ନଗଦ ଟଙ୍କାକୁ ଫେରିବା

ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବେ ନବମ ବର୍ଷରେ ପ୍ରବେଶ କରିଛି। ପ୍ରବଳ ବିରୋଧ ସତ୍ତ୍ୱେ ଏହାକୁ ୧ ଜୁଲାଇ ୨୦୧୭ରେ ଲାଗୁ କରାଯାଇଥିଲା। ଜିଏସ୍‌ଟିଦାତାଙ୍କ ସଂଖ୍ୟା ୨୦୧୭ରେ ୬୭.୮୩ ଲକ୍ଷ ଥିଲାବେଳେ ପାଖାପାଖି ଦୁଇଗୁଣ ବୃଦ୍ଧି ପାଇ ଏବେ ୧ କୋଟି ୫୧ ଲକ୍ଷରୁ ଅଧିକରେ ପହଞ୍ଚିଛି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨ ଲକ୍ଷ ୮ ହଜାର କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅତ୍ୟନ୍ତ ଖୁସି ମନରେ ଘୋଷଣା କରୁଛନ୍ତି। କିନ୍ତୁ ଜିଏସ୍‌ଟି ମାଡ଼ ନାଗରିକଙ୍କ ପାଇଁ ଦିନକୁ ଦିନ ଅସହ୍ୟ ହୋଇଯାଉଛି। ଅର୍ଥାତ୍‌ ତେଲ ଲୁଣଠାରୁ ଆରମ୍ଭ କରି ପ୍ରତ୍ୟେକ ସାମଗ୍ରୀ ଓ ସେବା ଲାଗି ଟିକସ ଦେବାକୁ ପଡ଼ୁଛି। ଜିଏସ୍‌ଟିକୁ ସରଳ ଟିକସ ବ୍ୟବସ୍ଥା ବୋଲି କୁହାଯାଇ ଆସୁଛି। ବାସ୍ତବତା ଦେଖିଲେ ଏଥିରେ ଶୂନ, ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଜଟିଳ କର ଲାଗୁ କରାଯାଉଥିବାରୁ ବ୍ୟବସାୟୀମାନେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଏପରିକି ଅନେକ ସାମଗ୍ରୀ ଓ ସେବାରେ ସିଧାସଳଖ ବିଲ୍‌ ଉପରେ ଜିଏସ୍‌ଟି ଲଗାଯାଇ ନ ଥିଲେ ମଧ୍ୟ ସେହି ଟିକସ ପୂର୍ବରୁ ନେଇ ନିଆଯାଉଛି। ନିକଟରେ କର୍ନାଟକରେ ଜଣେ ପରିବା ଦୋକାନୀଙ୍କୁ ଦିଆଯାଇଥିବା ଜିଏସ୍‌ଟି ନୋଟିସ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ହାଭେରି ମ୍ୟୁନିସିପାଲ ହାଇସ୍କୁଲ ପଡ଼ିଆ ନିକଟରେ ଛୋଟ ପରିବା ଦୋକାନ କରିଥିବା ଶଙ୍କରଗୌଡ ହଦିମନି ୨୯ ଲକ୍ଷ ଟଙ୍କାର ଜିଏସ୍‌ଟି ନୋଟିସ ପାଇଛନ୍ତି। ତାଙ୍କ କହିବା କଥା ଚାରି ବର୍ଷ ହେଲା ସେ ଏହି ଦୋକାନ କରିଛନ୍ତି ଓ ଅଧିକାଂଶ ଗରାଖ ୟୁପିଆଇ କିମ୍ବା ଅନ୍ୟ ଡିଜିଟାଲ ଓ୍ବାଲେଟରେ ତାଙ୍କୁ ଟଙ୍କା ଦେଉଛନ୍ତି। ହଦିମନିଙ୍କ ଅଭିଯୋଗ ଯେ, ୪ ବର୍ଷରେ ସେ ମୋଟ ୧ କୋଟି ୬୩ ଲକ୍ଷ ଟଙ୍କା କାରବାର କରିଥିବାରୁ ତାଙ୍କ ପାଖକୁ ଜିଏସ୍‌ଟି ଅଧିକାରୀମାନେ ଏଭଳି ନୋଟିସ ପଠାଇଛନ୍ତି। ଦେଖିବାକୁ ଗଲେ ସ୍ଥାନୀୟ କୃଷକଙ୍କଠାରୁ ସେ ତଟକା ପନିପରିବା ଆଣି ବିକ୍ରି କରନ୍ତି। ଉଲ୍ଲେଖନୀୟ ଯେ, ତଟକା ପନିପରିବା, ଫଳ ଓ କ୍ଷୀର ଭଳି ସାମଗ୍ରୀ ଜିଏସ୍‌ଟିରୁ ମୁକ୍ତ। ଏପରିକି ସେ ପ୍ରତିବର୍ଷ ଆୟ କର ମଧ୍ୟ ଦେଇଥାନ୍ତି। ହେଲେ ୨୯ ଲକ୍ଷ ଟଙ୍କା ଜିଏସ୍‌ଟି ଦେବା ପାଇଁ ସେ ଅକ୍ଷମତା ପ୍ରକାଶ କରିଛନ୍ତି। ଏଥିସହିତ ଜିଏସ୍‌ଟିର ନିୟମ ଦେଖିଲେ ସେ ଏଭଳି ପରୋକ୍ଷ କର ଲାଗି ଯୋଗ୍ୟ ନୁହନ୍ତି। ତେବେ ଜଣେ ପରିବା ବେପାରୀଙ୍କ ଉପରେ ଜିଏସ୍‌ଟି ଲାଗୁ ହେଲା କେମିତି। ଭାତହାଣ୍ଡିରୁ ଗୋଟିଏ ଚିପିଲେ ସିଝିଛି କି ନାହିଁ ଯେମିତି ଜଣାପଡ଼େ, ଏବେ ସେମିତି ଜିଏସ୍‌ଟିର ସ୍ବଚ୍ଛତା ଓ କାର୍ଯ୍ୟକାରିତା ଜଣାପଡ଼ୁଛି।
ହଦିମନିଙ୍କ ଉପରେ ଏବେ ୨୯ ଲକ୍ଷ ଟଙ୍କା ଜିଏସ୍‌ଟି ନୋଟିସ୍‌ ଆସିବା ପୂର୍ବରୁ ବେଙ୍ଗାଲୁରୁର ବହୁ ରାସ୍ତାକଡ଼ ବେପାରୀ ଜିଏସ୍‌ଟିର ଚକ୍ରବୂ୍ୟହରେ ପଡ଼ିଆସିଛନ୍ତି, ଯାହା ଏଭଳି ଚର୍ଚ୍ଚାକୁ ଆସି ନ ଥିଲା। ତେବେ ହଦିମନିଙ୍କ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଡିଜିଟାଲ ପେମେଣ୍ଟ ଯଥା ଫୋନ୍‌ପେ, ଗୁଗୁଲ୍‌ପେ, ପେଟିଏମ୍‌ ଭଳି ଅନେକ ଆପ୍‌ ନିର୍ଭରଶୀଳ ଅର୍ଥ ପ୍ରଦାନ ମଞ୍ଚ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନେ ବଡ଼ ହଇରାଣରେ ପଡ଼ୁଛନ୍ତି। ତାଙ୍କୁ ନୋଟିସ ଦେବା ପୂର୍ବରୁ ଜୁଲାଇ ୧୭ରେ କର୍ନାଟକ ଜିଏସ୍‌ଟି ବିଭାଗ ତରଫରୁ କୁହାଯାଇଥିଲା ଯେ, ଡିଜିଟାଲ ପେମେଣ୍ଟଠାରୁ ଦୂରେଇ ରହି ନଗଦ କାରବାର କଲେ ମଧ୍ୟ ଗ୍ରହଣ କରୁଥିବା ମୋଟ ଆୟ ଉପରେ କର ଲାଗୁ କରାଯିବ। ଏଥିରୁ ବୁଝାପଡ଼ୁଛି ଯେ, ହଦିମନି ନୋଟିସ ପାଇବା ପୂର୍ବରୁ କେତେକ ଛୋଟ ଦୋକାନୀ କିମ୍ବା ରାସ୍ତାକଡ଼ ବିକାଳି ଜିଏସ୍‌ଟି ଭୟରେ ନଗଦ କାରବାରକୁ ଗ୍ରହଣ କରିନେଇଛନ୍ତି। ଉଦାହରଣ ସ୍ବରୂପ ବେଙ୍ଗାଲୁରୁ ଭଳି ଡିଜିଟାଲ ପେମେଣ୍ଟର ଦୁର୍ଗରେ ଏବେ ଅଧିକ ନଗଦ କାରବାର ବଢ଼ିଛି । ସେଠାରେ ଛୋଟ ଦୋକାନୀ ଓ ରାସ୍ତାକଡ଼ ବିକାଳିମାନେ ‘ୟୁପିଆଇ ନୁହେଁ, କେବଳ ନଗଦ’ ଗ୍ରହଣୀୟ ବୋଲି ଲେଖି ଦୋକାନ ଆଗରେ ନୋଟିସ୍‌ ଲଟ୍‌କେଇ ଦେଇଛନ୍ତି। ଯାହା ଧାରା ଦେଖାଗଲାଣି ଏହା ଓଡ଼ିଶା ସମେତ ଅନେକ ରାଜ୍ୟର ବ୍ୟବସାୟୀଙ୍କୁ ଆଜି ନ ହେଲେ କାଲି ନିଶ୍ଚିତ ଭାବେ ହଇରାଣ କରିବ। ଯେଉଁ ଅର୍ଥନୀତିରେ ନଗଦ ଭୂମିକାକୁ ଗୌଣ କରିଦିଆଯିବ, ସେଠାରେ କ୍ଷୁଦ୍ର, ମଧ୍ୟମ ଶ୍ରେଣୀର ବ୍ୟବସାୟୀ ଓ ନାଗରିକ ଅଧିକ ନକାରାତ୍ମକ ଭାବେ ପ୍ରଭାବିତ ହେବା ସୁନିଶ୍ଚିତ। ଏହା ଏଥିପାଇଁ କୁହାଯାଉଛି ଯେ, ଏଭଳି ଅର୍ଥନୀତିରେ ଥିବା ନଗଦ ଟଙ୍କା କେବଳ ବଡ଼ ବ୍ୟବସାୟୀ ଓ ଶିଳ୍ପପତିଙ୍କଠାରେ ଠୁଳ ହୋଇ ରହିବ। ସାଧାରଣ ନାଗରିକ ଟଙ୍କା ଦେଖିବାର ସୁଯୋଗ ପାଇବେ ନାହିଁ। ଯାହା ବ୍ୟବସାୟ ହେବ ତାହା ଡିଜିଟାଲ ମାଧ୍ୟମରେ ଦିଆନିଆ ହେଲେ କେବଳ କାଳ୍ପନିକ ବା ନୋଶନାଲ୍‌ କାରବାରରେ ପରିଣତ ହେବ। ଭାରତରେ ସେହି ଅବାସ୍ତବ ପରିସ୍ଥିତି ସୃଷ୍ଟି ହୋଇଯାଇଛି ଏବଂ ସରକାର ସବୁବେଳେ ଚାପ ପକାଉଛନ୍ତି। ଯେତେବେଳେ କର୍ନାଟକ ଭଳି ସମସ୍ୟାର ମାଡ଼ ଆରମ୍ଭ ହେବ ସେତିକି ବେଳେ ସାଧାରଣ ନାଗରିକ ନଗଦର ଗୁରୁତ୍ୱ ବୁଝିପାରିବେ। ତେବେ ହଦିମନିଙ୍କ ଘଟଣା ପ୍ରଘଟ ହେବା ପରେ ଛୋଟିଆ ଦୋକାନୀମାନେ ଆହୁରି ସଜାଗ ହେବା କଥା। ଦୋକାନୀ କେଉଁ ଜିନିଷ ବିକ୍ରି କରୁଛନ୍ତି ତାହା ନ ପରଖି ଡିଜିଟାଲ ପେମେଣ୍ଟ କାରବାରକୁ ଅନିଶା କରି ଆଖିବୁଜି ଜିଏସ୍‌ଟି କଷିଦେବାର ନକାରାତ୍ମକ ପରିଣାମ ସାରା ଦେଶକୁ ଗ୍ରାସ କରିବା ନିଶ୍ଚିତ। ଅବଶ୍ୟ ଅନେକ ବ୍ୟବସାୟୀ ଏହି ଯନ୍ତାରୁ ମୁକୁଳିବାର ସୁଯୋଗ ପାଇପାରନ୍ତି। କିନ୍ତୁ ମିଳିଥିବା ନୋଟିସ୍‌ର ଉତ୍ତର ଦେବାକୁ ହେବ ଏବଂ ଅନେକ ଥର ଜିଏସ୍‌ଟି ଅଫିସ୍‌କୁ ଯିବାକୁ ପଡ଼ିବ। ସେଥିରେ ସମୟ ଓ ଶକ୍ତି ନଷ୍ଟ ହେବା ସହିତ ଓକିଲ କିମ୍ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ଉତ୍ତର ଲେଖେଇବା ବେଳେ ନଗଦ ଟଙ୍କା ଦେଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
ଜିଏସ୍‌ଟି ଲାଗୁ କରାଯିବାର ଦୁଇ ବର୍ଷ ପୂର୍ବରୁ ଠିକ୍‌ ୧ ଜୁଲାଇ ୨୦୧୫ରେ ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। କିନ୍ତୁ ଡିଜିଟାଇଜେଶନ କ୍ଷେତ୍ରରେ ଭାରତରେ ନାଗରିକ ତଥା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦିଆଯାଇପାରୁନାହିଁ। ଆଧାରଠାରୁ ଆରମ୍ଭକରି ପାନ୍‌ କାର୍ଡକୁ ବ୍ୟାଙ୍କ ଓ ଅନ୍ୟାନ୍ୟ ସେବା ସହ ଯୋଡ଼ିବା ଫଳରେ ସାଇବର ଅପରାଧୀମାନେ ଅନେକ ଜମାକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଲୁଟି ନେବା ସହ ବ୍ୟବସାୟିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ତେବେ ଡିଜିଟାଲ ପେମେଣ୍ଟରୁ ରାସ୍ତାକଡ଼ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ମୁହଁ ଫେରାଇନେବା ପୁନର୍ବାର ଭାରତ କ୍ୟାଶ୍‌ଲେସ ବଦଳରେ ନଗଦ କାରବାରକୁ ଫେରିଯିବାର ଆଭାସ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?