ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ

ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି ଅଫିସ କାର୍ଯ୍ୟ ମଧ୍ୟ ହେଉନାହିଁ। ଅଫିସର ସମସ୍ତ କାଗଜପତ୍ର ବନ୍ଧା ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ କେବଳ ୨ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ଦେଉଳବେଡାଠାରେ ନୂତନଭାବେ ଖୋଲାଯାଇଥିବା ଅଫିସ ଗୃହକୁ ଜଗି ରହିଛନ୍ତି। ଅଧିକ ରାଜସ୍ବ ଆଦାୟ କରୁଥିବା ଅଫିସକୁ ବର୍ଷାଧିକ ହେଲା କାହିଁକି ପଙ୍ଗୁ କରି ରଖାଯାଇଛି ତାହା ସାଧାରଣରେ ବୁଝାପଡ଼ୁ ନାହିଁ।
ପ୍ରକାଶ ଯେ, ବହୁ ଦାବି ଓ ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ସ୍ଥିତ ଏକ ଭଡ଼ାଘରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା। ୨୦୧୮ ମେ ୧୨ରେ ଅନୁଗୋଳର ଜଏଣ୍ଟ କମିଶନର ଏହି ଅଫିସକୁ ଅନୁଗୋଳକୁ ସ୍ଥାନାନ୍ତର କରିନେବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ତାଳଚେର ବିଧାୟକଙ୍କ ଚାପରେ ଏହା ବନ୍ଦ ରହିଥିଲା। ମେ ୧୩ରେ ଅନୁଗୋଳର ଜଏଣ୍ଟ କମିଶନର ଅଫିସ ସ୍ଥାନାନ୍ତର ବନ୍ଦ ରହିଲା ବୋଲି ପୁନର୍ବାର କହିଥିଲେ। ତେବେ ହଠାତ ଜୁନ୍‌ ୨୨ରେ ତୁରନ୍ତ ଅଫିସ ଅନୁଗୋଳକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଳଚେର ସିଟିଓ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ୨୦୧୮ ଜୁନ ୨୪ରେ ତାଳଚେର ସିଟିଓ ବାଣିଜ୍ୟକର ଅଫିସ କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ପ୍ରସ୍ତୁତ କରୁଥିବା ବେଳେ ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ। ସେବେଠାରୁ ଅଫିସର କାଗଜପତ୍ର, ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏମ୍‌ସିଏଲ୍‌ ଓ ଏନ୍‌ଟିପିସିର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଦା ହୋଇଛି। ଏହାକୁ ଜଣେ ପିଅନ ଜଗି ରହିଛନ୍ତି। ଗତ ନଭେମ୍ବର ମାସରେ ଦେଉଳବେଡା କଲୋନୀସ୍ଥିତ ଏମ୍‌ସିଏଲ୍‌ର ଏକ ଘରେ ନୂତନ ଭାବେ ବାଣିଜ୍ୟକର ଅଧିକାରୀଙ୍କ ଅଫିସ ଖୋଲାଯାଇଛି। କିନ୍ତୁ ଏଠାରେ କୌଣସି ଅଧିକାରୀ ନାହାନ୍ତି କି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା କାଗଜପତ୍ର ଓ ଆସବାବପତ୍ର ଏଠାକୁ ଅଣାଯାଇନାହିଁ। କେବଳ ନାମକୁ ମାତ୍ର ଅଫିସ ଖୋଲାଯାଇଛି। ୨ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ଏଠାରେ ଅଛନ୍ତି। ଗତ ୧୮ ମାସ ହେଲା ଏଭଳି ଅଚଳାବସ୍ଥା ଲାଗି ରହିଥିଲେ ହେଁ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ପଳରେ ଏଠିକାର ବ୍ୟବସାୟୀମାନେ ବିଭିନ୍ନ କାର୍ଯ୍ୟରେ ଅନୁଗୋଳ ଜିଲା କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ତାଳଚେରକୁ ଶ୍ରୀହୀନ କରିବାକୁ କେତେକ ଅଧିକାରୀ ଏପରି ଚକ୍ରାନ୍ତ କରିଥିବା ଆଲୋଚନା ହେଉଛି। ତୁରନ୍ତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଅନୁଗୋଳର ଜଏଣ୍ଟ କମିଶନରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri