ଅଚେତ ଅବସ୍ଥାରେ ଅପହୃତା ଛାତ୍ରୀ ଉଦ୍ଧାର

ଭଦ୍ରକ ଅଫିସ/ ବନ୍ତ, ୭ା୮(ସ୍ବ.ପ୍ର.)- ଭଦ୍ରକ ଜିଲା ଆଗରପଡା ଥାନା ଅଞ୍ଚଳରୁ ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମଙ୍ଗଳବାର ଅପହରଣ କରି ନିଆଯିବାର ୫ ଘଣ୍ଟା ପରେ ତାଙ୍କୁ ସାଳନ୍ଦୀ ନଦୀକୂଳ ଏକ ଆମ୍ବତୋଟାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ଆଗରପଡା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଭଦ୍ରକ ଜିଲା ଚିକିସତ୍ାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଦୁଇଜଣିଆ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଥିଲେ। ଚେତା ଫେରିଥିଲେ ବି ସେ ଭଲଭାବେ କଥାବାର୍ତ୍ତା କରିପାରୁ ନଥିଲେ। ଆଗରପଡା ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ପୋଲିସ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା କୁହାଯାଉଛି। ଏହି ଛାତ୍ରୀଙ୍କୁ ସେହି ଅଞ୍ଚଳର କେତେଜଣ ଯୁବକ ପୂର୍ବରୁ ହଇରାଣ କରି ଆସୁଥିଲେ। ସପ୍ତାହକ ପୂର୍ବରୁ ପଞ୍ଚାୟତରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା। ଏଭଳି ଘଟଣାକୁ ନେଇ ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳିକା ଏଭଳି ଅପହରଣ କାଣ୍ଡ ଘଟାଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଗରପଡା ପୋଲିସ ଏକ ମାମଲା (ନଂ ୧୦୧/୧୯)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ରାତିରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପୋଲିସ ସୂଚନା ଅନୁଯାୟୀ ଛାତ୍ରୀଜଣଙ୍କ ପୂର୍ବାହ୍ନ ୯ଟା ବେଳେ ସ୍କୁଲ ଯିବା ଲାଗି ସାଇକେଲ ଯୋଗେ ଘରୁ ବାହାରିଥିଲେ। ପ୍ରାୟ ୫ କି.ମି. ଦୂର ସ୍କୁଲକୁ ଯାଉଥିବା ବେଳେ ଅପହରଣକାରୀଙ୍କ ସହ ହାତ ମିଳାଇଥିବା ଜଣେ ନାବାଳିକା ବାଟରେ ଛକି ରହିଥିଲେ। ସେ ଏହି ଛାତ୍ରୀଙ୍କ ସାଇକେଲକୁ ରାସ୍ତାକଡରେ ରଖି ‘ଆସ ଭଦ୍ରକ ଯିବା’ କହି ବାଧ୍ୟକରି ଭଦ୍ରକ ଅଭିମୁଖେ ଯାଉଥିବା ଏକ ବସ୍‌ରେ ବସାଇଥିଲେ। ବସ୍‌ଟି ଭଦ୍ରକ-ଆଗରପଡା ରାସ୍ତାରେ ଆସି କାଦବରାଙ୍ଗ ଛକ ନିକଟରେ ପହଞ୍ଚିିବା ବେଳେ ପୂର୍ବରବାଇକ ଧରି ଜଗି ରହିଥିବା ଜଣେ ଯୁବକ ଏହି ଦୁଇଜଣଙ୍କୁ ସାଥିରେ ନେଇ ୧୨ କି.ମି. ଦୂର ଟିକିରା ଆଡକୁ ଚାଲିଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଅପହରଣକାରୀ ସେହି ଛାତ୍ରୀଙ୍କ ପରିବାର ଲୋକଙ୍କୁ ଫୋନ କରି ‘ତୁମ ଝିଅକୁ ଅପହରଣ କରି ନିଆଯାଇଛି’ ବୋଲି ଜଣାଇଥିଲେ। ପୁନଶ୍ଚ ଅପରାହ୍ନ ୪ଟାରେ ସେ ପରିବାର ଲୋକଙ୍କୁ ଫୋନ୍‌ କରି ‘ତୁମ ଝିଅଙ୍କୁ ବିକ୍ରି କରାଯିବ ନଚେତ ମାରି ଦିଆଯିବ’ ବୋଲି ଧମକ ଦେଇଥିଲେ। ପରିବାର ଲୋକେ ପ୍ରଥମ ଫୋନ୍‌ କଲ୍‌ ପାଇ ଭୟଭୀତ ହୋଇ ଆଗରପଡା ଥାନାର ସହାୟତା ନେଇଥିଲେ। ଅପରାହ୍ନ ୪ଟା ବେଳେ ସେହି ନମ୍ବରରୁ ଆଉ ଏକ କଲ୍‌ ପାଇ ତାଙ୍କ ଝିଅ ଟିକିରା ନିକଟସ୍ଥ ସାଳନ୍ଦୀ ନଦୀକୂଳରେ ପଡିଥିବା ଜାଣି ସେଠାକୁ ଯାଇଥିଲେ। ସେମାନେ ଜିଲା ଆଇନ ସେବା ପ୍ରାଧିକରଣ ପାରାଲିଗାଲ ସ୍ବେଚ୍ଛାସେବୀ ସୁନାରାଣୀ ପଣ୍ଡାଙ୍କ ସହାୟତା ନେଇ ସାଳନ୍ଦୀ ନଦୀକୂଳ ଆମ୍ବତୋଟାରୁ ତାଙ୍କ ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ସ୍କୁଲ ୟୁନିଫର୍ମ ପିନ୍ଧି ଘରୁ ଆସିଥିବା ଛାତ୍ରୀଜଣଙ୍କ ସେତେବେଳେ ଏକ ଘରୋଇ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଅଚେତ ଅବସ୍ଥାରେ ଥିବା ଝିଅକୁ ସେମାନେ ପ୍ରାୟ ୧୦ କି.ମି. ଦୂର ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଆଗରପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭଦ୍ରକ ପଠାଯାଇଥିଲା। ଏହାମଧ୍ୟରେ ଆଗରପଡା ପୋଲିସ ଭଦ୍ରକ ଡାକ୍ତରଖାନା ଓ ଅପହୃତା ଛାତ୍ରୀଙ୍କ ଗାଁକୁ ଯାଇ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚୁରା ଜାରି ରଖିଛି। ଏହି ଅପହରଣ ଘଟଣାରେ ସମ୍ପୃକ୍ତ ଯୁବକ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri