ଅଧିକ ଅଣ୍ଡା ଖାଇବା ଶରୀର ପାଇଁ ହାନିକାରକ

ପ୍ରୋଟିନ ଭରପୂର ଅଣ୍ଡା ସମସ୍ତେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି, ଅଧିକ ପରିମାଣରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ବିପଦ। ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଗୋଟିଏରୁ ଅଧିକ ଅଣ୍ଡା ଖାଇଲେ ତାହାର କୁପ୍ରଭାବ ପଡ଼ିଥାଏ।
୫ହଜାର ଲୋକଙ୍କୁ ସାମିଲ କରି କାନାଡାର ଗବେଷକଦଳ କରିଥିବା ଗବେଷଣାରେ ଜଣାପଡ଼ିଥିଲା ଯେ, ୭୦ପ୍ରତିଶତ ଲୋକ ନିୟମିତ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ସତ୍ତ୍ବେ ସେମାନଙ୍କର କୋଲେଷ୍ଟୋରଲ ସ୍ତର ବଢ଼ି ନ ଥିଲା। ଅନ୍ୟ ୩୦ପ୍ରତିଶତ ବ୍ୟକ୍ତି ଦୈନିକ ୨-୩ଟି ଅଣ୍ଡା ଖାଇବା କାରଣରୁ ସେମାନଙ୍କର ବିଭିନ୍ନ ଶାରୀରିକ ଅସୁବିଧା ଉପୁଜିଥିଲା। ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ। ଦିନକୁ ୨ କିମ୍ବା ୩ଟିରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଥାଏ। ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍‌ କିମ୍ବା ହୃଦୟରୋଗୀମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ୍‌ ନୁହେଁ। ଏଥିରେ କୋଲେଷ୍ଟ୍ରୋଲ୍‌ ମାତ୍ରା ଅଧିକ ହେବା କାରଣରୁ ଆପଣଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri