ଭଙ୍ଗାଯାଏ ଗଢ଼ିବା ପାଇଁ

କେ ସବୁ ଯାତନା ସହିପାରନ୍ତି କିପରି? ଜୀବନ ବାରମ୍ବାର ତାଡ଼ନା ଦେଲା ପରେ ବି ସ୍ଥିର ରହିପାରନ୍ତି କିପରି ମଣିଷ। ସମୟ, ପରିସ୍ଥିତି ବିଶେଷକରି ମଣିଷମାନେ ଅନ୍ୟକୁ ଯନ୍ତ୍ରଣା ଦିଅନ୍ତି। ସେଥିରେ ଲୋକେ ଅବିଚଳିତ ହୋଇ ଚୁପ୍‌ଚାପ୍‌ ରହନ୍ତି। ପ୍ରତିବାଦ କରନ୍ତି ନାହିଁ । ବରଂ ସମୟ ହାତରେ ଛାଡ଼ିଦିଅନ୍ତି ।
ଏସବୁ ଶୁଣି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଭାଇ! ଏକା ନିଃଶ୍ୱାସରେ ପଚାରିଲା ଜଣେ ବନ୍ଧୁ। ମୁଁ ଚୁପ୍‌ ରହି ଚାଲିଲି। ବନ୍ଧୁ ପୁଣି କହିଲା -ଜୀବନ ତୋ ପ୍ରତି ଏତେ ଅତ୍ୟାଚାର କରୁଛି, ତୁ କେମିତି ଭାଙ୍ଗିପଡିନୁ? ଏତେ ସହଜରେ ଜିଇପାରୁ? ଏତେ ଶକ୍ତି କେଉଁଠୁ ପାଉଛୁ? ତା’ର ସରଳ ମନ୍ତ୍ର କ’ଣ? ଏଥର ବନ୍ଧୁକୁ ଭିଡିନେଇ ଗଛ ମୂଳେ ଥିବା ପଥର ଉପରେ ବସେଇଲି ଓ କହିଲି।
ଜୀବନ ଏକ ନାଟକମଞ୍ଚ। ଏଠି ପ୍ରତ୍ୟେକ ଚରିତ୍ର ଆସେ, ଅଭିନୟ କରେ ଓ ଶେଷରେ ପରଦା ପଡ଼େ। ଯେପରି ଫୁଲ ଫୁଟିବା ସହିତ ଶୁଖିବାର ଯାତ୍ରା ଆରମ୍ଭ ହୁଏ। ସେପରି ଭଙ୍ଗାଯାଏ ଗଢିବା ପାଇଁ। ପ୍ରକୃତି ଆମକୁ ଏହି ନିୟମ ନିତି ନୂଆ ଭାବେ ଦେଖାଏ। ମାଟି ହେଉଛି ସୃଷ୍ଟିର ଗର୍ଭ, ଯେଉଁଠାରୁ ଗଛ ଜନ୍ମନିଏ। ଗଛ ବୃଦ୍ଧି ପାଏ, ଫୁଲ ଫୁଟେ, ଫଳ ହୁଏ ଏବଂ ଶେଷରେ ପତ୍ରଝଡ଼ା ଦିଏ ।
ଏହି ପତନ ହିଁ ନୂଆ ଜୀବନର ମୂଳ। ପୁରୁଣା ପତ୍ର ମାଟିହୋଇ ନୂଆ ଚାରାକୁ ପୋଷଣ ଦିଏ। ଏହା ହେଉଛି ସୃଷ୍ଟି ଓ ବିନାଶର ଅଦୃଶ୍ୟ ସମତା। ମନୁଷ୍ୟ ଜୀବନ ମଧ୍ୟ ଏହି ନିୟମରେ ବନ୍ଧା। ଶିଶୁ ହୋଇ ଗଢ଼ିଉଠୁଥିବା ଶରୀର ଦିନେ ବୃଦ୍ଧାବସ୍ଥାରେ ପଦାର୍ପଣ କରେ। ଯେପରି ଦିନ ଓ ରାତି, ଜନ୍ମ ଓ ମୃତ୍ୟୁ, ସୃଷ୍ଟି ଓ ବିନାଶ। ସେମାନେ ଗୋଟିଏ ଦେହର ଦୁଇ ଅଙ୍କ। ଗୋଟିଏ ଜନ୍ମ ଓ ଆରଟି ମୃତ୍ୟୁ। ଯେପରି ମେଘ ଭାଙ୍ଗି ବର୍ଷା ହୁଏ ଓ ପୃଥିବୀକୁ ସିଞ୍ଚତ୍ ନୂଆ ପ୍ରାଣ ଦିଏ। ସେପରି ଜୀବନର ପୁରୁଣା ଅଂଶ ଭାଙ୍ଗି ନୂଆ ସଂସାରକୁ ଜନ୍ମ ଦିଏ। ଅର୍ଥାତ୍‌ ଯାହା ଶେଷ ହେଲା, ତାହା ପୁଣି ନୂଆରୂପ ନେଇ ଫେରି ଆସେ। ପ୍ରକୃତିର ନିୟମ ଏତିକି ଆମକୁ ଶିଖାଏ ବହୁତ। ଭାଙ୍ଗିବାରେ ଭୟ କରିବାର କିଛିନାହିଁ। କାରଣ ଏହି ଭାଙ୍ଗିବାରେ ନୂଆଗଢ଼ାର ଅଙ୍କୁର ଲୁକ୍କାୟିତ ହୋଇ ରହିଛି। ଜଣେ ମୂର୍ତ୍ତିକାର ଯେପରି ମାଟିକୁ ଭାଙ୍ଗିଗଢ଼ି ଏକ ସୁନ୍ଦର ମୂର୍ତ୍ତି ତିଆରି କରେ, ସେପରି ସମୟ ଓ କିଛି ମଣିଷ ମଧ୍ୟ ଆମ ଜୀବନକୁ ଭାଙ୍ଗିଗଢ଼ି ନୂଆ ଅଭିଜ୍ଞତା ଦିଅନ୍ତି। ଆମକୁ ସଙ୍କେତ ଦିଅନ୍ତି। ଜୀବନର ଭଲମନ୍ଦକୁ ପରଖିବାକୁ ସୁଯୋଗ ଦିଅନ୍ତି। ନିଜ ଭିତରେ ଥିବା ମନ୍ଦଗୁଡିକୁ ଛାଡିବାକୁ ଅବସର ମିଳେ। ଭଲକୁ ଧରି ଆଗକୁ ବଢିବାକୁ ବଳ ଗୋଟାଏ। ଭାଙ୍ଗିବା ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭର ପ୍ରସ୍ତାବନା। ଜୀବନ ଗୋଟିଏ ମାଟିହାଣ୍ଡି। ଯାହାକୁ ସମୟ ତା’ ଦେହରେ ଆକାର ଦେଇ ଗଢ଼େ। ହାଣ୍ଡି ହେବା ପୂର୍ବରୁ ସେ ମାଟିହୋଇ ଆଘାତ ସହେ। ମାଡ଼ଖାଏ। ଅଗ୍ନିସ୍ପର୍ଶର ଜ୍ୱାଳା ସହେ। କିନ୍ତୁ ସେଇ ଆଘାତ ଓ ତାପ ତାକୁ ଦୃଢ଼କରେ। ଯଦି ସେ ଭାଙ୍ଗିବାର ଭୟ କରିଥାନ୍ତା, ତେବେ କେବେ ହାଣ୍ଡିହୋଇ ନ ଥାନ୍ତା। ମଣିଷର ଜୀବନ ମଧ୍ୟ ସେପରି। ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ଭାଙ୍ଗିବା ତାକୁ ମଜଭୁତ କରେ। ଜୀବନର ଚକ୍କିରେ ଗୋଟିଏ ନୂଆଗଢ଼ା କୌଶଳକୁ କରାୟତ୍ତ କରେ। ଅନେକ ସମୟ ଆମେ ଭାବୁ କାହିଁକି ମୋ ଠାରେ ହିଁ ଏମିତି ହେଲା? ଅନ୍ୟମାନଙ୍କ କ୍ଷେତ୍ରରେ କାହିଁକି ନୁହେଁ ।
ଫଳନ୍ତି ଗଛକୁ ହିଁ ଫଳଟିଏ ପାଇବାର ଲୋଭରେ ଟେକାଟି ଫୋପଡ଼ା ଯାଏ । ସବୁଜ ଗହଳ ଥାଇ ସୁଦ୍ଧା ଫଳ ନ ଥିବା ଗଛକୁ କେହି ଟେକାମାରନ୍ତିନି। ସେହି ଭାଙ୍ଗିବା ମଧ୍ୟରେ ହିଁ ଆମେ ଆପଣା ଶକ୍ତିକୁ ଚିହ୍ନିପାରିଥାଉ। ଭାଙ୍ଗିବା ନିଜେ ଗଢିଉଠିବାର ପ୍ରଥମ ଆଲୋକ। ଯେଉଁ ହୃଦୟ ଭାଙ୍ଗିଛି, ସେ ଅଧିକ ଅନୁଭବୀ। ଯେଉଁ ଆତ୍ମା ଯନ୍ତ୍ରଣା ସହିଛି, ସେ ଅଧିକ ମାନବିକ। ଭାଙ୍ଗିବା ଆମକୁ ଶିଖାଏ ନିର୍ବାପିତ ଆଶାକୁ ଆଉଥରେ ଜଳାଇବାର ଥିବା ଶକ୍ତିକୁ। ଜୀବନ ଏମିତି ଗୋଟିଏ ଯାତ୍ରା, ଯେଉଁଠାରେ ଭାଙ୍ଗିବା, ଝୁଣ୍ଟିବା, ହାରିବା ଓ ଯନ୍ତ୍ରଣା ଭୋଗିବା ଗୋଟିଏ ଗୋଟିଏ ଅଂଶବିଶେଷ। ପ୍ରତ୍ୟେକ ସଫଳ ଲୋକଙ୍କ ପଛରେ ଅନେକ ବିଫଳତା ଲୁଚିଛି। ସେମାନେ ବିଭିନ୍ନ କାରଣରୁ ଖଣ୍ଡ ଖଣ୍ଡ ହୋଇଛନ୍ତି। ଅଥଚ ଛିଣ୍ଡି ନାହାନ୍ତି ।
ବରଂ ଭାଙ୍ଗି ବି ପୁନଶ୍ଚ ସୁନ୍ଦର ହୋଇ ଗଢିଉଠିଛନ୍ତି। ଭାଙ୍ଗିବା ହେଉଛି ସହିଷ୍ଣୁତା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଏକ ପରୀକ୍ଷା। ଯେତେବେଳେ ଜୀବନକୁ ଭାଙ୍ଗିଦେବାକୁ ଚେଷ୍ଟାକରେ, ସେତେ ବେଳେ ମନେ ରଖ ତୁମକୁ ଭାଙ୍ଗିବାକୁ ପ୍ରୟାସ କରାଯାଏନି, ଗଢିଉଠିବାକୁ ହିଁ ଭରପୂର ସୁଯୋଗ ଦିଆହୁଏ।
କୌଣସି ମଣିଷ ଜନ୍ମରୁ ସଫଳ ନୁହେଁ। ସେ ବିଫଳତାର ଆଘାତରେ ଜୀବନ ଶିଖେ। ପଡ଼ିଲେ ଉଠିବା, ହାରିଲେ ଲଢ଼ିବା ହେଉଛି ଜୀବନର ସତ୍ୟଶିକ୍ଷା। ଲୁହାକୁ ଅଗ୍ନିରେ ତତାଇଲେ ଇସ୍ପାତ ହୁଏ । କଷ୍ଟ ଓ ବିଫଳତା ମଣିଷକୁ ଶକ୍ତିଶାଳୀ କରେ। ଝଡ଼ ପରେ ନୂଆ ଗଛ କଅଁଳେ । ମେଘ ପରେ ଆସେ ଇନ୍ଦ୍ରଧନୁ। ଭାଙ୍ଗିବା ଜୀବନର ଅବିଭାଜ୍ୟ ଅଂଶ। ଭାଙ୍ଗିଲେ ମନ ଛିଣ୍ଡିବା ନୁହେଁ, ଅପେକ୍ଷା ରଖିବା ଉଚିତ।
ଏହି ଭାଙ୍ଗିବା ମୋ ଗଢିଉଠିବାର ଆରମ୍ଭ। ଭାଙ୍ଗିବା ମାନେ ନଷ୍ଟ ହେବା ନୁହେଁ, ଏହା ହେଉଛି ଆପଣାକୁ ପୁନଃ ସଂରଚନା କରିବାର ଅବସର। କିଛି ବ୍ୟକ୍ତି, ସମୟ ଓ ପରିସ୍ଥିତି ଆମକୁ ପଛକୁ ଠେଲିଦିଏ, ସେତେବେଳେ ଜୀବନ ଆମକୁ ଅଧିକ ଶକ୍ତିଶାଳୀ ହେବାର ପ୍ରସ୍ତୁତି ଦିଏ। ଆହୁରି ଝାଡିଝୁଡି ଶକ୍ତି ଗୋଟାଇ ଆଗକୁ ମାଡିଚାଲେ । ତା’ର ବେଗ ଓ ତୀବ୍ରତା ଏତେ ଥାଏ ଯେ ସେହି ତଥାକଥିତ ଅପଶକ୍ତିମାନଙ୍କୁ ଅନେକ ପଛରେ ଛାଡିଦିଏ। ଛୁଇଁବାକୁ ଚେଷ୍ଟା କଲେ ବି ଛୁଇଁବା ସମ୍ଭବପର ହୋଇ ପାରେନା। ଜୀବନରେ କେହି ଏମିତି ନାହାନ୍ତି ଯେ ସେ ସଦା ସଫଳ ହୋଇଛନ୍ତି। ଜୀବନ ଆଘାତ ବିନା ସୁନ୍ଦର ହୋଇପାରେନା। କୁତ୍ସାରଟନା, ମିଥ୍ୟାରୋପ, ଅପଳାପ ଇତ୍ୟାଦି ଈର୍ଷାଳୁ ଓ ବିଫଳକାରୀଙ୍କ ପ୍ରିୟ ଅସ୍ତ୍ର । ସତ୍ୟ, ନ୍ୟାୟ, ନୀତିବାନ, ପରିଶ୍ରମ, ଅଧ୍ୟବସାୟ ଓ ସାଧୁତା ନିକଟରେ ସେ ଅସ୍ତ୍ର ସବୁବେଳେ ଫୁସୁକିଯାଏ। ବ୍ୟର୍ଥ ଉଦ୍ୟମ ଅପର ଗୋଷ୍ଠୀଙ୍କ ବାରମ୍ବାର ହୃତ୍‌ସ୍ପନ୍ଦନ ବଢ଼ାଇଥାଏ।
ଯାହା ପ୍ରତି ଏସବୁ ହୁଏ ସେ ନିଜକୁ ହୃଦ୍‌ବୋଧ କରିବାକୁ ହେବ ତା’ର ବିକାଶ ହେଉଛି ଏବଂ କିଛି ଲୋକ ତାକୁ ଅନୁସରଣ କରୁଛନ୍ତି। ଭଲ ହେଉ କି ଖରାପ ଜୀବନରେ ଅନୁଗାମୀ ତିଆରି କରିବା କଷ୍ଟ। ଏତେ ସବୁ ଶୁଣିବା ପରେ ବନ୍ଧୁ ଆଖି ଛଳଛଳ କଲା ଓ କୋଳେଇ ଧରିକହିଲା – ସବୁ ସତ! କିନ୍ତୁ ଏତିକି କରିବା ଭାରି କଷ୍ଟରେ! ଯିଏ କରିପାରିଲା ସିଏ ବଢ଼ିଲା।

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ:୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri