ଗୁରୁତର ଭାବେ ହ୍ରାସପାଉଛି ଭୂତଳ ଜଳସ୍ତର: ସଙ୍କଟ ଟାଳିବ ବର୍ଷାଜଳ ସଂରକ୍ଷଣ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୫ଟି ବ୍ଲକରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଉଥିବାବେଳେ ୪୪ଟି ବ୍ଲକରେ ପରିସ୍ଥିତି ସଙ୍ଗିନ ହେଲାଣି। କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବର୍ଷା ହ୍ରାସ ପାଇବା ସହ ଭୂତଳ ଜଳ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଆସନ୍ତା ବର୍ଷରୁ ସରକାର ରାଜ୍ୟରେ ଛାତ ଉପର ବର୍ଷା ଜଳ ସଂରକ୍ଷଣ(ରୁଫ୍‌ ଟପ୍‌ ଓ୍ବାଟର ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୪୯ ବ୍ଲକ ଏବଂ ୨୭ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ ହେବ। ସେହି ବ୍ଲକଗୁଡିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୟାଗଡ଼ ସଦର, ଢେଙ୍କାନାଳ ସଦର, ତିଗିରିଆ, ଓଡ଼ାପଡା, କଟକ ସଦର, ନାଉଗାଁ, କୁଜଙ୍ଗ, ଜଗତ୍‌ସିଂହପୁର, ରସୁଲପୁର, ବିଞ୍ଝାରପୁର, ଦଶରଥପୁର, କାକଟପୁର, ବାଲିପାଟଣା, ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଆଳି, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର, ସୋର, କଣ୍ଟାମାଳ, ଗଞ୍ଜାମ, ହିଞ୍ଜିଳିକାଟୁ, ଆସ୍କା, ଯୋଡା, ଧାମନଗର, ଭଦ୍ରକ, ଭଣ୍ଡାରିପୋଖରୀ, ତାଳଚେର, କଣିହଁା, ତରଭା, ସୋନପୁର, ବିଶ୍ରା, ଭଟଲି, ଝାରବନ୍ଧ, ବରଗଡ଼, ସୋହେଲା, ଲୋଇସିଂହା, ରାସଗୋବିନ୍ଦପୁର, ବଡସାହି, ବେତନଟି ଏବଂ ଯାଜପୁର। ସେହିପରି ୨୭ ସହରାଞ୍ଚଳ ହେଲା ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ଼, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୪୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବ୍ଲକଗୁଡିକରେ ଥିବା ସମସ୍ତ ସରକାରୀ କୋଠା ଛାତ ଉପର ବର୍ଷାଜଳ ସଂରକ୍ଷଣ କରାଯିବ। ସହରାଞ୍ଚଳଗୁଡିକରେ ଉଭୟ ସରକାରୀ ଓ ବେସରକାରୀ ଗୃହଗୁଡିକୁ ଏଥିରେ ସାମିଲ କରାଯିବ। ଛାତ ଉପର ଜଳ ସଂରକ୍ଷଣ ଯୋଜନାରେ ଘରୋଇ ଲୋକମାନଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଅଯଥାରେ ବର୍ଷା ଜଳ ବୋହି ନ ଯାଇ ଭୂଗର୍ଭକୁ ସିଧା ଯାଇ ପାରିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ବୃଦ୍ଧି ଘଟିବ। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ଅଞ୍ଚଳଗୁଡିକୁ ସାମିଲ କରାଯାଇଛି। ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା କରାଯିବ ବୋଲି ଭୂଗର୍ଭ ଜଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ମୁଣ୍ଡପିଛା ୩୮୦୨.୮୪ ଘନ ମିଲିଲିଟର ଜଳ ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୫୦୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲିଲିଟରକୁ ଖସି ଆସିଛି। ୨୦୩୦ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବ। ସେତେବେଳକୁ ରାଜ୍ୟରେ ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲିଲିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ୍‌ ନଦୀରେ ବାର୍ଷିକ ୯୫,୫୪୦ ନିୟୁତ କ୍ୟୁବିକ ମିଟର ଜଳ ପ୍ରବାହିତ ହେଉଥିବା ବେଳେ ସେଥିରୁ ୪୪,୪୫୦.୩୫ ନିୟୁତ କ୍ୟୁବିକ୍‌ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଅର୍ଦ୍ଧାଧିକ ଅର୍ଥାତ୍‌ ୫୧୦୮୯.୬୫ ନିୟୁତ କ୍ୟୁବିକ୍‌ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ୨୦୫୦ ବେଳକୁ ଉଭୟ ଭୂପୃଷ୍ଠ ଓ ଭୂଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ୍‌)ରୁ ୧୨୯ ବିସିଏମ୍‌କୁ ଖସିଯିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?