Posted inଫୁରସତ

ଅଣ୍ଡା ଖୋଳପାରେ ରାସ୍ତା ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ର

ଇନ୍ଦୋର: ବିଶ୍ୱରେ ପ୍ରତି ସେକେଣ୍ଡ୍‌ରେ ୪୫୦ ସଡ଼କ ଦୁର୍ଘଟଣା ଘଟୁଛି। ଏହାର କାରଣ ଲୋକେ ରାସ୍ତା ସୁରକ୍ଷା ନିୟମ ମାନୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଗଜେନ୍ଦ୍ର ଶର୍ମା ନାମକ ଜଣେ ଛାତ୍ର ଅଣ୍ଡା ଖୋଳପାରେ ପେଣ୍ଟିଂ ଜରିଆରେ ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି। ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ସେ ଏହି ପେଣ୍ଟିଂ କରିଛନ୍ତି। ପେଣ୍ଟିଂଟି ସ୍କେଚ୍‌ରେ ହୋଇଥିବା ବେଳେ ଏହା ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଖରାପ ହେବ ନାହିଁ। ଧଳା ଖୋଳପା ଉପରେ କଳାରଙ୍ଗର ପେଣ୍ଟିଂ ବେଶ୍‌ ଆକର୍ଷଣୀୟ ହୋଇଛି।
ଗଜେନ୍ଦ୍ର ୫ ବର୍ଷରୁ ଅଧିକ ହେବ ବିଭିନ୍ନ ଥିମ୍‌ ପେଣ୍ଟିଂ କରୁଛନ୍ତି। ଏହା ପୂର୍ବରୁ ନଡ଼ିଆ ଖୋଳ ଉପରେ ବିଶ୍ୱର ପେଣ୍ଟିଂ କରିଥିଲେ। ଏଥିପାଇଁ ତାଙ୍କ ନାମ ଲିମ୍‌କା ବୁକ୍‌ରେ ସ୍ଥାନ ପାଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଗଜେନ୍ଦ୍ର ୫ରୁ ଅଧିକ ଥିମ୍‌ ପେଣ୍ଟିଂ କରିସାରିଛନ୍ତି। ଲୋକମାନଙ୍କୁ ସଚେତନ କରାଇବା ତାଙ୍କର ମୂଳ ଲକ୍ଷ୍ୟ ବୋଲି କୁହନ୍ତି। ଏହି ଥିମ୍‌ ପେଣ୍ଟିଂରେ ଜେବ୍ରା କ୍ରସିଂ, ନୋ ପାର୍କିଂ, ରାଉଣ୍ଡ ରୋଡ୍‌, ନୋ ଟ୍ରାଫିକ୍‌, ଟ୍ରାଫିକ୍‌ ସିଗ୍‌ନାଲ ରହିଛି। ସେ କୁହନ୍ତି, ଯେଉଁ ଜିନିଷ ଉପରେ ଲୋକେ ପେଣ୍ଟିଂ କରିବାକୁ କେବେ ଭାବି ନ ଥିବେ ସେ ସେପରି ଜିନିଷରେ ପେଣ୍ଟିଂ କରୁଛନ୍ତି। ଏହା ଦ୍ୱାରା ତାଙ୍କୁ ବହୁତ ଖୁସି ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...

ଫୋନ୍‌ ଦେଖୁଦେଖୁ ମା’ଙ୍କୁ ପୁଅ କହିଲା ମୋତେ ବାହା କରେଇ ଦିଅ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଯେକୌଣସି ଜିନିଷ ଭାଇରାଲ ହେବାକୁ ଅଧିକ ସମୟ ଲାଗୁନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଭାଇରାଲ ହେଉଛି।...

ବନବାସ ସମୟରେ ସୀତା କାହିଁକି ପିନ୍ଧୁଥିଲେ ହଳଦୀ ରଙ୍ଗର ବସ୍ତ୍ର, ଏହା ପଛରେ ଥିବା କାରଣ ଜାଣନ୍ତୁ

ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ବନବାସ ସମୟରେ କେବଳ ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। କାହିଁକି ଜାଣନ୍ତି? ଯଦି ନା ତେବେ...

୪ଟି ପତ୍ର ଥିବା ଏହି ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା

ଆଜିକାଲି ଇନଡୋର୍‌ ପ୍ଲାଣ୍ଟ ଘରେ ରଖିବା ଏକ ଫ୍ୟାଶନ ପାଲଟିଗଲାଣି। ଘରେ ଶୁଦ୍ଧ ଓ ତାଜା ବାରଣ ପାଇବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ...

ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି...

ଦୁଇମୁଣ୍ଡିଆ କଇଁଛ

ଓ୍ବାଶିଂଟନ: ପ୍ରକୃତିରେ ବେଳେବେଳେ ଅନେକ ପ୍ରକାରର ବିସ୍ମୟ ବି ଦେଖିବାକୁ ମିଳିଥାଏ। ଠିକ୍‌ ଏମିତି ଏକ ବିସ୍ମୟ ଦେଖିବାକୁ ମିଳିଛି ଏକ କଇଁଛ ପାଖରେ। ସାଧାରଣତଃ...

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର...

ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ

ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍‌ ଲୁଟିଥିଲେ ଲରେନ୍ସ ରିପଲ।...

Advertisement
Archives

Model This Week