ଅଟୋ, ଟ୍ରକ୍‌ ଚାଳକଙ୍କ ପରିବାରରେ ଭାଳେଣି

ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ ବନ୍ଦ ଯୋଗୁ ଅଟୋ ଚାଳକମାନେ ଘରେ ହାତବାନ୍ଧି ବସିଛନ୍ତି। ପ୍ରତିଦିନ ଅଟୋରୁ ହେଉଥିବା ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ଯାହା କିଛି ଅର୍ଥ ରଖିଥିଲେ ୮ଦିନର ଲକ୍‌ଡାଉନ୍‌ ଭିତରେ ତାହା ଡାଲି, ଚାଉଳ, ପରିବା, ମସଲାରେ ସରିଗଲାଣି। ଫଳରେ ଏବେ ଅଧିକାଂଶ ଅଟୋ ଚାଳକଙ୍କ ପରିବାରରେ ଭାଳେଣି ପଡିଲାଣି। ଅର୍ଥାଭାବ ଯୋଗୁ ତେଲ ଲୁଣର ସଂସାରରେ ସଂକଟ ଦେଖାଦେଇଛି। ଠିକ୍‌ ଭାବେ ରୋଷେଇ ହେଉ ନ ଥିବାବେଳେ ପିଲାଛୁଆଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ କରିପାରୁ ନାହାନ୍ତି ଅଟୋ ଚାଳକ। ଅନ୍ୟପକ୍ଷରେ ଗାଁକୁ ଯିବା ସମ୍ଭବ ହେଉ ନ ଥିବାରୁ କିଭଳି ଆଉ ୧୪ ଦିନ ଏଠାରେ ରହିବେ ତାହାକୁ ନେଇ ଚିନ୍ତା ବଢ଼ିଛି। କିଛି ଅଟୋ ଚାଳକ ଚୁକ୍ତି କରି ଗାଡ଼ି ଭଡ଼ାରେ ରଖିଥିବାରୁ ମାଲିକମାନେ ଲୋନ୍‌ କରିଥିବା କହି ଟଙ୍କା ମାଗୁଛନ୍ତି।
ଏନେଇ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି, ଲକ୍‌ଡାଉନ୍‌ ଫଳରେ ସାରା ଓଡ଼ିଶାରେ ୧୦ଲକ୍ଷ ଅଟୋ, ଟ୍ୟାକ୍ସି ଚାଳକମାନେ ହାତବାନ୍ଧି ବସିଛନ୍ତି। ଅନେକ ଅଟୋ ଚାଳକ ଖାଇବାକୁ ନ ପାଇ ଆମକୁ ଫୋନ୍‌ କରି ଜଣାଉଛନ୍ତି। ସଂଘ ପକ୍ଷରୁ ଯାହା ସମ୍ଭବ ଦିଆଯାଉଛି। ଅଟୋ ଚାଳକଙ୍କ ସମସ୍ୟା ସଂକ୍ରାନ୍ତରେ ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ଘରେ ଏକ ବୈଠକ ବସିଥିଲା। ସରକାରଙ୍କୁ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେଣୁ ଅଟୋ ଚାଳକଙ୍କ ପାଇଁ ସରକାର ଆର୍ଥିକ ସହାୟତାର ବ୍ୟବସ୍ଥା କରନ୍ତୁ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ଟ୍ରକ୍‌ ଚାଳକମାନେ ମଧ୍ୟ ରୋଜଗାର ହରାଇଥିବାରୁ ସେମାନଙ୍କ ପରିବାରରେ ଠିକ୍‌ ଭାବେ ଚୁଲି ଜଳୁନି। ହଜାର ହଜାର ପରିବାର ଭୋକ ଉପାସରେ କାଳାତିପାତ କରୁଛନ୍ତି।

ଗାଡ଼ି ଇଏମ୍‌ଆଇ ଛାଡ଼ କରୁନାହାନ୍ତି ବ୍ୟାଙ୍କ୍‌

ଲକ୍‌ଡାଉନ ପାଇଁ ଟ୍ରକ୍‌ ମାଲିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ମିନିଟ୍ରକ ମହାସଂଘ ସଭାପତି ଗଣେଶ ମାହାରି କହିଛନ୍ତି, ଲକ୍‌ ଡାଉନ ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଗାଡି ଲୋନ୍‌ କରି ଆଣିଥିବାରୁ କିଭଳି ଇଏମ୍‌ଆଇ ଭରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସରକାର ୯୦ ଦିନ ପର୍ଯ୍ୟନ୍ତ ଇଏମ୍‌ଆଇ ଛାଡ଼ କରିଥିଲେ ମଧ୍ୟ ବ୍ୟାଙ୍କ୍‌ରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଆମ ଆକାଉଣ୍ଟରୁ ଟଙ୍କା କଟୁଛି। ତେଣୁ ଇଏମ୍‌ଆଇ ଓ ରୋଡ଼ ଟ୍ୟାକ୍ସ ଛାଡ କଲେ ମିନିଟ୍ରକ ମାଲିକମାନେ ସାମାନ୍ୟ ଆଶ୍ୱସ୍ତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଦିନ ୨ଟାରୁ ବନ୍ଦ ହେବ ବଜାର

ଭୁବନେଶ୍ୱର,୩୦।୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରଖିବାକୁ ରାଜ୍ୟ ବ୍ୟବସାୟୀ...

ହକି ବିଶ୍ୱକପ୍‌ ପାଇଁ ୪ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୩ା୧(ବ୍ୟୁରୋ):ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ବିଶ୍ୱ...

୧ରୁ ଝାରସୁଗୁଡ଼ାରୁ ଗୁଆହାଟିକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୭ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଦେଶର ପ୍ରମୁଖ ସହର ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, କଲିକତା, ହାଇଦ୍ରାବାଦ୍‌, ରାୟପୁର...

ରେଳ ଷ୍ଟେଶନରେ ଚମକିବ ଓଡ଼ିଶାର ଐତିହ୍ୟ: ଥ୍ରୀ-ଡିରେ ଝଲସିବ କଳା, ସଂସ୍କୃତିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଫନୀରେ ଉଜୁଡି ପଡିଥିବା ଭୁବନେଶ୍ୱର ରେଳ ଷ୍ଟେଶନ ଧୀରେ ଧୀରେ ସଜାଡି ହେଉଥିବାବେଳେ ପୁଣି ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବେ ଗଢ଼ିବାକୁ ଲାଗିପଡିଛି କର୍ତ୍ତୃପକ୍ଷ। ବର୍ତ୍ତମାନ ନୂଆ...

କୋଇଲା ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଗିରଫ

ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି।...

୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୪: ସୁସ୍ଥ ହେଲେଣି ୩୧୮

ବ୍ରହ୍ମପୁର ଅଫିସ,୩୦ା୫- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଡ଼ି ଚାଲିଛି। ଶୁକ୍ରବାର ଜିଲାରେ ୬ ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୪...

CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର

ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ...

Advertisement
Archives

Model This Week