ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଅତିରିକ୍ତ ବଜେଟରେ କେତେ ଟଙ୍କା ବ୍ୟୟବରାଦ କରାଯିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ। ଏହା ପୂର୍ବରୁ ମଙ୍ଗଳବାର ସୁଦ୍ଧା ସବୁ ବିଭାଗ ପକ୍ଷରୁ ବଜେଟ ବ୍ୟୟବରାଦ ସମ୍ପର୍କିତ ପ୍ରସ୍ତାବ ରଖିବାକୁ କୁହାଯାଇଛି। ଏହିସବୁ ପ୍ରସ୍ତାବ ମିଳିବାପରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ତର୍ଜମା କରାଯିବ। ସେହି ଅନୁଯାୟୀ ଏଥିରୁ କେତେ ଅର୍ଥ ରାଜ୍ୟ ସରକାର ବହନ କରିପାରିବେ ତା’ର ଏକ ତାଲିକା ପ୍ରସ୍ତୁତ କରିବେ। ତାଲିକା ପ୍ରସ୍ତୁତ ହେବାପରେ ସବୁ ବିଭାଗର ବଜେଟ ପ୍ରସ୍ତୁତକାରୀ ଟିମ୍‌ ସହ ଅର୍ଥ ସଚିବ ଏକ ବୈଠକ କରି ଜରୁରୀ ପ୍ରସ୍ତାବ ରଖି ବଳକା କାଟିବାକୁ ନିର୍ଦ୍ଦେଶ ଦେବେ। ସେହି ଅନୁଯାୟୀ ଅତିରିକ୍ତ ବଜେଟର ରୂପରେଖ ପ୍ରସ୍ତୁତ ହେବ। ରାଜ୍ୟ ସରକାର କେତେଗୁଡିଏ ଯୋଜନାରେ କ୍ୟାବିନେଟ୍‌ ବୈଠକ ଡାକି ବଜେଟ ବୃଦ୍ଧି କରିଛନ୍ତି। ଆସନ୍ତା ଶୀତ ଅଧିବେଶନରେ ଅତିରିକ୍ତ ଖର୍ଚ୍ଚ ଦାବି କରି ରାଜ୍ୟ ସରକାର ସେହି ଯୋଜନାଗୁଡିକର ବ୍ୟୟବରାଦ ବଢାଇବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପାର୍ଲାମେଣ୍ଟ ଶୀତ ଅଧିବେଶନ ନେଇ ଏଯାଏ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା କାରଣରୁ ଶୀତଅଧିବେଶନ ତାରିଖ ଧାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri