ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ, ପୋଖରୀ ପୁନରୁଦ୍ଧାର, ରାସ୍ତା ନବୀକରଣ, ଡ୍ରେନ ନିର୍ମାଣର ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅବଗତ ହେବା ସହ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅଞ୍ଚଳବାସୀ ବିଧାୟକ ଦତ୍ତଙ୍କୁ ସ୍ବାଗତସମ୍ବର୍ଦ୍ଧନା ପୂର୍ବକ ଯୁବନେତା ସନ୍ଦୀପ୍ତ ଦାସଙ୍କ ଆବାହକତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗଗନଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କାଉନସିଲର ସୁବ୍ରତ ଦାସ ପରିଚାଳନା କରିଥିଲେ। ବିଶେଷ କରି ଏହି ଅଞ୍ଚଳରେ ବର୍ଦ୍ଧିତ ପରିବାର ସଂଖ୍ୟାନୁସାରେ ପାନୀୟଜଳ ପର୍ଯ୍ୟାପ୍ତ ନ ହେବା, ମଣ୍ଡଳବଗିଚା ପୋଖରୀ ପୁନରୁଦ୍ଧାର ଓ ଏହି ଦୁଇ ୱାର୍ଡ଼ର ରାସ୍ତା ନବୀକରଣ ସହିତ ପାର୍ଶ୍ୱସ୍ଥ ଡ୍ରେନ୍‌ ନିର୍ମାଣ ଆବଶ୍ୟକତା ସମ୍ପର୍କରେ ଗ୍ରାମବାସୀ ବିଧାୟକଙ୍କୁ ଅବଗତ କରିଥିଲେ। ସହରର ସର୍ବାଙ୍ଗୀନ ବିକାଶ ପାଇଁ ଅମୃତ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୌର କର୍ତ୍ତୃପକ୍ଷ ଓ ନିର୍ବାଚିତ ପରିଷଦଙ୍କର ଏହି ଦୁଇ ୱାର୍ଡ଼ ପ୍ରତି ଟିକିଏ ବି ଦୃଷ୍ଟି ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କଠାରୁ ସମସ୍ୟା ସମ୍ପର୍କରେ ବୁଝିବା ସହ ଏ ଅଞ୍ଚଳରେ ଖୁବ୍‌ଶୀଘ୍ର ଏକ ପାନୀୟଜଳ ପମ୍ପ୍‌ହାଉସ ନିର୍ମାଣ କରିବା ଏବଂ ସହର ରାସ୍ତା ନବୀକରଣ, ଡ୍ରେନ ନିର୍ମାଣକୁ ସେ ଅଗ୍ରାଧିକାର ଦେବା ଓ ଆସନ୍ତା ଖରାଦିନରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ବିଧାୟକ ଦତ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକ ଦତ୍ତଙ୍କ ସମେତ ତାଙ୍କର ସହଯୋଗୀ ସୀତାକାନ୍ତ ସ୍ବାଇଁ, ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ବିକାଶ ପାଢ଼ୀ, ଚିତ୍ତରଞ୍ଜନ ପଣ୍ଡା, ଅନନ୍ତ ନାୟକ, ଅରୂପ ଜେନା ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନାରାୟଣ ନନ୍ଦୀ, ନିଖିଲ ଆଶ, ରାମଶ୍ୟାମ ସେନ୍‌, ଶ୍ୟାମଳ କୃଷ୍ଣ ଦେ, ଶେଖ ଜବାର, ଲକ୍ଷ୍ମଣ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଦୁଇ ୱାର୍ଡ଼ ଅନ୍ତର୍ଗତ ଅକତପୁର, ମଣ୍ଡଳବଜାର, ମାନସିଂବଜାର, ହେମକାପଦା, ମଛୁଆସାହି ପ୍ରଭୃତି ଅଞ୍ଚଳରୁ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri