୯୦ ବାଉଁଶ କାରିଗର ପରିବାର ପ୍ରଭାବିତ

ସମ୍ବଲପୁର,୧୭ା୪(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ଅନେକ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବୁଣାକାର, ଶିଳ୍ପୀ, ଦିନମଜୁରିଆ, ବାଉଶଁ କାରିଗର ଭଳି କାରିଗର ପରିବାର । ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ମୁଣ୍ଡେର ଗ୍ରାମର ନୂଆଁପଡା ଓ ତୁରୀପଡାର ୯୦ ବାଉଁଶ କାରିଗର ପରିବାର ଜୀବନ ଦୟନୀୟ ଅବସ୍ଥାକୁ ଠେଲି ହୋଇଯାଇଛି । ଦୁଇ ବେଳା ଖାଇବା ଯୋଗାଡ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ପିଲା ଛୁଆକୁ ନେଇ ସେମାନେ ଭୋକ ଉପାସରେ ରହୁଛନ୍ତି । ତେବେ କଟକଣା ଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ହେଲେ ଘୋଷଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଗୁରୁବାର ସକାଳେ କେବଳ ପଞ୍ଚାୟତ ପକ୍ଷରୁ ଅଧିକାରୀମାନେ ଆସି ୧ ହଜାର ଟଙ୍କା ଦେଇଛନ୍ତି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କ ସହାୟତା ଉପହାସ ବୋଲି କହିଛନ୍ତି। ପଡାର ପ୍ରଦୀପ ବାଗ କହିଛନ୍ତି ଯେ, ଆମ ପାଇଁ ପ୍ରଥମେ ଚାଉଳ ଦରକାର । ସରକାର ୩ ମାସର ଚାଉଳ ଦେବା ପାଇଁ ଘୋଷଣା କରିଛନ୍ତି। ପଞ୍ଚାୟତରେ ମଧ୍ୟ ବଣ୍ଟା ଆରମ୍ଭ ହୋଇଛି। ହେଲେ ଆମ ପାଖରେ ନ ପହଞ୍ଚତ୍ବାରୁ ଭୋକ ଉପାସରେ ରହିବାକୁ ପଡୁଛି। ପଡାର ସମସ୍ତେ ବାଉଶଁ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ଆମ ବ୍ୟବସାୟ ଲକ୍‌ଡାଉନ୍‌ ହୋଇଯାଇଛି। କଟକଣା ଯୋଗୁ ବାଉଶଁ ତିଆରି ସାମଗ୍ରୀ ବିକ୍ରି ହୋଇପାରୁନାହିଁ। ସହରରେ ବଜାର ପୂରା ବନ୍ଦ। ଲକ୍‌ଡାଉନ ଯୋଗଁୁ ଗାଁଗହଳିକୁ ଯାଇ ହେଉନାହିଁ । ଏ ସମୟରେ କୌଣସି ଦୋକାନ ଓ କାହା ପାଖରୁ ଧାର କରଜ ମିଳୁନାହିଁ । ତେଣୁ ସରକାରଙ୍କ ଯୋଜନା ପହଞ୍ଚାଉଥିବା ଅଧିକାରୀ ଓ କର୍ମଚାରୀମାନେ ଏଥିପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରୁଛନ୍ତି । ସେହିପରି ପଡାର ବିଧବା ମହିଳା ବାସନ୍ତି ନାଏକଙ୍କ ଲକ୍‌ଡାଉନ ଯୋଗୁ ଜୀବନରେ ସଂଘର୍ଷ ବଢିଯାଇଛି। ମାନସିକ ଭାରସାମ୍ୟ ହରାଇଥିବା ପୁଅ ଓ ବୋହୂକୁ ନେଇ ପରିବାର । ସରକାରୀ ସହାୟତା ରାଶି ୧ ହଜାର ଟଙ୍କା ତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଅନ୍ୟପଟେ ପିଡିଏସ ସାମଗ୍ରୀ ମଧ୍ୟ ସେ ପାଇ ନାହାନ୍ତି । ୧ ବର୍ଷତଳେ ସ୍ବାମୀ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ସେ ସମୟରେ ବାସନ୍ତୀ ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ବିଧବା ଭତ୍ତା ତାଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ। ଆବଶ୍ୟକ କାଗଜପତ୍ର ସହ ଆବେଦନ କରିଥିବା ବାସନ୍ତୀ କହିଛନ୍ତି । ପରିବାର ଏବେ ୪ ଜଣ ଅଛନ୍ତି । ହେଲେ ବୋହୂର ଆଧାର ଲିଙ୍କ ନ ହେବାରୁ ଆଜି ପର୍ଯ୍ୟନ୍ତ ଚାଉଳ ମିଳି ପାରିନାହିଁ ବୋଲି ସେ କହିଛନ୍ତି । ତେବେ ଏ ସମ୍ପର୍କରେ ଯୁଯୁମୁରା ବିଡିଓ ସରୋଜ ବିଶ୍ୱାଳଙ୍କୁ ପଚାରିବାରୁ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ନାମରେ ଅଭିଯୋଗ ଆସିବାରୁ ପିଡିଏସ ସାମଗ୍ରୀ ବଣ୍ଟନ କରିବା ସ୍ଥଗିତ କରାଯାଇଥିଲା । ଦୁଇଦିନ ଭିତରେ ସମସ୍ତଙ୍କୁ ଚାଉଳ ଯୋଗାଇ ଦିଆଯିବ। ବାସନ୍ତୀଙ୍କ ଭତ୍ତା ଓ ସହାୟତା ରାଶି କେଉଁ କାରଣରୁ ମିଳୁନାହିିଁ ତାହାର ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri