ଆସିକା,୨୬ା୫(ଡି.ଏନ.ଏ.)- ସୁରଟରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ରବିବାର ସନ୍ଧ୍ୟାରେ ରାସ୍ତାରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଟଳିଗୁଡା ଗ୍ରାମର ପ୍ରଫୁଲ୍ଲ କୁମାର ସ୍ବାଇଁ (୪୫)। ୧୨ ବଷର୍ର୍ୀୟ ନିଜ ପୁଅ ଅନିଲଙ୍କ ସହ ପ୍ରଫୁଲ୍ଲ ସୁରଟରୁ ଶ୍ରମିକ ଟ୍ରେନରେ ଫେରୁଥିଲେ। ରବିବାର ସନ୍ଧ୍ୟାରେ ଟ୍ରେନରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ ା ଛତିଶଗଡ଼ ରାୟପୁର ନିକଟସ୍ଥ ମହାସମୁନ୍ଦ ରେଳ ଷ୍ଟେଶନରେ ତାଙ୍କୁ ଟ୍ରେନରୁ ଓହ୍ଲାଇ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ା ତେବେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପ୍ରଫୁଲ୍ଲଙ୍କ ଆତ୍ମୀୟମାନେ ରବିବାର ରାତିରେ ସେଠାକୁ ଯିବାଲାଗି ଆସିକା ଥାନା ପୋଲିସର ସହାୟତା ଲୋଡ଼ିଥିଲେ ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏ ନେଇ ଗଞ୍ଜାମ ଏସ୍ପିଙ୍କୁ ଜଣାଇଥିଲେ। ଏସ୍ପି ବ୍ରିଜେଶ କୁମାର ରୟ ଛତିଶଗଡ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରି ପ୍ରଫୁଲ୍ଲଙ୍କ ଆମତ୍ୀୟଙ୍କୁ ସେଠାରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ ା ସୋମବାର ସନ୍ଧ୍ୟାରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି ା ପ୍ରଫୁଲ୍ଲଙ୍କର କରୋନା ସଂକ୍ରମଣ ନେଇ ଲକ୍ଷଣ ମିଳି ନ ଥିବାରୁ ମୃତଦେହକୁ ଗ୍ରାମକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ା
୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…
ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…
ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…
ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…
ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…
ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…
ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…
ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍
ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…
ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…
ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…
ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…
ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…
ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…
ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…
Archives

