୫୦୪ ଗୋରୁ ଲମ୍ଫି ରୋଗରେ ଆକ୍ରାନ୍ତ

ସାକ୍ଷୀଗୋପାଳ,୨୩।୧୨ (ସ୍ବ.ପ୍ର./ଡି.ଏନ୍‌.ଏ.): ଦେଶର କେତୋଟି ସ୍ଥାନରେ ଗୋରୁଙ୍କୁ ଲମ୍ଫି ରୋଗ ହୋଇଥିବାବେଳେ ଏବେ ତାହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଡେଇଁଲାଣି। ଏହି ଲମ୍ଫି ରୋଗ ଦ୍ୱାରା ଗୋରୁଙ୍କ ମୃତ୍ୟୁ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଞ୍ଚଳରେ ବହୁ ମାତ୍ରାରେ ଗୋରୁଙ୍କୁ ଲମ୍ପି ରୋଗ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗୋପାଳକମାନେ ଏବେ ଚିନ୍ତା ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ରୋଗରେ ବ୍ଲକରେ ୭ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଥିବା ବେଳେ ସରକାରୀ ସୂତ୍ରରୁ କୌଣସି ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି। ଏହି ଦିଗରେ ବ୍ଲକ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଟିକାକରଣ ଆରମ୍ଭ ହୋଇଛି। ଇତିମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ବାଛୁରୀଙ୍କ ଅଧିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ପ୍ରତିଷେଧକ ପାଇଁ ଜୋରସୋରରେ ଟିକାକରଣ କରାଯାଉଛି। କିନ୍ତୁ ଏହି କାର୍ଯ୍ୟରେ ପ୍ରାଣୀ ନିରୀକ୍ଷକଙ୍କ ସଂଖ୍ୟା କମ୍‌ ରହିଥିବାରୁ ଜଣେ ପ୍ରାଣୀ ନିରୀକ୍ଷକଙ୍କ ଉପରେ ୧୫ରୁ ଊର୍ଦ୍ଧ୍ୱ ଗାଁରେ ଟିକାକରଣ ଦାୟିତ୍ୱ ଦିଆଯାଇଛି। ଫଳରେ ଟିକାକରଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକରେ ୨୫ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଥିବାବେଳେ ଆରମ୍ଭରୁ ବାଛୁରୀଙ୍କୁ ଟିକାକରଣ କରାଯାଇଛି ବୋଲି ବ୍ଲକ ପ୍ରଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଲମ୍ଫି ରୋଗର ଅନ୍ୟ ନାମ ଚର୍ମବିଣ୍ଡି ବା ଗୋ ବସନ୍ତ ବୋଲି ଲୋକ କହୁଛନ୍ତି। ଉକ୍ତ ରୋଗ ଏକ ବାୟୁ ବାହିତ ଓ ଭୂତାଣୁ ଜନିତ ରୋଗ ହୋଇଥିବାରୁ ମଶା, ମାଛି, ଡାଆଁସ ଦ୍ୱାରା ସୁସ୍ଥ ଗାଈକୁ ପ୍ରଭାବିତ କରେ। ଏହି ରୋଗକୁ ନେଇ ବ୍ଲକରେ ଆଗୁଆ ଟିକାକରଣ ଭଳି ସତର୍କତା ମୂଳକ ପଦକ୍ଷେପ ନିଆଗଲେ ଆକ୍ରାନ୍ତ ଗୋରୁଙ୍କୁ ଶୀଘ୍ର ରକ୍ଷା କରିପାରିବା ବୋଲି ଗୋପାଳକମାନେ ମତ ରଖିଛନ୍ତି। ବିଶେଷ ଭାବେ ଯେଉଁ ଗୋରୁଙ୍କର ରୋଗ ପ୍ରତିଷେଧକ ଶକ୍ତି କମ୍‌ ରହୁଛି ସେମାନଙ୍କୁ ଲମ୍ଫି ରୋଗ ଆକ୍ରାନ୍ତ କରୁଛି। ଏହି ରୋଗ ସାଧାରଣତଃ ବାଛୁରୀ ଓ ଗର୍ଭବତୀ ଗାଈଙ୍କୁ ପ୍ରଭାବିତ କରୁଛି। ରୋଗରେ ଆକ୍ରାନ୍ତ ଗୋରୁଙ୍କ ଚର୍ମରେ ବିଣ୍ଡି ଭଳି ଗଣ୍ଠି ସୃଷ୍ଟି ହୋଇଛି। ପରେ ସେହି ଗଣ୍ଠି ଫାଟି ରକ୍ତ ଝରିବା ସହ ସେହି ଖଣ୍ଡିଆରେ ପୋକ ହୋଇଯାଉଛନ୍ତି। ଏହି ରୋଗରେ ଆକ୍ରାନ୍ତ ଗୋରୁଙ୍କ ପାଟିରୁ ନାଳ ଗଡ଼ିବା, ଖାଇବା ଛାଡ଼ିଦେବା, ଘୁମାଇବା ଭଳି ସ୍ଥିତି ଦେଖାଯାଉଛି। ଏଭଳି ସ୍ଥିତି ଲାଗି ରହିବାର ୩ରୁ ୪ଦିନ ପରେ ଆକ୍ରାନ୍ତ ଗୋରୁଙ୍କ ମୃତ୍ୟୁ ଘଟୁଛି। ତେବେ ଆବଶ୍ୟକ ଔଷଧ ସେବନ କରାଗଲେ ଆକ୍ରାନ୍ତ ଗୋରୁ ସପ୍ତାହ ପରେ ସୁସ୍ଥ ହୋଇଯାଉଥିବା ପ୍ରାଣୀଧନ ଚିକିତ୍ସକମାନେ କହୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଗୋପାଳକମାନେ ସେମାନଙ୍କ ଗୋରୁଙ୍କୁ ଭିଟାମିନଯୁକ୍ତ ଖାଦ୍ୟ ଦେବା ସହ ବାହାରକୁ ନ ଛାଡ଼ିବା ପାଇଁ ଚିକିତ୍ସକ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ହଳଦୀ ଓ ଲିମ୍ବ ପତ୍ରକୁ ଆକ୍ରାନ୍ତ ଗୋରୁଙ୍କ ଚର୍ମରେ ଲେପନ କରିବାକୁ କୁହାଯାଇଛି। ଏଭଳି ହେଲେ ସେମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଘଟିବ। ଗୋରୁ ଏହି ରୋଗରେ ଆକ୍ରାନ୍ତ ହେଲେ ବି ବିପଦରୁ ମୁକୁଳିପାରିବେ ବୋଲି ଆଶା କରାଯାଉଛି। ଏ ସଂକ୍ରାନ୍ତରେ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି, ବ୍ଲକରେ ଲମ୍ଫି ରୋଗକୁ ନେଇ ଟିକାକରଣ ଚାଲିଛି। ଆବଶ୍ୟକ ମୁତାବକ ପ୍ରାଣୀ ନିରୀକ୍ଷକ ନ ଥିବାରୁ ଟିକାକରଣରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ପ୍ରଥମ ପର୍ଯ୍ୟାୟରେ ୫୦୪ ଆକ୍ରାନ୍ତ ଗୋରୁଙ୍କୁ ନଜରରେ ରଖି ଚିକିତ୍ସା କରାଯାଉଛି। ଏଥିସହ ବର୍ତ୍ତମାନ ସୁଦ୍ଧା ୮୪୦୦ ଗୋରୁଙ୍କୁ ଟିକା ଦିଆସରିଲାଣି। ଆମ ପାଖରେ ଏବେ ଯଥେଷ୍ଟ ଭାକ୍ସିନ ଓ ଆବଶ୍ୟକ ଔଷଧ ମହଜୁଦ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଏକ କଣ୍ଟ୍ରୋଲ ରୁମ୍‌ କରାଯିବା ପାଇଁ ସ୍ଥିର କରାଯାଇଛି। ଆଗକୁ ପ୍ରତିଷେଧକ ବ୍ୟବସ୍ଥା ଆହୁରି ଜୋରଦାର ହେବ ବୋଲି ଚିକିତ୍ସା ଅଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri