Posted inଖେଳ

ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ମାଲିଙ୍ଗା

କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍‌ ମାଲିଙ୍ଗା ପ୍ରସ୍ତୁତ ଥିବା କହିଛନ୍ତି। ‘ଟି୨୦ କ୍ରିକେଟ୍‌ରେ ପ୍ରଭାବ ପକାଇବା ଲାଗି ଶ୍ରୀଲଙ୍କା ଦଳ ପାଖରେ ପର୍ଯ୍ୟାପ୍ତ ଦକ୍ଷତା ନାହଁି। ଶ୍ରୀଲଙ୍କା ବୋଲରମାନେ ପ୍ରତିପକ୍ଷକୁ ଅଟକାଇବା ଲାଗି ସକ୍ଷମ ନୁହେଁ ଏବଂ ମ୍ୟାଚ୍‌ରେ ଲଢ଼ିବା ଲାଗି ଆବଶ୍ୟକ ୧୭୦ ରନ କରିବାକୁ ଏହାର ବ୍ୟାଟ୍ସମ୍ୟାନ ଅସମର୍ଥ’ ବୋଲି ଭାରତ ଗସ୍ତରୁ ପ୍ରତ୍ୟାବର୍ତ୍ତନ ପରେ ଖବରଦାତା ସମ୍ମିଳନୀରେ ମାଲିଙ୍ଗା ଏହା କହିଛନ୍ତି। ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଦଳର ଏହି ପ୍ରଦର୍ଶନ ଲାଗି ସେ ଦାୟୀ। ଏଥିସହ ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ରହିଛି। ୨୦୧୪ ବିଶ୍ୱକପ୍‌ରେ ମାଲିଙ୍ଗା ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ। ଏହାପରେ ୨୦୧୮ ଡିସେମ୍ବରରେ ପୁନର୍ବାର ତାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚର୍ଚ୍ଚାରେ କୋହଲିଙ୍କ ନୂଆ ପୋଷ୍ଟ

ହାମିଲଟନ୍‌, ୧୭।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିସାରିବା ପରେ ଏବେ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି।...

ଟସ୍‌ ଜିତିଲା ଇଂଲଣ୍ଡ

ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି...

କଳିଙ୍ଗରେ ହକି କମ୍ପନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି): ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ଦମ୍‌ଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ...

ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ...

ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳି ଭାବେ ଭାରତ ପକ୍ଷରୁ ଡେବ୍ୟୁ କଲେ ଏହି କ୍ରିକେଟର୍‌

କଲମ୍ବୋ,୨୯।୭: ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲଙ୍କୁ ପୁରସ୍କୃତ କରାଯାଇଛି। ଆଇପିଏଲରେ ବିରାଟ କୋହଲିଙ୍କ ଦ୍ୱାରା ଅଧିନାୟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ...

୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିବା ବୋଲର୍‌ ଭାରତୀୟ ଦଳରେ ସାମିଲ୍‌: ବିଜୟ ଆଶାରେ ବିରାଟବାହିନୀ

ଓଭାଲ,୨।୯: ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣାଙ୍କୁ ଦଳରେ ସାମିଲ...

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ...

୮୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ରାଜକୋଟ, ୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ପରାସ୍ତ କରିଛି ଟିମ୍‌...

Advertisement
Archives

Model This Week