ଅଙ୍ଗୁର ଓ ଲୋ ବ୍ଲଡ୍‌ ପ୍ରେସର

ବ୍ଲଡ୍‌ ପ୍ରେସର ବା ରକ୍ତଚାପ ଆଜିକାଲ ଏକ ସାଧାରଣ ସ୍ବାସ୍ଥ୍ୟଜନିତ ସମସ୍ୟା ପାଲଟିଗଲାଣି। ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ-ଉଚ୍ଚ ରକ୍ତଚାପ (ହାଇ ବ୍ଲଡ୍‌ପ୍ରେସର) ଏବଂ ନିମ୍ନ ରକ୍ତଚାପ (ଲୋ ବ୍ଲଡ୍‌ପ୍ରେସର)। ଜଣେ ଲୋ ବ୍ଲଡ୍‌ ପ୍ରେସର ରୋଗୀ ନିଜର ଖାଦ୍ୟପେୟ ପ୍ରତି ସଚେତନ ହେବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବା ଦରକାର। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଏପରି ସମସ୍ୟା ସହ ଜଡ଼ିତ ବ୍ୟକ୍ତି ଯଦି ପ୍ରତିଦିନ କିଛି ଅଙ୍ଗୁର ଖାଆନ୍ତି ତେବେ ଲୋ ବ୍ଲଡ୍‌ପ୍ରେସର ନିୟନ୍ତ୍ରଣରେ ରହିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭେଷଜ ବିଶେଷଜ୍ଞମାନେ ‘ଲୋ ବ୍ଲଡ୍‌ପ୍ରେସର ଏବଂ ଅଙ୍ଗୁର’ ବିଷୟବସ୍ତୁକୁ ନେଇ ଏକ ଗବେଷଣା କରି ଏପରି କଥା ଜାଣିପାରିଛନ୍ତି। ଏହା ସହ ସେହି ବ୍ୟକ୍ତି ପ୍ରଚୁର ପାଣି ପିଇବା ଆବଶ୍ୟକ। ଅଳ୍ପ ଲୁଣ ଖାଇଲେ କିଛି କ୍ଷତି ନାହିଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ଖାଦ୍ୟ ତାଲିକାରେ ଆଇରନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ତଟକା ପନିପରିବାରେ ପ୍ରଚୁର ଆଇରନ୍‌ ଭରି ରହିଛି। ଓଟ୍‌ସରେ ଥିବା ଫାଇବର ତତ୍ତ୍ୱ ଲୋ ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଏମାନେ ଦୈନନ୍ଦିନ ଖାଦ୍ୟ ତାଲିକାରେ ରସୁଣକୁ ସାମିଲ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଡିଟି ସମସ୍ୟା ଠିକ୍‌ କରେ ଯୁଆଣି ଚା’

ଯୁଆଣି ଖାଦ୍ୟର ସ୍ବାଦ ବଢାଇବା ସହ ଏଥିରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଶରୀରର ଅନେକ ସମସ୍ୟାକୁ ଠିକ୍‌ କରିଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ...

ଏକାଗ୍ରତା ବଢ଼ାଏ ସଙ୍ଗୀତ

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନ ପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ...

ଏସବୁ ଦିଗପ୍ରତି ଧ୍ୟାନଦେଲେ ଅଣ୍ଟା ଯନ୍ତ୍ରଣାରୁ ମିଳେ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। କିନ୍ତୁ କିଛିଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜାଣନ୍ତୁ ଏ ସମ୍ପର୍କରେ…...

ଫ୍ରିଜ୍‌ରେ ଆଳୁ ରଖୁଥିଲେ ସାବଧାନ, ହୋଇପାରେ କ୍ୟାନସର

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ବିମାନ ଯାତ୍ରା ସମୟରେ ଏସବୁ ଖାଦ୍ୟପଦାର୍ଥ ପ୍ରତି ରହିଛି ପ୍ରତିବନ୍ଧକ

ସାଧାରଣତଃ ଲୋକେ ବସ୍‌, ଟ୍ରେନ୍‌ କିମ୍ବା ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ କିଛି ଖାଦ୍ୟପଦାର୍ଥ ନେଇଥାନ୍ତି। କାରଣ ଯାତ୍ରା ଯେପରି ବୋରିଂ ନ ହେବ।...

ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର...

ଶୀତଦିନେ ଖାଆନ୍ତୁ ଅଁଳା

ଋତୁ ଅନୁଯାୟୀ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି। ତେବେ ଶୀତଦିନେ ପ୍ରଚୁର ପରିମାଣରେ ଅଁଳା ମିଳିଥାଏ। ଆଉ ଏହା...

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ...

Coronavirus Update


Archives

Model This Week

Why Dharitri