ଅଦରକାରୀ ପଦାର୍ଥରୁ ଆକର୍ଷଣୀୟ ସାମଗ୍ରୀ: କର୍ମଶାଳାରେ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

ସୋର, ୩।୧୧(ଡି.ଏନ.ଏ.)-ସୋରସ୍ଥିତ ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୁଇଦିନିଆ କୋଲାଜ ପେଣ୍ଟିଂ କର୍ମଶାଳା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଏହାକୁ ବରିଷ୍ଠ ଶିଳ୍ପୀ ରତିକାନ୍ତ ଦାଶ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରତିଷ୍ଠାନର କଳା ଶିକ୍ଷକ ଶିଳ୍ପୀ ରାଜବଲ୍ଲଭ ସାହୁ ଓ ସମ୍ମାନିତ ଅତିଥି ଭାବେ ବାଗୁଡ଼ି ଜବାହର ନବୋଦୟ ବିଦ୍ୟାଳୟର କଳା ଶିକ୍ଷକ ଧର୍ମପଦ ବିଶ୍ୱାଳ ଯୋଗଦେଇଥିଲେ। ପ୍ରତିଷ୍ଠାନର ଶହେ ଜଣ ଛାତ୍ରୀଛାତ୍ର ଏଥିରେ ସାମିଲ ହୋଇଥିଲେ।
ଅଧ୍ୟକ୍ଷା ଜୟମାଳା ସେଠୀ ସଭାପତିତ୍ୱ କରିଥିଲେ। ପ୍ରତିଷ୍ଠାନରେ କଳାଶିକ୍ଷକ ଦୀର୍ଘଦିନ ଧରି ନ ଥିବା ସତ୍ତ୍ୱେ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା। କେବଳ ଛିଣ୍ଡା କାଗଜ, ଅଦରକାରୀ ପଦାର୍ଥ ଓ ଅଠା ସାହାଯ୍ୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ବିଶେଷ କରି ଜୀବଜନ୍ତୁ, ଗଛଲତା, ଫୁଲଦାନି ସହ ପାଠ୍ୟ ଉପକରଣ ତିଆରି କରାଯାଇଥିଲା। ଏହି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ କୋଲାଜ ପେଣ୍ଟିଂ କର୍ମଶାଳା ଉଦ୍ଦେଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶିକ୍ଷକ କଳିଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଅନଶନ

ସଜନାଗଡ଼,୫।୫(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପ୍ରତିବାଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ...

ଉଛୁଳିଲା ବୁଢ଼ାବଳଙ୍ଗ, ଗଙ୍ଗାହାର

ବାରିପଦା ଅଫିସ,୧୬।୯-ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳସ୍ତର...

୫ଟି ସଚିବଙ୍କ ରାୟଗଡ଼ା ଗସ୍ତ: କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ରାୟଗଡ଼ା ଅଫିସ,୧୫ା୫: ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନିକିଆ ଗସ୍ତରେ ଆସି ରାୟଗଡ଼ାର ଜେକେପୁରଠାରେ ଥିବା...

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ...

ଯୋଡ଼ା -କେନ୍ଦୁଝର ଯୋଗାଯୋଗ ବିଚ୍ଛିନ୍ନ

ଯୋଡ଼ା, ୨୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ ଥିବା ତଥା ୫୨୦ ନଂ ଜାତୀୟ ରାଜପଥର ବାସୁଦେବପୁରଠାରେ ଥିବା ବୈତରଣୀ ନଦୀ ସେତୁ ଦୁର୍ବଳ ହୋଇଯାଇଥିବାରୁ ତଥା...

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ...

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା...

ମହିଳାଙ୍କ ଉପରେ ଢାଳି ଦେଲେ ଗରମ ପେଜ

ଖଇରା, ୩ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଶ୍ବଶୁର ଘର ଲୋକେ ସୋମବାର ଗରମ ପେଜ ଢାଳି ମାରିବାକୁ ଉଦ୍ୟମ କରିଥିଲେ। ଖଇରା...

Advertisement
Archives

Model This Week