ଅଦିନିଆ ବର୍ଷାରେ ଫସଲ ପ୍ରଭାବିତ

ରସୁଲପୁର,୯ା୨(ଡି.ଏନ୍‌.ଏ.): ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ମାନବ ସମାଜ ପାଇଁ କାଳ ସାଜୁଛି। ଏଥିଯୋଗୁଁ ଲୋକମାନେ ବହୁ ଦୁଃସାଦ୍ଧ ରୋଗର ଶିକାର ମଧ୍ୟ ହେଉଛନ୍ତି। ଅନେକ ଗରୀବ ଦିନମଜୁରିଆ, ଖଟିଖିଆଙ୍କ ଭାତହାଣ୍ଡି ପ୍ରଭାବିତ ହେଉଛି। ବିଶେଷକରି ଚାଷୀକୂଳ ଋଣଯନ୍ତା ଭିତରକୁ ଠେଲି ହୋଇଯାଉଛି। ଗତ ୩ଦିନ ହେଲା ଚାଲିଥିବା ଅଦିନିଆ ବର୍ଷା ଓ କୋହଲା ପାଗରେ କୋବି ଫସଲ ବିଶେଷ ପ୍ରଭାବିତ ହେବାର ଆଶଙ୍କ କ୍ରମଶଃ ଦୃଢିଭୂତ ହୋଇଛି। ଏହାକୁ ନେଇ ଚାଷୀ ଆଖିରୁ ନିଦ ହଜି ଯାଇଛି। ବର୍ଷାର ସମ୍ଭାବନାକୁ ଦେଖି ଚାଷୀ ଅତି ତରବରିଆ ଭାବରେ ଅପରିପକ୍ୱ କୋବିକୁ କାଟି ଶାଗମାଛ ଦରରେ ବିକ୍ରିକରି କ୍ଷତି ସହିବାକୁ ବାଧ୍ୟ ହେଉଛି। ଏଭଳି ସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ଦେଖାଦେଇଛି। ଝିପ୍‌ ଝିପ୍‌ ବର୍ଷା ଯୋଗୁ ଶିତଦିନିଆ ପନିପରିବା ଫସଲ ପ୍ରଭାବିତ ହୋଇଛି। ଏହାଛଡ଼ା ରବି ଫସଲରେ କ୍ଷତି ପହଞ୍ଚତ୍ବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ଏହି ବ୍ଲକର ସିଂହାପୁର, ଓଡ଼ିଶୋ, ଜାବରା, ନଠୁଆବର, କଲଣ, ଭୋଟକା,ବଡ଼କଇଁଚି, ରାହାମ୍ବା, ଶ୍ରୀବନ୍ତପୁର, ଟିକରପଡ଼ା, ଗନ୍ଧଣ, ରାହାମ୍ବା, ରସୁଲପୁର ଆଦି ପଞ୍ଚାୟତରେ ଅଧିକାଂଶ ଚାଷୀ କୋବି ଚାଷ କରୁଛନ୍ତି। କୋବି ଏକ ଲାଭକାରୀ ଫସଲ ହୋଇଥିବାରୁ ଏସବୁ ଅଞ୍ଚଳର ଚାଷୀ ଶତାଧିକ ଏକର ଜମିରେ କୋବି ଫସଲ ଚାଷ କରୁଛନ୍ତି। ବର୍ତ୍ତମାନ ଅଧିକାଂଶ କୋବିଗଛରେ କଢ଼ ଧରିଆସୁଛି। ବନ୍ଧାକୋବି ବାନ୍ଧିବାକୁ ଲାଗିଛି। ତେବେ ବର୍ଷା ଯୋଗୁ କୋବିରେ ପୋକ ଲାଗିବ। ଫୁଲ କୋବି ପଚି ଯିବ। ଝାଉଁଳା ଓ ମୂଳସଢ଼ା ରୋଗ ସୃଷ୍ଟି ହେବାର ସମ୍ଭାବନା ବଢିଯାଇଛି। ତେବେ କୋବି କ୍ଷେତକୁ ବେଉଷଣ କରିବାରେ ଚାଷୀମାନେ ହଜାର ହଜାର ଟଙ୍କା ବ୍ୟୟ କରିଛନ୍ତି। ଏଥିପାଇଁ ଅଧିକାଂଶ ଚାଷୀ ଗାଁ ଗଣ୍ଡାର ବିଭିନ୍ନ ସଂଘରୁ ଓ ଧନୀକ ଶ୍ରେଣୀଙ୍କଠାରୁ ହାତଉଧାରେ ଟଙ୍କା ଆଣି ଖର୍ଚ୍ଚ କରିଛନ୍ତି। କୋବି ବିକ୍ରି କରି ଋଣ ମୁକ୍ତ ହେବା ସହ ପରିବାର ପ୍ରତିପୋଷଣ କରିବା ଲକ୍ଷ୍ୟକୁ ଅଦିନିଆ ବର୍ଷା ଭଣ୍ଡୁର କରିଦେଇଛି। ଶୀତଦିନିଆ ପରିବା ଫସଲ ଅଧିକ ଶୀତରେ ଭଲ ଅମଳ ହୋଇଥାଏ। ପରିବା ଗଛରେ ଅଧିକ ଫୁଲ ଫଳ ହୋଇଥାଏ। ମାତ୍ର ଏଥିରେ ବର୍ଷା ବାଧକ ସାଜିଛି। ବର୍ଷା ଯୋଗୁ ପରିବା ଅମଳ କମିବାର ସମ୍ଭାବନା ବି ବଢିଯାଇଛି। ଫୁଲକଷି ଧରିଥିବା ବାଇଗଣ, ବିନ୍‌ସ, ଝୁଡଙ୍ଗ ଆଦି ପରିବା ଫସଲରେ କ୍ଷତି ହେବ ବୋଲି ଚାଷୀମାନେ ଆକଳନ କରୁଛନ୍ତି। ବର୍ଷା ସାଙ୍ଗକୁ ୩/୪ଦିନ ହେବ କୋହଲା ପାଗ ଲାଗି ରହିଛି। ଫଳରେ ପରିବା ଫସଲକୁ ପୋକ ଖାଇଯିବେ ବୋଲି କୁହାଯାଉଛି। ଏଥିରୁ ମୁକୁଳିବା ପାଇଁ ଚାଷୀଙ୍କୁ ଆହୁରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଡାଲିଜାତୀୟ ଫସଲ ବାଦାମ ଫସଲରେ ଗଛ ବହୁତ ବଢିବ। ମୂଳରେ ଖରା ନ ପଡ଼ିଲେ ବାଦାମ ଚେରେଇ ଯିବ। ଅମଳ ପ୍ରଭାବିତ ହେବ। କୋଡ଼ାଖୁସା ହୋଇଥିବା ବାଦାମ ଫସଲକୁ ପୁଣି କୋଡ଼ିବା ଆବଶ୍ୟକ ହେବ। ବର୍ଷାରେ ବାଦାମ ଗଛମୂଳ ଟାଣ ହୋଇଗଲେ ଉପାଡ଼ିବା ସମୟରେ ବାଦାମକୁ ତାଡ଼ିବାକୁ ପଡିବ। ଏଥିରେ ବି ଚାଷୀକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏସବୁ ସ୍ଥିତିରେ ଅଦିନିଆ ବର୍ଷାରେ ଚାଷୀକୂଳ ଉପରେ କୁପ୍ରଭାବ ପକାଇବା ଥୟ ବୋଲି ଚାଷୀ ପଦ୍ମନାଭ ସାହୁ, ସଞ୍ଜୟ ରାଉତ, ଅମୂଲ୍ୟ ରାଉତ, ପରମାନନ୍ଦ ଆଏଚ, ବାବାଜୀ ନାୟକଙ୍କ ସମେତ ବହୁ ଚାଷୀ ମତ ରଖିଛନ୍ତି। ଏହି ବର୍ଷାରେ କ୍ଷତି ହୋଇଥିବା ପରିବା ଓ ରବି ଫସଲ ସ୍ଥିତି ଆକଳନ କରାଯାଇ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri