Posted inଫୁରସତ

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ ପକ୍ଷୀଙ୍କର ନ ଥିଲା, ଥିଲା ବରଫର ଅଣ୍ଡା। ଏଠାକାର ହୈଏକ୍‌ ଲୁଓତୋ ଦ୍ୱୀପର ମଜିନେମି ଉପକୂଳରେ ସେମାନେ ବରଫର ଅଣ୍ଡା ଦେଖିବାକୁ ପାଇଥିଲେ। ଦମ୍ପତିଙ୍କ କହିବା ଅନୁସାରେ, ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଏପରି ଅଣ୍ଡା ପଡ଼ିଥିବା ଦେଖିଥିଲେ।


ରିସ୍ତୋ ମତିଲା ସ୍ବାମୀଙ୍କ ସହ ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିଲେ। ସମୁଦ୍ରକୂଳରେ ଏହି ବରଫ ଅଣ୍ଡାର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସବୁଠୁ ବଡ଼ ଅଣ୍ଡାଟି ଫୁଟ୍‌ବଲ ସଦୃଶ ଥିଲା। ଏହି ଘଟଣା ଦେଖିବା ପରେ ଫିନ୍‌ଲ୍ୟାଣ୍ଡ୍‌ର ପାଣିପାଗ ବିଶେଷଜ୍ଞ ଜୋନି ବେନିୟୋ କୁହନ୍ତି, ଏହା ସାମାନ୍ୟ ଘଟଣା ନୁହେଁ, ବେଶ୍‌ ଚିନ୍ତାର ବିଷୟ। ସେ କୁହନ୍ତି, ପାଗ ପରିବର୍ତ୍ତନ ହେଲେ ଏମିତି  ଘଟିଥାଏ। ଯେତେବେଳେ ପାଣି ଏବଂ ପବନର ତାପମାତ୍ରା ଠିକ୍‌ ଥାଏ ସେତେବେଳେ ଏପରି ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚ ମାସରେ ଗଛରୁ ପତ୍ରଝଡ଼ା ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ।


ସେହିପରି ଇଲିନୋଇସ୍‌ ଷ୍ଟେଟ୍‌ ୟୁନିଭର୍‌ସିଟିର ଭୂ-ବିଜ୍ଞାନ ପ୍ରଫେସର ଡ. ଜେମ୍‌ସ କାର୍ଟର କୁହନ୍ତି, ପତ୍ରଝଡ଼ା ସମୟରେ ଯେତେବେଳେ ପାଣି ବରଫ ହେବା ଆରମ୍ଭ କରେ ଲହଡ଼ି ଆସି ବରଫ ଏପରି ଅଣ୍ଡା ସଦୃଶ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ...

ଶୀତରୁ ରକ୍ଷା ପାଇଁ ମାଙ୍କଡ଼ ଆପଣାଉଛି ଏମିତି ଉପାୟ, ଦେଖିଲେ ହସିହସି ଗଡ଼ିଯିବେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ...

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ...

ଗୁରୁ: ଆଲୋକର ବାଟ ଦେଖାନ୍ତି

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ,...

ଜେଜେ ମା’ଙ୍କ ଦେହ ଖରାପ ହେବାରୁ ଏମିତି କରି ଦେଖାଇଲେ ୧୧ ବର୍ଷର ନାତି

ଜେଜେ ମା’ଙ୍କ ଦେହ ଖରାପ ହୋଇଯିବାରୁ ୧୧ ବର୍ଷର ନାବାଳକ ନାତି ଏକ ମର୍ସିଡିଜ୍‌ କାର ଚଲାଇ ତାଙ୍କୁ ସୁରକ୍ଷିତ ଘରେ ନେଇ ପହଞ୍ଚାଇଛନ୍ତି। ଏହି...

ରହସ୍ୟମୟ ପଥର ହାଣ୍ଡି

ଭେଣ୍ଟିଆନେ,୨୨।୨: ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍‌ରେ ରହିଛି।...

କୁକୁର ସହ ମହିଳା କଲେ କିଛି ଏମିତି, ଦେଖିଲେ ଆଖିରେ ଆସିଯିବ ଲୁହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର

ଲଣ୍ଡନ,୪।୫: ବ୍ରିଟେନ୍‌ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍‌ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍‌ରେ...

Coronavirus Update


Archives

Model This Week

Why Dharitri