ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ସ୍ବର୍ଗଦ୍ୱାରରେ ପୋଡ଼ିବା ଲାଗି ଅନୁମତି ଦେଇ ଅଡୁଆରେ ଫସିଛି ପୋଲିସ। ଅନ୍ୟପଟେ ସ୍ବର୍ଗଦ୍ୱାରରେ ପୋଡ଼ାଯାଇଥିବା ମୃତଦେହ ହିଁ ନିଖୋଜ ବ୍ୟକ୍ତି ବୋଲି ଫଟୋ ଦେଖି ଚିହ୍ନଟ କରିଛନ୍ତି ପରିବାର ଲୋକେ। ଏ ନେଇ ସେମାନେ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। କିପରି ପୋଲିସ ଏକ ଅଜଣା ମୃତଦେହ ସମ୍ପର୍କରେ କୌଣସି ଅନୁସନ୍ଧାନ ନ କରି ଏହାକୁ ପୋଡ଼ିିବା ଲାଗି ସ୍ବେଚ୍ଛାସେବୀଙ୍କ ହାତକୁ ଟେକିଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ବାସେଳି ସାହି ପଣାପିଆ ଲେନ୍‌ର ବାସିନ୍ଦା ମମତା ପଟ୍ଟନାୟକ ଗତ ୧୮ତାରିଖରୁ ତାଙ୍କ ସ୍ବାମୀ ଓଳା ଓରଫ ହର ପଟ୍ଟନାୟକ ନିଖୋଜ ଥିବା ନେଇ ଶୁକ୍ରବାର ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ସାମ୍ନାକୁ ଆସିଛି ପ୍ରକୃତ ଘଟଣା। ଅଭିଯୋଗରେ ମମତା ଦର୍ଶାଇଛନ୍ତି ଯେ, ହର ସକାଳ ୯ଟାରେ ଘରୁ ଚାହା ପିଇ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। କାକୁଡ଼ିଖାଇ ଛକରେ କୌଣସି ବ୍ୟକ୍ତିଙ୍କ ସହ ସେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ପିସିଆର୍‌ ପୋଲିସ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇଥିବା ସେ ଖବର ପାଇଥିଲେ। ଗତ ୨୦ ତାରିଖରେ ଶାଶୁ ଓ ପୁଅ ସାଗର ଟାଉନ ଥାନାକୁ ଯାଇ ହରଙ୍କ ସମ୍ପର୍କରେ ପଚାରିବାରୁ ସେଭଳି କୌଣସି ବ୍ୟକ୍ତିଙ୍କୁ ଅଣାଯାଇ ନ ଥିବା ଏବଂ ସେ ଥାନାରେ ନ ଥିବା ପୋଲିସ କହିଥିଲା। ପରେ ସେମାନେ ବାସେଳିସାହି ଏବଂ ସିଂହଦ୍ୱାର ଥାନା ସମେତ ପୁରୀ ଜେଲରେ ମଧ୍ୟ ପଚାରି ବୁଝି କିଛି ଖବର ପାଇ ନ ଥିଲେ।

ଅନ୍ୟପକ୍ଷରେ ହରଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ହରଙ୍କ ଫଟୋ ଧରି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହେବା ପରେ ମେଡିକାଲରେ ଅନୁସନ୍ଧାନ କରିଥିଲୁ। ମେଡିକାଲ ଫାଣ୍ଡିରେ ଜଣେ ପୋଲିସ କର୍ମଚାରୀ କହିଲେ, ଡିସେମ୍ବର ୨୫ରେ ଷ୍ଟେଶନରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ କେତେଜଣ ସ୍ଥାନୀୟ ଲୋକେ ଅଟୋ ଯୋଗେ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସେହି ବ୍ୟକ୍ତି ତାଙ୍କ ମୃତଦେହକୁ ନେଇ ସ୍ବର୍ଗଦ୍ୱାରରେ ପୋଡ଼ିି ଦେଇଥିବା ଶୁଣିଥିଲି। ମେଡିକାଲକୁ ଆସିଥିବା ବ୍ୟକ୍ତିଙ୍କ ଫଟୋ ଦେଖି ତାହା ହରଙ୍କର ବୋଲି ସେ ଜାଣିବାକୁ ପାଇଥିଲେ ବୋଲି ସମ୍ପର୍କୀୟ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଏ ସଂକ୍ରାନ୍ତରେ କୁମ୍ଭାରପଡ଼ା ଥାନା ଅଧିକାରୀ କେ.ସି. ସେଠୀ କହିଛନ୍ତି, ମେଡିକାଲକୁ ଷ୍ଟେଶନ ଅଞ୍ଚଳର ଅଟୋଷ୍ଟାଣ୍ଡ ସଂଘର କେତେଜଣ ସଦସ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ମେଡିକାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ତାଙ୍କ ଅବସ୍ଥା ଦେଖି ମୃତଦେହ ବ୍ୟବଚ୍ଛେଦ ଆବଶ୍ୟକ ନାହିଁ ବୋଲି କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ସେଠାରେ ଭିକ ମାଗି ଚଳୁଥିଲେ। ତେଣୁ କେହି ଦାବିଦାର ନ ଥିବା ଭାବି ମୃତଦେହକୁ ନେଇ ପୋଡ଼ିିଦେବେ ବୋଲି କହିଥିଲେ। ସ୍ଥାନୀୟ ଲୋକଙ୍କ ବୟାନ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣିଥିବା ଲୋକଙ୍କ ବୟାନକୁ ଭିତ୍ତିକରି ସମସ୍ତ ନୀତି ନିୟମ ପ୍ରକାରେ ମୃତଦେହ ପୋଡ଼ିିବାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨...

ଘର ଆଗରେ ଜଗିଥିଲା ମୃତ୍ୟୁ

ଚମ୍ପୁଆ,୧୨ା୭: କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନ ଅଞ୍ଚଳରେ ଏକ ଗୋଠ ଖଣ୍ଡିଆ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ହାତୀଟି ତାଙ୍କୁ ଘର ଆଗରୁ...

କଇଁଫୁଲ ତୋଳିବାକୁ ଯାଇ…

ଝୁମ୍ପୁରୀ,୧୮ା୧୦(ଡି.ଏନ.ଏ.): ସୋମବାର ବୈତରଣୀ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛିା ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ...

ତହସିଲ ପକ୍ଷରୁ ଚଢାଉ: ଜେସିବି, ଟିପ୍ପର୍‌ ଜବତ

ଧର୍ମଶାଳା,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅଞ୍ଜିରା ପାହାଡରେ ଗୁରୁବାର ଚଢାଉ କରି ବେଆଇ ଭାବେ ଖନନ କରୁଥିବା ଏକ ଜେସିବି ସହ ମାଣ୍ଡିଆ ଛକରୁ ଏକ ଟିପ୍ପର...

ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଜେଲ ଗଲେ ଯୁବକ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜାସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ ହରିଜନ ସାହିର ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ବିଦେଶୀ ମଦ ଦୋକାନ...

ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା

ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ...

ରାଜ୍ୟ ସରକାର ପ୍ରସ୍ତାବ ଦେଲେ ମହାନଦୀ ଉପରେ ବ୍ୟାରେଜ ହେବ: ବିଶ୍ୱେଶ୍ୱର

ରାୟଗଡ଼ା ଅଫିସ/ ଜୟପୁର,୧।୫(ନି.ପ୍ର.): ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ସରକାର ନିଜ ରାଜ୍ୟର ନଦୀଗୁଡ଼ିକ ଉପରେ ବ୍ୟାରେଜ ନିର୍ମାଣ କରି ଚାଷ, ଶିଳ୍ପ ସହ ଲୋକଙ୍କୁ...

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି...

Advertisement
Archives

Model This Week