ଅଙ୍ଗନୱାଡି ଶିଶୁଙ୍କ ସେବାରେ ଦିବ୍ୟାଙ୍ଗ ଝୁମୁକଲାଲ୍‌:ଟ୍ରାଇ ସାକେଲରେ ପିଲାଙ୍କୁ କରୁଛନ୍ତି ନବା ଆଣିବା

ଚନ୍ଦାହାଣ୍ଡି,୧୪।୩(ଡି.ଏନ.ଏ.) ଝୁମୁକଲାଲ୍‌ ମାଝି। ଟ୍ରାଇସାଇକେଲ୍‌ ବିନା କୌଣସି ସ୍ଥାନକୁ ଯାଇପାରନ୍ତିନି। ହେଲେ ଶିଶୁମାନଙ୍କ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ତେଣୁ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ନିଜକୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କୋମଳମତି ଶିଶୁଙ୍କ ସେବାରେ ନିୟୋଜିତ କରିଛନ୍ତି।
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଦଳବେଡ଼ା ପଞ୍ଚାୟତ ଅଧୀନ ଅଣ୍ଟିପଡ଼ା ଗାଁ ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରି ସ୍କୁଲ ଛାତ୍ରୀଛାତ୍ରଙ୍କୁ ସେ ପ୍ରତ୍ୟେକଦିନ ସ୍କୁଲ ନେବା ଆଣିବା କରନ୍ତି। ସାହି ଗଳି ବୁଲି ସେ ପିଲାଙ୍କୁ ନିଜ ଟ୍ରାଇସାଇକେଲରେ ବସାଇ ସ୍କୁଲରେ ଛାଡ଼ିଥାନ୍ତି। ଏହା ଝୁମୁକଲାଲ୍‌ଙ୍କ ନିତିଦିନିଆ କାମ। ଗାଡି ମୋଟର ଚଳାଚଳ ଯୋଗୁ ରାସ୍ତାରେ ଦୁର୍ଘଟଣା ଓ ବୁଲା କୁକୁର କାମୁଡ଼ିବା ଭଳି ଘଟଣା ଘଟୁଛି। ତେଣୁ ପିଲାଙ୍କ ସୁରକ୍ଷା ପାଇଁ ଝୁମୁକଲାଲ୍‌ ନେଇଛନ୍ତି ଏହି ଦାୟିତ୍ୱ। ରାସ୍ତାରେ ପିଲାଙ୍କୁ ସେ ଗପ କହି ନେଉଥିବାବେଳେ ସେମାନେ ମଧ୍ୟ ଝୁମୁକଲାଲ୍‌ଙ୍କୁ ଦାଦା, ବଡୁ, ଜେଜେ ଆଦି ନାମରେ ଡାକିଥାନ୍ତି। ଏହା ତାଙ୍କୁ ଅଧିକ ଖୁସି ଦେଇଥାଏ ବୋଲି ଝୁମୁକଲାଲ୍‌ କୁହନ୍ତି। ସ୍ବାସ୍ଥ୍ୟ ଖରାପ ହେଲେ ଦିନେ ନ ଦେଖିଲେ ପିଲାମାନେ ତାଙ୍କ ଘରକୁ ଯାଇ ଦେଖି ଆସନ୍ତି। ଝୁମୁକଲାଲ୍‌ ଓ ପିଲାଙ୍କ ସମ୍ପର୍କକୁ ନେଇ ସମସ୍ତେ ପ୍ରଶଂସା କରନ୍ତି। ଅଙ୍ଗନୱାଡ଼ି କର୍ମୀ ଜୟମଣି ମାଝି ମଧ୍ୟ ଝୁମୁକଲାଲ୍‌ଙ୍କ ଏଭଳି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସେମାନଙ୍କ ସେବାରେ ଲାଗିବା ମୋତେ ଆତ୍ମତୃପ୍ତି ଦେଇଥାଏ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri