Posted inଫୁରସତ

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି – ଏସବୁ ପୁରାଣ କାହାଣୀରେ ଅଥବା ଫାଣ୍ଟାସୀ ଫିଲ୍ମରେ ଦେଖିବାକୁ ମିଳିଥାଏ। ତାହାକୁ ମଣିଷ ମନର କାଳ୍ପନିକତା ବୋଲି ଧରି ନିଆଯାଏ। ହେଲେ ସତସତିକା ଜୀବନରେ ସେସବୁ ଦେଖିବାକୁ ମିଳି ନଥାଏ। ମାତ୍ର ଯଦି କେବେ କାହାରି ହାବୋଡ଼ରେ ପଡ଼ିଯାଏ ସେମିତିକା ଗୋଟେ ଜୀବ ତା’ହେଲେ ହୋସ୍‌ ଉଡ଼ିଯିବା ସ୍ବାଭାବିକ୍‌। ସେମିତିକା ଗୋଟିଏ ଘଟଣା ଘଟିଛି ଆମେରିକାର ସାନ୍‌ ବେନିଟୋରେ। ସାନ୍‌ ବେନିଟୋର ନଈକୁଳିଆ ରାସ୍ତାରେ କାର ଚଳେଇ ଆସୁଥିଲେ ଦୁଇଜଣ ବନ୍ଧୁ। ହଠାତ୍‌ ସେମାନେ ଦେଖିଲେ ଦୁଇଟି ଅଦ୍ଭୁତ ଜୀବ ନଈରୁ ପାଣି ପିଉଛନ୍ତି। ସେଗୁଡ଼ିକ ଦେଖିବାକୁ ତ କୁକୁର ଭଳି। ମାତ୍ର ସେମାନଙ୍କର ଅର୍ଦ୍ଧେକାଂଶ ଠିକ୍‌ ଯେମିତି ମଣିଷର ଅଙ୍ଗ। ଏହା ଦେଖି ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେମାନେ ଗାଡ଼ି ରଖି ସେହି ଅଦ୍ଭୁତ ଜୀବ ଦୁଇଟିର ଫଟୋ ନେବାକୁ ଚାହିଁଥିଲେ। ମାତ୍ର ଅତି ଚତୁର ସେହି ପ୍ରାଣୀ ଦୁଇଟି ଘାସବୁଦା ଭିତରେ ପଶି କୁଆଡ଼େ ଗାଏବ୍‌ ହୋଇଯାଇଥିଲେ। ଅବଶ୍ୟ ଜଣେ କିଛି ସେକେଣ୍ଡର ଭିଡ଼ିଓ କରିବାକୁ ସଫଳ ହୋଇଛନ୍ତି। ମାତ୍ର ତାହା ଖୁବ୍‌ ଅସ୍ପଷ୍ଟ। ଏ ଘଟଣା ଲୋକଲୋଚନକୁ ଆସିବା ପରେ ଗୋଟିଏ କଥା କୁହାଯାଇପାରିବ ଯେ, ପୁରାଣ କିମ୍ବା କାଳ୍ପନିକ କାହାଣୀରେ କୁହାଯାଇଥିବା ସବୁକଥା ମିଛ କିମ୍ବା କଳ୍ପନା ହୋଇ ନପାରେ। ଅଳ୍ପ ହେଉ ପଛକେ କିଛି ନା କିଛି ସତ୍ୟତା ନିଶ୍ଚୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri