ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ଯୋଜନା କରାଗଲା। ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ହେବ, ସେଠାରେ ନୂଆ ଶ୍ରେଣୀଗୃହ ନିର୍ମାଣ ହେବା କଥା। କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଅଧିକାଂଶ ବିଦ୍ୟାଳୟରେ ନୂଆଗୃହ ଅଧାପନ୍ତରିଆ ପଡ଼ିଛି। ଏହାର ଏକ ଦୃଷ୍ଟାନ୍ତ ହେଉଛି ବୋରିଗୁମ୍ମା ବ୍ଳକ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ। ୨୦୦୯ରେ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ ମାନ୍ୟତା ପାଇବା ପରେ ୨୦୧୧ରେ ନୂତନ ଶ୍ରେଣୀଗୃହ ପାଇଁ ଅନୁଦାନ ମିଳିଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ସରକାର ଅନୁମତି ଦେଇଥିଲେ। ବିଡ଼ମ୍ବନା, ନଅ ବର୍ଷ ଧରି ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଅଧାରେ ଅଟକିଛି। ୪୫ ଲକ୍ଷ ବଜେଟ୍‌ରେ ହେବାକୁ ଥିବା ଦୁଇମହଲା କୋଠାରେ ୮ଟି ଶ୍ରେଣୀଗୃହ ରହିଛି। ଏବେ ବି କବାଟ, ଝରକା ଲାଗି ନ ଥିବା ବେଳେ ପାଣି ସୁବିଧା କି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ। ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ପିଲା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ନବମରେ ୫୭ ଓ ଦଶମରେ ୧୭ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ପ୍ରଥମରୁ ଅଷ୍ଟମ ଭିତରେ ୧୦୫ ଜଣ ପିଲା ରହିଛନ୍ତି। ବର୍ତ୍ତମାନ ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ବାରଣ୍ଡାରେ ପାଠ ପଢୁଛନ୍ତି। ବଡ଼ମାଝୀଗୁଡ଼ା ବିଦ୍ୟାଳୟକୁ ପାଖାପାଖି ୧୦ଟି ଗାଁର ପିଲା ପଢ଼ିବାକୁ ଆସୁଛନ୍ତି। ତୁରନ୍ତ ଅଧାରେ ଅଟକିଥିବା ଶ୍ରେଣୀଗୃହ ଶେଷ କରିବାକୁ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ କହିଛନ୍ତି, ଅଳ୍ପ ଦିନ ମଧ୍ୟରେ ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ

ଛେଣ୍ଡିପଦା, ୨୮ା୨:  ଶିଳ୍ପ ପାଇଁ ଜଙ୍ଗଲ କଟାଯାଉଛି। ପାହାଡ଼ ଖୋଳି ରାସ୍ତା ନିର୍ମାଣ ହେଉଛି। କାଠ ମାଫିଆ, ଚୋରା ନିଶା ବେପାରୀ ଓ ଜନବସତି ଧୀରେ ଧୀରେ...

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୧୪ା୯: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ...

ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର, ୮।୧(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର ୧୨...

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ମାଧପୁର, ୨୫।୩(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...

ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ...

CORONAVIRUS UPDATE: ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ...

ଫେସ୍‌ବୁକ୍‌, ଟୁଇଟରରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ ଚାଷୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚଳିତ ଖରିଫ୍‌ ଧାନ ସଂଗ୍ରହକୁ ଅଧିକ ସୁବ୍ୟବସ୍ଥିତ କରାଯିବ। ଏକ୍ଷେତ୍ରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବ। ଏଥିପାଇଁ ଚାଷୀମାନେ ଫେସ୍‌ବୁକ୍‌...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ପୁରୀ ଅଫିସ,୨୮।୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।...

Advertisement
Archives

Model This Week