୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପରଜଙ୍ଗ, ୬।୨(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଅଧୀନ ୩ନଂ. କଲୋନୀ ଦଳିତ ବସ୍ତି ନିକଟରେ ଥିବା ଏକ କରଡ଼ା ଗଛରୁ ମଙ୍ଗଳବାର ରାତିରେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମକୁ ନାଏକ। ତେବେ ମୃତ ଛାତ୍ରଙ୍କ ମା’ ଅବନ୍ତୀ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଗ୍ରାମର କେତେଜଣ ସାଙ୍ଗଙ୍କ ସହ ପୁଅର ଝଗଡ଼ା ହୋଇଥିଲା। ସେମାନଙ୍କ ପରିବାର ଲୋକେ ହିଁ ମକୁଙ୍କୁ ହତ୍ୟା କରିଥିବା ଅବନ୍ତୀ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ସତ୍ୟାସତ୍ୟ ଖୋଜି ବାହାର କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି ପୋଲିିସ। ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ମକୁଙ୍କ ସହିତ କେତେଜଣ ସାଙ୍ଗଙ୍କ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ବାପା ବିନୋଦ ଗୋଚ୍ଛାୟତ ଘରକୁ ଆସି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ ଅବନ୍ତୀ ଇଟାଭାଟିକୁ କାମ କରିବାକୁ ଯାଇଥିବାବେଳେ ବିନୋଦ, ତପୁ ନାଏକ, ଦିଲୀପ ନାଏକ ଘରକୁ ଆସି ମକୁଙ୍କୁ ମାରପିଟ୍‌ କରିଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କ ଜେଜେ ମା’ (ଅବନ୍ତୀଙ୍କ ଶାଶୁ) ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ଘଟଣା ଘଟାଇ ପଳାଇ ଯାଇଥିଲେ। ସେମାନେ ସନ୍ଧ୍ୟାରେ ପୁଣି ଆସି ମକୁଙ୍କୁ ଘୋଷାଡ଼ି ନେଇଯାଇଥିଲେ। ସେତେବେଳେ ମଧ୍ୟ ଜେଜେ ମା’ ଏହାର ବିରୋଧ କରିଥିଲେ। ହେଲେ ସମ୍ପୃକ୍ତ ୩ ଜଣ କିଛି ଶୁଣି ନ ଥିଲେ। ମୃତ ଛାତ୍ରଙ୍କ ବାପାଙ୍କ ୪ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ଘରେ ଜେଜେ ମା’ ବ୍ୟତୀତ ଆଉ କେହି ନ ଥିଲେ। ସନ୍ଧ୍ୟାରେ ଅବନ୍ତୀ ଇଟାଭାଟିରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଏବଂ ତାଙ୍କ ଶାଶୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶରେ ଫେରିଥିଲେ। ରାତି ୮ଟାରେ ପୁଣି ଥରେ ଖୋଜିବା ବେଳକୁ ମକୁଙ୍କୁ କରଡ଼ା ଗଛରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। କାଳେ ପୁଅ ବଞ୍ଚତ୍ଥିବ ଭାବି ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାପରେ ଘଟଣା ସମ୍ପର୍କରେ ସେ ପୋଲିସକୁ ସୂଚନା ଦେଇଥିଲେ।
ବୁଧବାର ଏସ୍‌ଡିପିଓ, ଥାନାଧିକାରୀ ସନ୍ତୋଷ କୁମାର ପ୍ରଧାନ, ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ଏକ ଦଉଡ଼ି ଏବଂ ଗାମୁଛା ଜବତ କରାଯାଇଛି। ଜବତ ସାମଗ୍ରୀ ତାଙ୍କର ନୁହେଁ ବୋଲି ଅବନ୍ତୀ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ନଂ. ୨୨/୨୦୨୦, ଦଫା ୩୦୨, ୩୪ରେ ଏକ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅପରପକ୍ଷେ ମକୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଏବଂ ସହପାଠୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri