୯୦ ବାଉଁଶ କାରିଗର ପରିବାର ପ୍ରଭାବିତ

ସମ୍ବଲପୁର,୧୭ା୪(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ଅନେକ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବୁଣାକାର, ଶିଳ୍ପୀ, ଦିନମଜୁରିଆ, ବାଉଶଁ କାରିଗର ଭଳି କାରିଗର ପରିବାର । ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ମୁଣ୍ଡେର ଗ୍ରାମର ନୂଆଁପଡା ଓ ତୁରୀପଡାର ୯୦ ବାଉଁଶ କାରିଗର ପରିବାର ଜୀବନ ଦୟନୀୟ ଅବସ୍ଥାକୁ ଠେଲି ହୋଇଯାଇଛି । ଦୁଇ ବେଳା ଖାଇବା ଯୋଗାଡ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ପିଲା ଛୁଆକୁ ନେଇ ସେମାନେ ଭୋକ ଉପାସରେ ରହୁଛନ୍ତି । ତେବେ କଟକଣା ଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ହେଲେ ଘୋଷଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଗୁରୁବାର ସକାଳେ କେବଳ ପଞ୍ଚାୟତ ପକ୍ଷରୁ ଅଧିକାରୀମାନେ ଆସି ୧ ହଜାର ଟଙ୍କା ଦେଇଛନ୍ତି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କ ସହାୟତା ଉପହାସ ବୋଲି କହିଛନ୍ତି। ପଡାର ପ୍ରଦୀପ ବାଗ କହିଛନ୍ତି ଯେ, ଆମ ପାଇଁ ପ୍ରଥମେ ଚାଉଳ ଦରକାର । ସରକାର ୩ ମାସର ଚାଉଳ ଦେବା ପାଇଁ ଘୋଷଣା କରିଛନ୍ତି। ପଞ୍ଚାୟତରେ ମଧ୍ୟ ବଣ୍ଟା ଆରମ୍ଭ ହୋଇଛି। ହେଲେ ଆମ ପାଖରେ ନ ପହଞ୍ଚତ୍ବାରୁ ଭୋକ ଉପାସରେ ରହିବାକୁ ପଡୁଛି। ପଡାର ସମସ୍ତେ ବାଉଶଁ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ଆମ ବ୍ୟବସାୟ ଲକ୍‌ଡାଉନ୍‌ ହୋଇଯାଇଛି। କଟକଣା ଯୋଗୁ ବାଉଶଁ ତିଆରି ସାମଗ୍ରୀ ବିକ୍ରି ହୋଇପାରୁନାହିଁ। ସହରରେ ବଜାର ପୂରା ବନ୍ଦ। ଲକ୍‌ଡାଉନ ଯୋଗଁୁ ଗାଁଗହଳିକୁ ଯାଇ ହେଉନାହିଁ । ଏ ସମୟରେ କୌଣସି ଦୋକାନ ଓ କାହା ପାଖରୁ ଧାର କରଜ ମିଳୁନାହିଁ । ତେଣୁ ସରକାରଙ୍କ ଯୋଜନା ପହଞ୍ଚାଉଥିବା ଅଧିକାରୀ ଓ କର୍ମଚାରୀମାନେ ଏଥିପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରୁଛନ୍ତି । ସେହିପରି ପଡାର ବିଧବା ମହିଳା ବାସନ୍ତି ନାଏକଙ୍କ ଲକ୍‌ଡାଉନ ଯୋଗୁ ଜୀବନରେ ସଂଘର୍ଷ ବଢିଯାଇଛି। ମାନସିକ ଭାରସାମ୍ୟ ହରାଇଥିବା ପୁଅ ଓ ବୋହୂକୁ ନେଇ ପରିବାର । ସରକାରୀ ସହାୟତା ରାଶି ୧ ହଜାର ଟଙ୍କା ତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଅନ୍ୟପଟେ ପିଡିଏସ ସାମଗ୍ରୀ ମଧ୍ୟ ସେ ପାଇ ନାହାନ୍ତି । ୧ ବର୍ଷତଳେ ସ୍ବାମୀ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ସେ ସମୟରେ ବାସନ୍ତୀ ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ବିଧବା ଭତ୍ତା ତାଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ। ଆବଶ୍ୟକ କାଗଜପତ୍ର ସହ ଆବେଦନ କରିଥିବା ବାସନ୍ତୀ କହିଛନ୍ତି । ପରିବାର ଏବେ ୪ ଜଣ ଅଛନ୍ତି । ହେଲେ ବୋହୂର ଆଧାର ଲିଙ୍କ ନ ହେବାରୁ ଆଜି ପର୍ଯ୍ୟନ୍ତ ଚାଉଳ ମିଳି ପାରିନାହିଁ ବୋଲି ସେ କହିଛନ୍ତି । ତେବେ ଏ ସମ୍ପର୍କରେ ଯୁଯୁମୁରା ବିଡିଓ ସରୋଜ ବିଶ୍ୱାଳଙ୍କୁ ପଚାରିବାରୁ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ନାମରେ ଅଭିଯୋଗ ଆସିବାରୁ ପିଡିଏସ ସାମଗ୍ରୀ ବଣ୍ଟନ କରିବା ସ୍ଥଗିତ କରାଯାଇଥିଲା । ଦୁଇଦିନ ଭିତରେ ସମସ୍ତଙ୍କୁ ଚାଉଳ ଯୋଗାଇ ଦିଆଯିବ। ବାସନ୍ତୀଙ୍କ ଭତ୍ତା ଓ ସହାୟତା ରାଶି କେଉଁ କାରଣରୁ ମିଳୁନାହିିଁ ତାହାର ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?