ଏହି କଥା ପାଇଁ ବିଚଳିତ ହୋଇପଡ଼ିଲେଣି ନବୀନ: କ୍ଷୋଭରେ କହିଲେ…

ଭୁବନେଶ୍ୱର,୨୩ା୭(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, ଯାଜପୁରରେ ବଳାତ୍କାର, ଜଗତ୍‌ସିଂହପୁର, ମାଲକାନଗିରିରେ ଗଣବଳାତ୍କାର ଓ ପୁରୀରେ ଯୌନ ନିର୍ଯାତନା ତାଙ୍କୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ଯେଉଁଭଲି ଭାବେ ହିଂସା ବଢିଚାଲିଛି ତାହା ବିଚଳିତ କରିଲାଣି। ନବୀନ ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲାଣି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବିରୋଧରେ ହିଂସା କରାଯାଉଛି। ଜଣେ ଯୁବ ଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁଶନରୁ ଘରକୁ ଫେରୁଛି ସେ ସୁରକ୍ଷିତ ମନେକରୁନାହିଁ। ଏମାନେ ପ୍ରତିଦିନ ବିପଦର ସାମ୍ନା କରୁଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୌନ ନିର୍ଯାତନା ମାମଲା ବଢ଼ିଚାଲିଛି। ଆମେରିକା ସରକାର ଗତ ମାସରେ ଲେଭେଲ-୨ ପରାମର୍ଶ ଜାରି କରିଥିଲେ। ସେଥିରେ ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟର ନାମ ନେଇଥିଲେ। ଏହିସବୁ ରାଜ୍ୟକୁ ଯାଉଥିଲେ ସ୍ବତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ୧୭ ତାରିଖରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ସା ସାଢେ ୫ଟା ପରେ କୌଣସି ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ରହିବେ ନାହିଁ। ଏହାକୁ ଜନସାଧାରଣରେ ତୀବ୍ର ବିରୋଧ କରାଯିବା ପରେ ପ୍ରଶାସନ ପୁଣି ନିଷ୍ପତ୍ତି ବଦଳାଇଲା। ପୋଲିସ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ରାଜନୈତିକ ଇଚ୍ଛାଶକ୍ତି ବିନା ଏହି ସମସ୍ୟା କେବଳ ବୃଦ୍ଧି ପାଇବ। ରାଜନୈତିକ ନେତୃତ୍ୱକୁ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ, ପୋଲିସ ଷ୍ଟେଶନରେ ସ୍ଥାନୀୟ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ଅନୁମତି ଦେବା ଦ୍ୱାରା ରାଜ୍ୟ ସାରା ହିଂସା ବିଶେଷକରି ଲିଙ୍ଗଭିତ୍ତିକ ହିଂସା ସାଧାରଣରେ ପରିଣତ ହେବ। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନକରି ତୁରନ୍ତ କାର୍ଯ୍ୟ କରିବା ଉଚିତ। ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ ବୋଲି ନବୀନ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri