ସି. ବେଣୁଗୋପାଳଙ୍କୁ ସୋମବାର ସକାଳେ ଭେଟି ନୂଆ ମୁଖ୍ୟ ଚୟନ କରିବା ଲାଗି କହିଥିବା ଜଣାପଡିଛି। ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପାଇଁ ବଦ୍ଧପରିକର ହୋଇଥିଲେ ମଧ୍ୟ ଏହି ପଦବୀ ଉଚ୍ଛେଦ ଚାହୁଁନାହାନ୍ତି। ନୂଆ ମୁଖ୍ୟ ଚୟନ ଲାଗି ସମୟ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି। ରାହୁଲଙ୍କ ଏହି ନିଷ୍ପତ୍ତିରେ ତାଙ୍କ ମାଆ ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ସହମତି ରହିଥିବା ଜଣାପଡିଛି। ପ୍ରଥମେ ସେମାନେ ରାହୁଲଙ୍କ ନିଷ୍ପତ୍ତି ବଦଳାଇବାକୁ ଉଦ୍ୟମ କରିଥିଲେ ହେଁ କଂଗ୍ରେସ ମୁଖ୍ୟ ସମେତ ଦଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ଥିବା ସ୍ବୀକାର କରିଛନ୍ତି। ଦଳରେ ପରିବର୍ତ୍ତନ ପାଇଁ କଂଗ୍ରେସ ନେତାମାନେ କହିବା ସତ୍ତ୍ୱେ ରାହୁଲ ତାଙ୍କ ମନୋଭାବରେ ପରିବର୍ତ୍ତନ କରିନାହାନ୍ତି।
ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଦଳ ସର୍ବସମ୍ମତି କ୍ରମେ ପ୍ରତ୍ୟାଖାନ କରିଥିବା ଶନିବାର କଂଗ୍ରେସ କହିଥିବାବେଳେ କାର୍ଯ୍ୟକାରୀ କମିଟିର ରୁଦ୍ଧଦ୍ୱାର ବୈଠକର ପବିତ୍ରତାକୁ ସମ୍ମାନ ଦେବା ଲାଗି ସୋମବାର ଗଣମାଧ୍ୟମକୁ କହିଛି। କୌଣସି ଗୁଜବରେ ନ ପଡି ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଲାଗି ଉଦ୍ୟମକୁ ଅପେକ୍ଷା କରିବାକୁ କୁହାଯାଇଛି। ବରିଷ୍ଠ ନେତାମାନେ ଦଳ ସ୍ବାର୍ଥ ଅପେକ୍ଷା ନିଜର ତଥା ପିଲାମାନଙ୍କ ପ୍ରାର୍ଥତ୍ତ୍ୱ ଉପରେ ଅଧିକ ଧ୍ୟାନ ଦେଲେ ବୋଲି କାର୍ଯ୍ୟକାରୀ କମିଟି ବୈଠକରେ ରାହୁଲ ଦୋଷାରୋପ କରିଥିଲେ। ସେ କାହା ନାଁ ନେଇ ନ ଥିଲେ। ତେବେ ଅନେକ ବରିଷ୍ଠ ନେତାଙ୍କ ପିଲାମାନେ ନିର୍ବାଚନରେ ପରାଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ଦଳର ସ୍ବାର୍ଥ ପାଇଁ ରାହୁଲ ଚାହିଁଲେ ସାଂଗଠନିକ ସ୍ତରରେ ଏବଂ କଂଗ୍ରେସ ଶାସିତ ରାଜ୍ୟ ସରକାରରେ ପରିବର୍ତ୍ତନ କରିପାରିବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ଏଥିପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ତାଙ୍କୁ କ୍ଷମତା ଦେଇଛି। ୫ ମାସ ତଳେ ଗେହଲଟଙ୍କ ନେତୃତ୍ୱରେ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିଥିବାବେଳେ ଲୋକ ସଭା ନିର୍ବାଚନରେ ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଥିପାଇଁ ଗେହଲଟ ଦଳ ଭିତରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri