ଏହି କଥା ପାଇଁ ବିଚଳିତ ହୋଇପଡ଼ିଲେଣି ନବୀନ: କ୍ଷୋଭରେ କହିଲେ…

ଭୁବନେଶ୍ୱର,୨୩ା୭(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, ଯାଜପୁରରେ ବଳାତ୍କାର, ଜଗତ୍‌ସିଂହପୁର, ମାଲକାନଗିରିରେ ଗଣବଳାତ୍କାର ଓ ପୁରୀରେ ଯୌନ ନିର୍ଯାତନା ତାଙ୍କୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ଯେଉଁଭଲି ଭାବେ ହିଂସା ବଢିଚାଲିଛି ତାହା ବିଚଳିତ କରିଲାଣି। ନବୀନ ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲାଣି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବିରୋଧରେ ହିଂସା କରାଯାଉଛି। ଜଣେ ଯୁବ ଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁଶନରୁ ଘରକୁ ଫେରୁଛି ସେ ସୁରକ୍ଷିତ ମନେକରୁନାହିଁ। ଏମାନେ ପ୍ରତିଦିନ ବିପଦର ସାମ୍ନା କରୁଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୌନ ନିର୍ଯାତନା ମାମଲା ବଢ଼ିଚାଲିଛି। ଆମେରିକା ସରକାର ଗତ ମାସରେ ଲେଭେଲ-୨ ପରାମର୍ଶ ଜାରି କରିଥିଲେ। ସେଥିରେ ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟର ନାମ ନେଇଥିଲେ। ଏହିସବୁ ରାଜ୍ୟକୁ ଯାଉଥିଲେ ସ୍ବତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ୧୭ ତାରିଖରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ସା ସାଢେ ୫ଟା ପରେ କୌଣସି ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ରହିବେ ନାହିଁ। ଏହାକୁ ଜନସାଧାରଣରେ ତୀବ୍ର ବିରୋଧ କରାଯିବା ପରେ ପ୍ରଶାସନ ପୁଣି ନିଷ୍ପତ୍ତି ବଦଳାଇଲା। ପୋଲିସ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ରାଜନୈତିକ ଇଚ୍ଛାଶକ୍ତି ବିନା ଏହି ସମସ୍ୟା କେବଳ ବୃଦ୍ଧି ପାଇବ। ରାଜନୈତିକ ନେତୃତ୍ୱକୁ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ, ପୋଲିସ ଷ୍ଟେଶନରେ ସ୍ଥାନୀୟ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ଅନୁମତି ଦେବା ଦ୍ୱାରା ରାଜ୍ୟ ସାରା ହିଂସା ବିଶେଷକରି ଲିଙ୍ଗଭିତ୍ତିକ ହିଂସା ସାଧାରଣରେ ପରିଣତ ହେବ। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନକରି ତୁରନ୍ତ କାର୍ଯ୍ୟ କରିବା ଉଚିତ। ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ ବୋଲି ନବୀନ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?