ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ପାଇଁ ଅର୍ଥ ଦାବି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୋଳ, ବାଲେଶ୍ୱର, କୋରାପୁଟ ଏବଂ ଶିଳ୍ପନଗରୀ ରାଉରକେଲାରେ ନୂତନ ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ଖୋଲାଯିବ। ଏଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଗୃହ ବିଭାଗ ବଜେଟରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଉ ବୋଲି ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସୁପାରିସ କରାଯାଇଛି। ଦୈନନ୍ଦିନ ଜୀବନରେ ତୃଣମୂଳରେ ସେବା ଯୋଗାଉଥିବା ହୋମ୍‌ଗାର୍ଡ(ଗୃହରକ୍ଷୀ)ଙ୍କ ଦୈନିକ ପାରିଶ୍ରମିକ ୩୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ସୁପାରିସ କରାଯାଇଛି। ନିକଟରେ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଏହା ଲାଗୁ କରିବାକୁ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଏବଂ ଷ୍ଟାଣ୍ଡିଂ କମିଟିର ସୁପାରିସ କାର୍ଯ୍ୟକାରୀ ହେଲେ ରାଜ୍ୟରେ କର୍ତ୍ତବ୍ୟରତ ୧୭,୭୫୭ ହୋମ୍‌ଗାର୍ଡ ଉପକୃତ ହେବେ।
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଖାଲିଥିବା ହୋମ୍‌ଗାର୍ଡ ପଦବୀ ପୂରଣ ନେଇ ଗୁରୁତ୍ୱ ଦିଆଯାଇଛି। ସେହିଭଳି ରାଜ୍ୟର ପ୍ରମୁଖ ଜେଲଗୁଡ଼ିକରେ ଆମ୍ବୁଲାନ୍ସ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଜେଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ ସହ ‘ଅଦର କଣ୍ଟିଜେନ୍ସିଂ’ ଅଧୀନରେ ୫୮୭ ଥାନା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ ଲାଗି କମିଟି ମତ ରଖିଛି। ଜାତୀୟ ସର୍ତ୍ତାବଳୀ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଥାନାର ମାନବ ସମ୍ବଳ ବୃଦ୍ଧି କରାଯାଉ। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ରେ ଗୋଟିଏ ଲେଖାଏ ଶବ ବ୍ୟବଚ୍ଛେଦ ୟୁନିଟ୍‌ ଖୋଲାଯାଉ। ଫରେନ୍‌ସିକ୍‌ ଲାବରେଟୋରିଗୁଡ଼ିକରେ ସାଇଣ୍ଟିଫିକ୍‌ ଆସିଣ୍ଟାଣ୍ଟ ପଦବୀ ଦ୍ୱିଗୁଣ କରିବା ପାଇଁ ପଦକ୍ଷେପ ନିଆଯିବା ସହ ପୋଲିସ ସେବାରେ ହେଉଥିବା ବିଭିନ୍ନ ନିଯୁକ୍ତିକୁ ୩ ପର୍ଯ୍ୟାୟ ମଧ୍ୟରେ ସାରିବା ପାଇଁ କମିଟି ପକ୍ଷରୁ ସୁପାରିସ କରାଯାଇଛି। ରାଜ୍ୟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀମାନଙ୍କ ଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ଆଗାମୀ ଆର୍ଥିକ ବର୍ଷରେ ଅତିରିକ୍ତ ୧୦ କୋଟି ଟଙ୍କା ପ୍ରଦାନ ଲାଗି ମଧ୍ୟ କୁହାଯାଇଛି। ବିଶେଷକରି ସବୁ ବର୍ଗର ପୋଲିସ ଅଧିକାରୀ ରହିବା ପାଇଁ ନିର୍ମିତ କୋଠାବାଡ଼ିର ଗୁଣାତ୍ମକମାନ ସୁଦୃଢ଼ କରିବା ନିମନ୍ତେ କମିଟି ପ୍ରସ୍ତାବ ଦେଇଛି। ସେହିଭଳି ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଅଗ୍ନିଶମ ସେବାକେନ୍ଦ୍ର ପାଇଁ ସରକାର ଅନୁମୋଦନ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ଖୋଲିବା ପାଇଁ ଦୂରତାକୁ ମଧ୍ୟ ବୈଶିଷ୍ଟ୍ୟ ରୂପେ ନେବା ଲାଗି ପ୍ରସ୍ତାବ ଦିଆଯାଇଛି। ଭିଆଇପି କାରକେଡ୍‌କୁ ଅଗ୍ନିସୁରକ୍ଷା ଲାଗି ଏସ୍‌ୟୁଭି ଗାଡି ପାଇଁ ଅର୍ଥ ପ୍ରଦାନ ସହ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବାକୁ ସୁପାରିସ କରାଯାଇଛି। ମେରାଇନ୍‌ ଥାନାକୁ ଅତ୍ୟାଧୁନିକ କରିବା ସହ ଆବଶ୍ୟକ ଆଧୁନିକ ସାମଗ୍ରୀ ଯୋଗାଇବା ଲାଗି କମିଟି ପ୍ରସ୍ତାବ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri