Posted inଫୁରସତ

ବରଣମାଳା ପିନ୍ଧାଇବା ସମୟରେ ବର ରଖିଲେ ଅଜବ ସର୍ତ୍ତ, ଲାଜରେ ଲାଲ୍‌ ପଡ଼ିଗଲେ କନ୍ୟା, ଭିଡିଓ ଦେଖିଲେ…

ଦେଶରେ ବିବାହ ଋତୁ ହେଉ କି ନ ହେଉ, ସୋସିଆଲ ମିଡିଆରେ ସବୁବେଳେ ବିବାହ ସମ୍ପର୍କିତ ଘଟଣାବଳୀ ଭାଇରାଲ ହୋଇଥାଏ। କାରଣ ବର ଏବଂ କନ୍ୟାଙ୍କ କିଛି ଭିଡିଓ ଭାଇରାଲ ହୁଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଜଣେ ଦୁଷ୍ଟ ବରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯିଏ ବରଣମାଳା ପିନ୍ଧାଇବାର ଠିକ୍‌ ପୂର୍ବରୁ, କନ୍ୟାଙ୍କ ସମ୍ମୁଖରେ ଏମିତି ଏକ ଅଜବ ସର୍ତ୍ତ ରଖିଲେ ଯାହା ଦ୍ୱାରା କନ୍ୟା ଲାଜରେ ଲାଲ୍‌ ପଡ଼ିଗଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ବର ଏବଂ କନ୍ୟା ବରଣମାଳା ସମାରୋହ ପାଇଁ ଷ୍ଟେଜ୍‌ ଉପରେ ଠିଆ ହୋଇଛନ୍ତି। କନ୍ୟା ତାଙ୍କୁ ମାଳା ପିନ୍ଧାଇବାକୁ ଆଗକୁ ପାଦ ବଢ଼ାଉଛନ୍ତି କିନ୍ତୁ ବର ଏକ ଦାବି କରନ୍ତି ଯେଉଁଥିରେ କନ୍ୟା ଲାଜେଇ ଯାଉଛନ୍ତି। ବର ଜିଦ୍‌ ଧରୁଛନ୍ତି କନ୍ୟା ତାଙ୍କୁ ମାଳା ପିନ୍ଧାଇବା ପୂର୍ବରୁ ତାଙ୍କୁ କିସ୍‌ ଦିଅନ୍ତୁ।

କନ୍ୟା ପ୍ରଥମେ ସମ୍ପର୍କୀୟ ଏବଂ ଅତିଥିମାନଙ୍କ ଭିଡ଼ ଯୋଗୁ ସଂକୋଚବୋଧ ମନେ କରନ୍ତି, ପରେ କିସ୍‌ ଦେବାକୁ ମନା କରନ୍ତି। ତଥାପି ବର ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ଶେଷରେ କନ୍ୟା ବରଙ୍କୁ କିସ୍‌ ଦେଉଛନ୍ତି। ଏହା ପରେ ବର ଆଣ୍ଠୁ ମାଡ଼ି ମାଳା ପିନ୍ଧୁଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି।

ବର ଏବଂ କନ୍ୟାଙ୍କର ଏହି ସୁନ୍ଦର ମୁହୂର୍ତ୍ତକୁ @sheratiwari7229 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିଷର କ୍ୟାପଶନ ଲେଖାଯାଇଛି, ବିବାହର ଏକ ନୂଆ ଭର୍ସନ। କନ୍ୟା କିସ୍‌ ପରେ ହିଁ ମାଳା ପିନ୍ଧାଯିବ। ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ୨୮୦୦୦ରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକ ୟୁଜର କମେଣ୍ଟ ମଧ୍ୟ ଦିଆଯାଇଛି।

ଜଣେ ୟୁଜର ଲେଖିଛନ୍ତି, ‘ମ୍ୟାରେଜ ପ୍ରୋସେଶନ ଫେରି ଆସିଛି, ବିବାହ ବାତିଲ ହୋଇଛି। ଅନ୍ୟ ଜଣେ କହିଛନ୍ତି, ବର ଟିକେ ଦୁଷ୍ଟ। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ବିଚାରୀ ଝିଅଟି ଲଜ୍ଜିତ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri