ଅଧା ହିତାଧିକାରୀଙ୍କୁ ମିଳିନି ଡାଲି

ଢେଙ୍କାନାଳ ଅଫିସ, ୧୭।୫ – କରୋନା ପ୍ରଭାବିତ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ୩ମାସ ଯାଏ ବିନା ମୂଲ୍ୟରେ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଢେଙ୍କାନାଳ ଜିଲାର ଅଧା ହିତାଧିକାରୀଙ୍କ ପାଖରେ ଏଯାଏ ଡାଲି ପହଞ୍ଚତ୍ନାହିଁ। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଇଣ୍ଡେଣ୍ଟ ଅନୁଯାୟୀ ଡାଲି ଆସି ନ ଥିବାରୁ ଏପରି ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ଅନ୍ୟପଟେ ଚାଉଳ ସାଙ୍ଗକୁ ଡାଲି ନ ଥିବାରୁ ହିତାଧିକାରୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି।
କରୋନା କଟକଣା ଲାଗୁ ପରେ ରାଜ୍ୟ ସରକାର ଏପ୍ରିଲ୍‌ରୁ ୩ମାସ ଯାଏ ରାଜ୍ୟର ରାଶନ କାର୍ଡଧାରୀଙ୍କୁ ଚାଉଳ ଏବଂ ହରଡ଼ ଡାଲି ଦେବାକୁ ଘୋଷଣା କରିଥିଲେ। ରାଶନ କାର୍ଡ ପିଛା ୧ କେଜି ଡାଲି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୨ଲକ୍ଷ ୭୮ହଜାର ୮୦୪ ହିତାଧିକାରୀ ତାଲିକାଭୁକ୍ତ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୩,୩୨୦ ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ତଦନୁଯାୟୀ ମୋଟ୍‌ ୮୪୮୮.୪୧ କୁଇଣ୍ଟାଲ ଡାଲି ଆବଶ୍ୟକ ଥିବା ଦର୍ଶାଇ ଯୋଗାଣ ପାଇଁ ବିଭାଗ ତରଫରୁ ଇଣ୍ଡେଣ୍ଟ ଦିଆଯାଇଥିଲା। ଏବେସୁଦ୍ଧା ମାତ୍ର ୩୨୨୦.୩୫ କୁଇଣ୍ଟାଲ ଡାଲି ଯୋଗାଣ ହୋଇଛି। ମେ ମାସ ଅଧା ହୋଇଯାଇଥିବାବେଳେ ଜିଲାର ବ୍ଲକ, ଏନ୍‌ଏସି, ପୌରାଞ୍ଚଳର ହିତାଧିକାରୀମାନେ ଡାଲି ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେତେଜଣ ଏ ନେଇ ଜିଲା ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଜୋନାଲ ସେଣ୍ଟର ସମ୍ବଲପୁରରୁ ବିଳମ୍ବରେ ଡାଲି ଯୋଗାଣ ହେଉଥିବାରୁ ଏପରି ସମସ୍ୟା ଉପୁଜିଥିବା କହି ଅଧିକାରୀ ପ୍ରସଙ୍ଗ ଏଡ଼ାଇ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସୁଷମ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରୁ ନ ଥିବାରୁ ଏପରି ସମସ୍ୟା ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ନେଇ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ଢେଙ୍କାନାଳ ଜିଲାକୁ ଡାଲି ଯୋଗାଣ ପାଇଁ ସମ୍ବଲପୁରରୁ ଜୋନାଲ ଜିଲା କରାଯାଇଛି । ସେଠାରୁ ଢେଙ୍କାନାଳ ସମେତ ଅନ୍ୟ ଜିଲାକୁ ମାଲ୍‌ ପରିବହନ ଗାଡି ବ୍ୟବସ୍ଥାକୁ ଦେଖି ଡାଲି ଯୋଗାଣ ହେଉଛି। ହେଲେ କିଛି ବ୍ଲକର ଅଧା ହିତାଧିକାରୀଙ୍କୁ ଡାଲି ମିଳିଥିବାବେଳେ ଆଉ କେତେକ ବ୍ଲକରେ ପହଞ୍ଚତ୍ ପାରିନାହିଁ। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ଜିଲାକୁ ପ୍ରବଳ ବର୍ଷା: ରାତି ସାଢ଼େ ୮ଟା ଯାଏ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ବାୟୁ ପ୍ରବାହ ହେଉଛି ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର...

ପରିତ୍ୟକ୍ତ ଅବସ୍ଥାରେ ଗୋଷ୍ଠୀ ଶୌଚାଳୟ

ଗୋପ,୧୫।୫(ଡି.ଏନ୍‌.ଏ.): ନିର୍ମଳ ଗ୍ରାମ ପଞ୍ଚାୟତ ଭାବରେ ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ୨୦୦୭ରେ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ ଦୀର୍ଘ ୧୦ ବର୍ଷରୁ...

କାର୍ଡ ଥାଇ ମିଳୁନି ରାଶନ ସାମଗ୍ରୀ

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ରାଶନ କାର୍ଡ଼ ଥାଇ ମଧ୍ୟ ହିତାଧିକାରୀଙ୍କୁ ସହାୟତା କିମ୍ବା ସାମଗ୍ରୀ ମିଳୁନାହିଁ। ଏଭଳି ଘଟଣା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପଦାଦିଗି...

ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ...

ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌...

୧୫ ହିତାଧିକାରୀଙ୍କୁ ମିଳିଲା ୭ ମାସର ଭତ୍ତା

ଦଶମନ୍ତପୁର, ୧୦।୭ ( ଡି.ଏନ୍‌.ଏ. ): ୭ ମାସ ହେଲାଣି ୧୫ ଜଣ ହିତାଧିକାରୀଙ୍କୁ ମିଳୁ ନ ଥିଲା ଭତ୍ତା। ଏନେଇ ସେମାନେ ପଞ୍ଚାୟତ ଓ ବ୍ୟାଙ୍କ...

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୧ା୮: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ...

ଟଳିଲା ଜମ୍ଭୀରା ବିପଦ -ବନ୍ୟାଞ୍ଚଳ ବୁଲିଲେ ବିଜେଡି ରାଜ୍ୟ ସମ୍ପାଦକ

ବାରିପଦା ଅଫିସ,୨୪ା୯- ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ଜମ୍ଭୀରା ନଦୀ ଓ ମହାନ୍ତି ନାଳରେ ସୃଷ୍ଟି ହୋଇଥିବା ବନ୍ୟା ବିପଦ ଟଳିଛି। ଉପରମୁଣ୍ଡରେ...

Advertisement
Archives

Model This Week