ଅକ୍ଷମଙ୍କ ପାଇଁ ଉଦାହରଣ: ଦୃଷ୍ଟିହୀନ ଆଶିଷ ଏବେ ଅଧ୍ୟାପକ

କଟକ ଅଫିସ,୧୮ା୩: ଜନ୍ମରୁ ଦୃଷ୍ଟିହୀନ। ତଥାପି ଅକ୍ଷମତା ତାଙ୍କୁ ସଫଳତା ପଥରୁ ଦୂରେଇ ରଖିପାରିନି। ଅଗାଧ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପନା ଦାୟିତ୍ୱରେ ଅଛନ୍ତି। ଏହି ପ୍ରତିଭା ଜଣଙ୍କ ହେଲେ ଅଧ୍ୟାପକ ଡ. ଆଶିଷ କୁମାର ସାହୁ। ତାଙ୍କର ଏହି ସଫଳତା ପଛର ସଂଘର୍ଷମୟ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
ଆଶିଷଙ୍କ ଘର ବରଗଡ ଜିଲା କଟାପାଲି ଅଞ୍ଚଳରେ। ବାପା, ମା, ତିନି ଭାଇ ଏବଂ ଗୋଟିଏ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ପରିବାର ବୋଝ ଆଶିଷଙ୍କ ବାପା ଗୋପୀନାଥ ସାହୁଙ୍କ ମୁଣ୍ଡ ଉପରେ ଥାଏ। ଗୋପୀନାଥ ଏକ ସରକାରୀ ସ୍କୁଲ ଶିକ୍ଷକ ହୋଇଥିବାରୁ ଦୁଃଖକଷ୍ଟରେ ପରିବାର ଚଳିଯାଏ। ଆଶିଷ ଦେଖି ପାରୁ ନ ଥିଲେ ମଧ୍ୟ ବାପାଙ୍କ କଷ୍ଟକୁ ଅନୁଭବ କରିପାରୁଥିଲେ। ଅନ୍ୟପକ୍ଷରେ ପିଲାଦିନରୁ ଆଶିଷଙ୍କର ପାଠପଢାରେ ବହୁତ ଆଗ୍ରହ ଥିଲା। ନିଜେ ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବା ସହିତ ସାଙ୍ଗସାଥୀଙ୍କୁ ଭଲ ପଢିବା ପାଇଁ ସବୁବେଳେ ଉପଦେଶ ଦେଉଥିଲେ। ଜ୍ଞାନ ହିଁ ପରମ ଧନ ବୋଲି ଆଶିଷଙ୍କର ବିଶ୍ୱାସ ରହିଛି। ଇତିମଧ୍ୟରେ ବୁର୍ଲା ଦୃଷ୍ଟିହୀନ ବିଦ୍ୟାଳୟରୁ ସେ ମାଟ୍ରିକ୍‌ ପାସ୍‌ କରିବା ପରେ ବୁର୍ଲା ଏନ୍‌ଏସି କଲେଜରେ ଯୁକ୍ତଦୁଇ ପଢିଥିଲେ। ପରେ ସ୍ନାତକ ପଢିବା ପାଇଁ କଟକ ଆସିଥିଲେ। ରେଭେନ୍‌ଶା କଲେଜରେ ଓଡ଼ିଆ ସମ୍ମାନରେ ସ୍ନାତକ ପାସ୍‌ କରି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଲାଭ କରିଥିଲେ। ସେଠାରେ ଆଶିଷଙ୍କୁ କିଛି ସାଙ୍ଗ ବହୁତ ହଇରାଣ କରନ୍ତି। ବହିଠାରୁ ଆରମ୍ଭ କରି ନୋଟ୍‌ ପର୍ଯ୍ୟନ୍ତ କିଛି ସାହାଯ୍ୟ କରନ୍ତିନାହିଁ। ସେଠାରେ ଜଣେ ସାର୍‌ ଆଶିଷଙ୍କ ସହିତ ବେଶ୍‌ ଜଡିତ ଥିଲେ। ସେ ସବୁ ସମୟରେ ତାଙ୍କୁ ସହଯୋଗ କରୁଥିଲେ। ଯାହାକିଛି କ୍ଲାସରେ ଅଧ୍ୟାପକ ପଢାନ୍ତି ତାହାକୁ ରେକର୍ଡର ମାଧ୍ୟମରେ ରେକର୍ଡ କରି ବାରମ୍ବାର ଶୁଣନ୍ତି। ସେଥିରୁ ଯାହା ମନେରହେ ପରୀକ୍ଷାରେ ଲେଖନ୍ତି। ପିଜି ପାସ୍‌ କରିବା ସମୟରେ ରେଭେନ୍‌ଶାରେ ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଶିଷ ଏହି ପଦବୀ ପାଇଁ ଆବେଦନ କରିଥିଲେ। ୨୦୧୩ରେ ଅଧ୍ୟାପକ ଭାବେ ରେଭେନ୍‌ଶାରେ ଯୋଗଦେଇଥିଲେ। ଚଳିତବର୍ଷ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍‌ଡିରେ ଡକ୍ଟରେଟ ପାଇଛନ୍ତି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଜଣେ ଦକ୍ଷ ଅଧ୍ୟାପକ ଭାବେ ଯେମିତି ତାଙ୍କର ନଁା ରହିଛି ସେମିତି ଭଲ ମଣିଷ ଭାବେ ମଧ୍ୟ ଖ୍ୟାତି ଅଛି। ଅନେକ ଦୃଷ୍ଟିହୀନ ଛାତ୍ରୀଛାତ୍ର ଇଚ୍ଛାଶକ୍ତି ଅଭାବରୁ ନିଜର କ୍ୟାରିୟର ଗଠନ କରୁପାରୁନାହାନ୍ତି। ଆଗାମୀ ଦିନରେ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଥିବା ଆଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?