କ୍ୟାମ୍ପସ ସଫେଇ କରୁଛନ୍ତି ଅଧ୍ୟାପିକା ଅଧ୍ୟାପକ

ତିହିଡ଼ି,୭ା୮(ଡି.ଏନ.ଏ.)-ଅଧ୍ୟାପିକା ଅଧ୍ୟାପକମାନେ କ୍ୟାମ୍ପସରେ ଉପସ୍ଥିତ ରହି ଅବସର ସମୟରେ ଗବେଷଣା କାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚତ୍ନାରାୟଣ ମାଧବ ଅର୍ଜୁନ କଲେଜର ଗବେଷଣା ଲାଗି ଆବଶ୍ୟକ ସୁବିଧା ଓ ଭିତ୍ତିଭୂମି ନ ଥିବାରୁ ଅଧ୍ୟାପିକା ଅଧ୍ୟାପକମାନେ ଏ ନେଇ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ବଳକା ସମୟରେ ସେମାନେ କ୍ୟାମ୍ପସ୍‌ ସଫେଇ ଭଳି କାର୍ଯ୍ୟକ୍ରମ ହାତକୁ ନେବା ଘଟଣା ଚର୍ଚ୍ଚାକୁ ଆସିଛି।
ଉଲ୍ଲେଖନୀୟ ଯେ, ଚଳିତ ମାସ ଆରମ୍ଭରୁ ରାଜ୍ୟ ସରକାର କଲେଜ କ୍ୟାମ୍ପସରେ ଅଧ୍ୟାପକଙ୍କ ୭ଘଣ୍ଟିଆ ଅବଧି ନିୟମ ଲାଗୁ କରିଛନ୍ତି। ସେମାନଙ୍କ ଯିବା ଆସିବାକୁ ଜଗିବା ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ହୋଇଛି। ନିର୍ଦ୍ଧାରିତ ଅବଧି ମଧ୍ୟରେ ପିରିୟଡ ଶେଷ ହେଲେ ବଳକା ସମୟରେ ସେମାନେ ରିସର୍ଚ୍ଚ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। ଅଧ୍ୟାପିକା ଅଧ୍ୟାପକମାନେ ଏହି ନୂତନ ନିୟମ ପାଳନ କରୁଥିଲେ ମଧ୍ୟ ବେତନରେ ଅସଙ୍ଗତି ଥିବା ଦର୍ଶାଇ କେତେକ ଏହାକୁ ବିରୋଧ କରୁଛନ୍ତି। ସେହିପରି ରିସର୍ଚ୍ଚ ଲାଗି ଉପଯୁକ୍ତ ଭିତ୍ତିଭୂମି, ପାଠାଗାର, ପଠନାଳୟ ଓ କ୍ୟାଣ୍ଟିନ ଆଦି ଆନୁଷଙ୍ଗିକ ସୁବିଧା ନ ଥିବା ସେମାନେ ଦର୍ଶାଉଛନ୍ତି। ନୂଆ ନିୟମ ଅନୁଯାୟୀ ସକାଳ ୯ଟାରେ କ୍ଲାସ୍‌ କରିବାକୁ ଯାଉଥିବା ଅଧ୍ୟାପକମାନେ ଅପରାହ୍ନ ୪ଟା ଏବଂ ପୂର୍ବାହ୍ନ ୧୦ଟାରେ କ୍ଲାସ୍‌ ଯାଉଥିବା ଅଧ୍ୟାପକମାନେ ଅପରାହ୍ନ ୫ଟା ଯାଏ କ୍ୟାମ୍ପସରେ ରହୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ୭୫ପ୍ରତିଶତ ଉପସ୍ଥାନ ନିୟମ ଲାଗୁ ହୋଇଛି। କିନ୍ତୁ ଅପରାହ୍ନ ୨ଟା ପରେ ଜଣେହେଲେ ଛାତ୍ରୀଛାତ୍ର କ୍ୟାମ୍ପସ୍‌ରେ ରହୁ ନ ଥିବାରୁ ଅଧ୍ୟାପକମାନେ ବାକି ସମୟତକ କ୍ୟାମ୍ପସ୍‌ ସଫେଇ ଭଳି କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରାଧ୍ୟାପକ ରବିନାରାୟଣ ଚୌଧୁରୀଙ୍କ ନେତୃତ୍ୱରେ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ, ଅମିୟ ରଞ୍ଜନ ଦାସ, ପ୍ରଦୀପ କୁମାର ମିଶ୍ର, ଅନାମଚରଣ ସାହୁ, ପ୍ରଦୀପ କୁମାର ରାଉତ, ମଞ୍ଜୁର ଅହମ୍ମଦ ଖାନ୍‌, ବିଶ୍ୱରଞ୍ଜନ ଦାସ, ବୈଷ୍ଣବ ମହାନ୍ତି, ଅଧ୍ୟାପିକା ହୀରକଲତା ଦାସ, ପଦ୍ମାଳୟା ଖଟୁଆ, ସୁସ୍ମିତା ପଣ୍ଡା, ସ୍ବପ୍ନା ରାୟ, ଡ. ସ୍ବପ୍ନା ସାମନ୍ତ, ଅରୁନ୍ଧତି ସେନାପତି ପ୍ରମୁଖ ଏଭଳି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଅଧ୍ୟକ୍ଷ ଡ. ଅଜିଜୁର ରହେମାନ ଅଧ୍ୟାପିକା ଅଧ୍ୟାପକଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri