ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା

ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲ୍ୟାଣ କୁମାର ପ୍ରଧାନ(୫୫ବର୍ଷ)। ସେ ବଳଦ ଚରାଇବାକୁ ବିଲକୁ ଯାଇଥିବା ବେଳେ ଟାଣ ଖରା ଯୋଗୁ ଅସୁସ୍ଥତା ଅନୁଭବ କରି ଘରକୁ ଚାଲି ଆସିଥିଲେ। ଘର ପିଣ୍ଡାରେ କିଛି ସମୟ ବସିବା ପରେ ସେ ଟଳି ପଡିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାହି ବାସିନ୍ଦାଙ୍କଠାରୁ ଖବର ପାଇ ପୋଲିସ ପହଁଞ୍ଚିଥିଲା। ଏହିଅଂଶୁଘାତ ମୃତ୍ୟୁ ନେଇ କଲ୍ୟାଣଙ୍କ ଭାଇ ମହେନ୍ଦ୍ର ଥାନାରେ ରିପୋର୍ଟ କରିଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଝୁମ୍ପୁରା ଥାନା ଅଧିକାରୀ ଏଫ ଟିଗା ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ ୬/୨୦୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ଅର୍ଥ ହଡ଼ପ ମାମଲା: ସ୍ବାମୀ ଜେଲ୍‌ ଗଲେ, ସ୍ତ୍ରୀ ଫେରାର

ରୂପ୍‌ସା, ୧୭।୯(ଡି.ଏନ.ଏ.)-ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି)ରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ବାଖରାବାଦ ଗ୍ରାମର ଅଭିଯୁକ୍ତ ରମେଶ ରାଉତଙ୍କୁ ପୋଲିସ ଗିରଫ...

୨ଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା

ଖଇରା, ୧୫।୮(ଡି.ଏନ.ଏ.)-ସ୍ବାଧୀନତା ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲା ପତଞ୍ଜଳି ଯୋଗ ସମିତି ଓ ଆଜାଦ ସୁଭାଷ ସେନା ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ୨ଶହ ଫୁଟର...

ନବକିଶୋରଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବନ୍ତ, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬)ଙ୍କୁ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛି।...

ବିଦ୍ୟାଳୟ ପରିସରରୁ ବେଆଇନ ଗଛକଟା

ଜଳେଶ୍ୱର,୨୮।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ନାମ୍ପୋ ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରୁ ବେଆଇନ୍‌ ଭାବେ ଗଛକଟା, ଭଙ୍ଗା ଇଟା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।...

ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି।...

ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌...

ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ...

Advertisement
Archives

Model This Week