ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାରେ ଲାଗିଛି। ୩ ଦିନ ହେବ ରାଜ୍ୟରେ ବର୍ଷା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ୧୦ ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ପାର୍‌ କରିଥିଲା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ, ପୁରୀରେ ୩୫.୪, ଭୁବନେଶ୍ୱରରେ ୩୫.୧, ଚାନ୍ଦବାଲିରେ ୩୪.୬, ରାଉରକେଲା, ନୂଆପଡ଼ା ଏବଂ ଭଦ୍ରକରେ ୩୪.୫, ଢେଙ୍କାନାଳରେ ୩୪.୪ ଏବଂ କଟକରେ ତାପମାତ୍ରା ୩୪.୨ ଡିଗ୍ରୀ ଛୁଇଁଥିଲା। ସେହିପରି ତାଳଚେରରେ ସର୍ବନିମ୍ନ ୨୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅପରପକ୍ଷେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବୁଧବାର ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ସମ୍ବଲପୁର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାବାଦ୍‌ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ସତର୍କ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?