ଭଞ୍ଜନଗର,୧୦।୧୧(ଡି.ଏନ.ଏ)- ଭଞ୍ଜନଗର ସହରତଳି ଲଣ୍ଡେଇସାହି ଚ୍ଛେଦାଭୁମି ରୋଡ଼ର ବାବୁଲି ସେଠୀଙ୍କ ପୁଅ ସୁରଜ ଗୁଜରାଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କ ବ୍ରେନ କୋମାକୁ ଚାଲିଯାଇଥିଲା। ସେଠାରେ ଚିକିତ୍ସା ପାଇଁ ଅର୍ଥ ଅଭାବ ଓ ସେ ସମୟରେ କେତେଜଣ ଲୋକଙ୍କ ପରାମର୍ଶକ୍ରମେ ସୁରଜଙ୍କ ବିଭିନ୍ନ ଅଙ୍ଗକୁ ଦାନ କରିବା ପାଇଁ ତାଙ୍କ ବାପା ହୋଇଥିଲେ। ମୃତ୍ୟୁ ପୂର୍ବରୁ ସୁରଜଙ୍କ ବିଭିନ୍ନ ଅଙ୍ଗକୁ ୬ ଜଣଙ୍କ ଶରୀରରେ ଗତ ୨ ତାରିଖରେ ରୋପଣ କରାଯାଇଥିଲା। ସେମାନେ ନୂଆ ଜୀବନ ପାଇଛନ୍ତି। ପରେ ସୁରଜଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ସେଠାରେ ସତ୍କାର ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏଭଳି ମହାନ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଭଳି ମହାନତା ପାଇଁ ସୁରଜଙ୍କ ପରିବାରକୁ ଟୁଇଟରରେ ଧନ୍ୟବାଦ ଜଣାଇଥିଲେ। ଏଭଳି ସ୍ଥିତିରେ ସୋମବାର ସୁରଜଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଯୋଜନା ଅଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପକ୍ଷରୁ ସୁରଜଙ୍କ ପରିବାର ସହ ଯୋଗାଯୋଗ ହୋଇଛି। ସୁରଜଙ୍କ ଦାଦା କୋକ ସେଠୀ ଶନିବାର ଏହି ସୂଚନା ଦେଇଛନ୍ତି। ସୋମବାର ମନ୍ତ୍ରୀ ଆରୁଖଙ୍କ ଉପସ୍ଥିତିରେ ସୁରଜଙ୍କ ବାପା ବାବୁଲି ଓ ପରିବାରର ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ଅଛି। ସୂଚନାଯୋଗ୍ୟ, ବାବୁଲି ପ୍ରାୟ ୨୫ ବର୍ଷ ହେବ ସୁରଟରେ ସୁତାକଳରେ କାମ କରୁଛନ୍ତି। ଦୀର୍ଘଦିନ ସୁରଟରେ ରହିଥିଲେ ମଧ୍ୟ ସେଠାରେ ସେ ରାଶନ କାର୍ଡ଼ ପାଇପାରି ନ ଥିଲେ। ଦୁର୍ଘଟଣାରେ ଆହତ ପୁଅର ଚିକିତ୍ସା ପାଇଁ ପାଖରେ କୌଣସି ସ୍ବାସ୍ଥ୍ୟବୀମା କାର୍ଡ଼ ନଥିବାରୁ ମେଡ଼ିକାଲ ଖର୍ଚ୍ଚ ଧାରଉଧାର କରି ଭରିଥିଲେ। ପୁଅ ଅଙ୍ଗଦାନ କରି ମହାନତା ଦେଖାଇଥିତ୍ବା ବାବୁଲିଙ୍କ ପରିବାରକୁ ଗୁଜରାଟ, ଓଡ଼ିଶା କିମ୍ବା କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସାମାନ୍ୟ ସହାୟତା ଯୋଗାଇନାହାନ୍ତି। କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ସୁରଜଙ୍କ ପରିବାରକୁ ଏ ଯାଏ ଭେଟିନାହାନ୍ତି। କେବଳ ବିଭିନ୍ନ ଗଣମାଧ୍ୟମରେ ପରିବାର ଚର୍ଚ୍ଚାରେ ରହିଛନ୍ତି। ଭଞ୍ଜନଗର କିମ୍ବା ସୁରାଟରେ ବାବୁଲିଙ୍କ ଘର ଖଣ୍ଡେ ନାହିଁ। ଭଞ୍ଜନଗରରେ ପୈତୃକ ଏକ ଛୋଟିଆ ଘରେ ଅନ୍ୟଭାଇମାନେ ରହୁଛନ୍ତି। ପରିବାର ଆର୍ଥିକ ସ୍ଥିତି ବହୁତ ଖରାପ। ହେଲେ ବାବୁଲିଙ୍କ ମହାନତାକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ
ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

କୋଭିଡ୍ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ
ସୋରଡା,୧ା୫(ଡି.ଏନ୍.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ...

କରଡ଼ାକନାରେ ୨ ଦୋକାନ ସିଲ: ୧୦ହଜାର ଜରିମାନା ଆଦାୟ
ଶେରଗଡ଼,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅଞ୍ଚଳରେ ଯାଞ୍ଚ କରାଯାଉଛି। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ଯେପରି ନ ହେବ ସେଥି ପ୍ରତି...

୧୫ ସୁଦ୍ଧା ବକେୟା ପୈଠ ନ କଲେ ବିଦ୍ୟୁତ୍ ବିଚ୍ଛିନ୍ନ
ବ୍ରହ୍ମପୁର ଅଫିସ,୧ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ ପରିବଣ୍ଟନ ସଂସ୍ଥା ସାଉଥକୋ ଅଧୀନ ୮ ଜିଲାର ୧୫ ଲକ୍ଷ ୭୩ ହଜାର ୮୧୫ ଉପଭୋକ୍ତାଙ୍କ ଉପରେ ୧୩୭୪.୨୬ କୋଟି ଟଙ୍କା...

ତାତି ବଢ଼ାଉଛି ବେଆଇନ ଇଟାଭାଟି
ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି...

ମଳାସୁର କ୍ୟାମ୍ପେନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ
ବ୍ରହ୍ମପୁର ଅଫିସ,୨୦ା୧୧- ବ୍ରହ୍ମପୁର ମହାନଗର ନିଗମ ନିକଟରେ ରାଜ୍ୟର ପ୍ରଥମ ବାହ୍ୟମଳ ମୁକ୍ତ(ଓଡିଏଫ) ବାହ୍ୟମଳ ମୁକ୍ତ ପ୍ଲସ ପ୍ଲସ(ଓଡିଏଫ++) ସହର ଭାବେ ମାନ୍ୟତା ପାଇବା ସହ...

କାମ ଦେବା ନଁ।ରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲାପାଳ,ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଗଞ୍ଜାମ,୧ା୬(ଡି.ଏନ.ଏ.)- ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ କାମ...

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ...