Posted inଜାତୀୟ

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁ ଜମିରେ କାମ କରି ଏହାକୁ ସୁଝୁଛନ୍ତି। ସ୍ଥାନୀୟ ବିଡ୍‌ ଜିଲାରେ ବର୍ଷସାରା ମରୁଡ଼ି ପଡ଼ିଥାଏ। ତେଣୁ ବିବାହିତା ମହିଳା ଅଧିକ ସମୟ କାମ କରିବା ପାଇଁ ଜାଣିଶୁଣି ଏଭଳି କରିଥାନ୍ତି। ମାତ୍ର ଏହାର ଖରାପ ପ୍ରଭାବ ସେମାନଙ୍କର ଶରୀର ଉପରେ ପଡ଼ିଥାଏ। ଏଠାରେ ଆଖୁ ଚାଷୀଙ୍କ ଜମିରୁ ଆଖୁ କାଟିବା ପାଇଁ ସମୟ ଭିତ୍ତିକ ଠିକା ନିଆଯାଇଥାଏ। ଏଥିରେ ଋତୁସ୍ରାବ ହେଉଥିବା କମ୍‌ ବୟସ୍କ ମହିଳାଙ୍କୁ ନିୟୋଜିତ କରିବାକୁ ଠିକାଦାର ଅରାଜି ହୋଇଥାନ୍ତି। ତେଣୁ ମହିଳାମାନେ ଗୋଟିଏ ଦୁଇଟି ସନ୍ତାନ ପରେ ଅପରେଶନ କରି ଗର୍ଭାଶୟ ବାହାର କରି ଦେବାକୁ ପସନ୍ଦ କରନ୍ତି। ଏଭଳି କରି ସେମାନେ ମାସ ମାସ ଧରି ଆଖୁ କଟାରେ ନିୟୋଜିତ ହୋଇ ନିଜର ଆର୍ଥିକ ଅବସ୍ଥା ଦୂର କରନ୍ତି। ତେବେ ଏଭଳି କାର୍ଯ୍ୟ ବିରୋଧରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା ଅଭିଯାନ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଭୁଶୁଡ଼ି ୨ ମୃତ, ଅନେକେ ନିଖୋଜ

ପୁଣେ,୧୫ା୬: ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍‌ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ସାଇପ୍ରସ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍‌ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍‌ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ...

କେରଳରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଜଳମଗ୍ନ

ଥିରୁଭାନ୍ତପୁରମ,୧୫।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି।...

ବ୍ରିଜ୍‌ ଭୁଶୁଡ଼ିଲା: ପ୍ରବଳ ସ୍ରୋତରେ ଭାସିଗଲେ ୩୦ ପର୍ଯ୍ୟଟକ

ପୁଣେ,୧୫ା୬: ପୁଣେ ନିକଟରେ ରବିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ଦେହୁର କୁଣ୍ଡମାଳ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏକ...

AI-୧୭୧କୁ ଅବସର ଦେବ ଏୟାର ଇଣ୍ଡିଆ, ବଦଳରେ ଲଣ୍ଡନ ଯିବ AI-୧୫୯!

ନୂଆଦିଲ୍ଲୀ,୧୫।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା AI-୧୭୧ ବିମାନକୁ ଆଉ ଏୟାର ଇଣ୍ଡିଆ ବ୍ୟବହାର କରିବ ନାହିଁ। ଏୟାର ଇଣ୍ଡିଆ ଏହି ଫ୍ଲାଇଟ ନମ୍ବରକୁ ଅବସର ଦେବାକୁ...

ମ୍ୟାଚ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ DNA, ଖୁବ ଶୀଘ୍ର ପରିବାରକୁ ମିଳିବ ପାର୍ଥିବ ଶରିର

ନୂଆଦିଲ୍ଲୀ,୧୫।୬: ଅହମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ପରୀକ୍ଷା ମେଳ ଖାଇଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ...

ଅଦ୍ଭୁତ ସଂଯୋଗ: ଦିନେ ୧୧ଏ ସିଟ୍‌ରେ ବସିଥିଲେ ଅଭିନେତା, ଭୟଙ୍କର ଭାବେ କ୍ରାଶ୍‌ ହେଲା ପ୍ଲେନ, ତା’ ପରେ…

ଅହମଦାବାଦ, ୧୫।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ବରେ ସୃଷ୍ଟି କରିଛି ଆଲୋଡ଼ନ । ଅହମ୍ମଦାବାଦ ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫...

ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ, ୪ ମାସ ତଳେ ହୋଇଥିଲେ ଯମଜ ସନ୍ତାନଙ୍କ ପିତା

ଡେରାଡୁନ,୧୫।୬: ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ପାଇଲଟ ରାଜବୀର ସିଂହ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri