ଗୁରୁତର ଭାବେ ହ୍ରାସପାଉଛି ଭୂତଳ ଜଳସ୍ତର: ସଙ୍କଟ ଟାଳିବ ବର୍ଷାଜଳ ସଂରକ୍ଷଣ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୫ଟି ବ୍ଲକରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଉଥିବାବେଳେ ୪୪ଟି ବ୍ଲକରେ ପରିସ୍ଥିତି ସଙ୍ଗିନ ହେଲାଣି। କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବର୍ଷା ହ୍ରାସ ପାଇବା ସହ ଭୂତଳ ଜଳ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଆସନ୍ତା ବର୍ଷରୁ ସରକାର ରାଜ୍ୟରେ ଛାତ ଉପର ବର୍ଷା ଜଳ ସଂରକ୍ଷଣ(ରୁଫ୍‌ ଟପ୍‌ ଓ୍ବାଟର ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୪୯ ବ୍ଲକ ଏବଂ ୨୭ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ ହେବ। ସେହି ବ୍ଲକଗୁଡିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୟାଗଡ଼ ସଦର, ଢେଙ୍କାନାଳ ସଦର, ତିଗିରିଆ, ଓଡ଼ାପଡା, କଟକ ସଦର, ନାଉଗାଁ, କୁଜଙ୍ଗ, ଜଗତ୍‌ସିଂହପୁର, ରସୁଲପୁର, ବିଞ୍ଝାରପୁର, ଦଶରଥପୁର, କାକଟପୁର, ବାଲିପାଟଣା, ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଆଳି, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର, ସୋର, କଣ୍ଟାମାଳ, ଗଞ୍ଜାମ, ହିଞ୍ଜିଳିକାଟୁ, ଆସ୍କା, ଯୋଡା, ଧାମନଗର, ଭଦ୍ରକ, ଭଣ୍ଡାରିପୋଖରୀ, ତାଳଚେର, କଣିହଁା, ତରଭା, ସୋନପୁର, ବିଶ୍ରା, ଭଟଲି, ଝାରବନ୍ଧ, ବରଗଡ଼, ସୋହେଲା, ଲୋଇସିଂହା, ରାସଗୋବିନ୍ଦପୁର, ବଡସାହି, ବେତନଟି ଏବଂ ଯାଜପୁର। ସେହିପରି ୨୭ ସହରାଞ୍ଚଳ ହେଲା ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ଼, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୪୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବ୍ଲକଗୁଡିକରେ ଥିବା ସମସ୍ତ ସରକାରୀ କୋଠା ଛାତ ଉପର ବର୍ଷାଜଳ ସଂରକ୍ଷଣ କରାଯିବ। ସହରାଞ୍ଚଳଗୁଡିକରେ ଉଭୟ ସରକାରୀ ଓ ବେସରକାରୀ ଗୃହଗୁଡିକୁ ଏଥିରେ ସାମିଲ କରାଯିବ। ଛାତ ଉପର ଜଳ ସଂରକ୍ଷଣ ଯୋଜନାରେ ଘରୋଇ ଲୋକମାନଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଅଯଥାରେ ବର୍ଷା ଜଳ ବୋହି ନ ଯାଇ ଭୂଗର୍ଭକୁ ସିଧା ଯାଇ ପାରିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ବୃଦ୍ଧି ଘଟିବ। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ଅଞ୍ଚଳଗୁଡିକୁ ସାମିଲ କରାଯାଇଛି। ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା କରାଯିବ ବୋଲି ଭୂଗର୍ଭ ଜଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ମୁଣ୍ଡପିଛା ୩୮୦୨.୮୪ ଘନ ମିଲିଲିଟର ଜଳ ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୫୦୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲିଲିଟରକୁ ଖସି ଆସିଛି। ୨୦୩୦ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବ। ସେତେବେଳକୁ ରାଜ୍ୟରେ ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲିଲିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ୍‌ ନଦୀରେ ବାର୍ଷିକ ୯୫,୫୪୦ ନିୟୁତ କ୍ୟୁବିକ ମିଟର ଜଳ ପ୍ରବାହିତ ହେଉଥିବା ବେଳେ ସେଥିରୁ ୪୪,୪୫୦.୩୫ ନିୟୁତ କ୍ୟୁବିକ୍‌ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଅର୍ଦ୍ଧାଧିକ ଅର୍ଥାତ୍‌ ୫୧୦୮୯.୬୫ ନିୟୁତ କ୍ୟୁବିକ୍‌ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ୨୦୫୦ ବେଳକୁ ଉଭୟ ଭୂପୃଷ୍ଠ ଓ ଭୂଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ୍‌)ରୁ ୧୨୯ ବିସିଏମ୍‌କୁ ଖସିଯିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri