Posted inଫୁରସତ

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି – ଏସବୁ ପୁରାଣ କାହାଣୀରେ ଅଥବା ଫାଣ୍ଟାସୀ ଫିଲ୍ମରେ ଦେଖିବାକୁ ମିଳିଥାଏ। ତାହାକୁ ମଣିଷ ମନର କାଳ୍ପନିକତା ବୋଲି ଧରି ନିଆଯାଏ। ହେଲେ ସତସତିକା ଜୀବନରେ ସେସବୁ ଦେଖିବାକୁ ମିଳି ନଥାଏ। ମାତ୍ର ଯଦି କେବେ କାହାରି ହାବୋଡ଼ରେ ପଡ଼ିଯାଏ ସେମିତିକା ଗୋଟେ ଜୀବ ତା’ହେଲେ ହୋସ୍‌ ଉଡ଼ିଯିବା ସ୍ବାଭାବିକ୍‌। ସେମିତିକା ଗୋଟିଏ ଘଟଣା ଘଟିଛି ଆମେରିକାର ସାନ୍‌ ବେନିଟୋରେ। ସାନ୍‌ ବେନିଟୋର ନଈକୁଳିଆ ରାସ୍ତାରେ କାର ଚଳେଇ ଆସୁଥିଲେ ଦୁଇଜଣ ବନ୍ଧୁ। ହଠାତ୍‌ ସେମାନେ ଦେଖିଲେ ଦୁଇଟି ଅଦ୍ଭୁତ ଜୀବ ନଈରୁ ପାଣି ପିଉଛନ୍ତି। ସେଗୁଡ଼ିକ ଦେଖିବାକୁ ତ କୁକୁର ଭଳି। ମାତ୍ର ସେମାନଙ୍କର ଅର୍ଦ୍ଧେକାଂଶ ଠିକ୍‌ ଯେମିତି ମଣିଷର ଅଙ୍ଗ। ଏହା ଦେଖି ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେମାନେ ଗାଡ଼ି ରଖି ସେହି ଅଦ୍ଭୁତ ଜୀବ ଦୁଇଟିର ଫଟୋ ନେବାକୁ ଚାହିଁଥିଲେ। ମାତ୍ର ଅତି ଚତୁର ସେହି ପ୍ରାଣୀ ଦୁଇଟି ଘାସବୁଦା ଭିତରେ ପଶି କୁଆଡ଼େ ଗାଏବ୍‌ ହୋଇଯାଇଥିଲେ। ଅବଶ୍ୟ ଜଣେ କିଛି ସେକେଣ୍ଡର ଭିଡ଼ିଓ କରିବାକୁ ସଫଳ ହୋଇଛନ୍ତି। ମାତ୍ର ତାହା ଖୁବ୍‌ ଅସ୍ପଷ୍ଟ। ଏ ଘଟଣା ଲୋକଲୋଚନକୁ ଆସିବା ପରେ ଗୋଟିଏ କଥା କୁହାଯାଇପାରିବ ଯେ, ପୁରାଣ କିମ୍ବା କାଳ୍ପନିକ କାହାଣୀରେ କୁହାଯାଇଥିବା ସବୁକଥା ମିଛ କିମ୍ବା କଳ୍ପନା ହୋଇ ନପାରେ। ଅଳ୍ପ ହେଉ ପଛକେ କିଛି ନା କିଛି ସତ୍ୟତା ନିଶ୍ଚୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେରୁ ଦିଲ୍ଲୀ ହସ୍ପିଟାଲରେ ପ୍ରତିରୋପଣ ପାଇଁ ପହଞ୍ଚିଲା ହୃଦୟ: ମହିଳାଙ୍କୁ ମିଳିଲା ନୂଆ ଜୀବନ

ନୂଆଦିଲ୍ଲୀ,୧୯।୨: ମାତ୍ର ୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେର ରୁବି ହଲ୍‌ କ୍ଲିନିକ୍‌ରୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲରେ ପ୍ରତିରୋପଣ ପାଇଁ ହୃଦୟ ପହଞ୍ଚିଛି।...

ଏହି ଗାଁର ସମସ୍ତ ପରିବାର ଧନୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଦରମା ଜାଣିଲେ…

ସାଧାରଣତଃ ସହର ବଜାରର ଲୋକେ ଚାକିରିଆ ଆଉ ଏମାନଙ୍କ ଦରମା ଅଧିକ ହୋଇଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଗାଁରେ ରହୁଥିବା ପ୍ରତ୍ୟେକ...

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ...

ନଦୀ କୁହେ ସଭ୍ୟତା କଥା

ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ...

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

ପର୍ଯ୍ୟଟନର ଗାଁ

ଓଡ଼ିଶାରେ ରହିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ପୁଣି ଏମିତି କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ହୋଇପାରେ । ଏହାକୁ ଗ୍ରାମ୍ୟ ପର୍ଯ୍ୟଟନ...

ମଡର୍ନ ଆପ୍ଲିକ

ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା...

Advertisement
Archives

Model This Week