ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀଟି ବାରହା ପାଇଁ ଖଞ୍ଜା ଯାଇଥିବା ବୋମାଖାଇ ଅସୁସ୍ଥ ହୋଇଯାଇଥିଲା । ତାକୁ ପଶ୍ଚିମାଞ୍ଚଳ ରେଞ୍ଜ୍‌ ସୁନାଝରି ସଂରକ୍ଷିତ ଜଙ୍ଗଲରେ ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀ ପ୍ରାଣ ହରାଇଛି ।

ମଙ୍ଗଳବାର ହାତୀଟିର ମୃତ୍ୟୁଦେହ ଠାବ କରାଯାଇଛି । ଅନେକ ସମୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଜିତିଗଲେ ବଡ଼ ରେକର୍ଡ ଭାଙ୍ଗିବେ ମମତା , ଲଗାତାର ୨୦ ବର୍ଷ ଧରି କ୍ଷମତାରେ ରହିଥିବା…

କୋଲକାତା,୩୦।୪: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ଏକ ଐତିହାସିକ ମୋଡ଼ରେ ଅଛି। ଆଗାମୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ ବିଜୟ ପରେ ଯଦି ମମତା ବାନାର୍ଜୀ ତାଙ୍କର ଚତୁର୍ଥ କାର୍ଯ୍ୟକାଳ…

ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…

ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…

‘ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ଥୁଆମୂଳ ରାମପୁର, ୩୦ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଛକସ୍ଥିତ ଫରେଷ୍ଟ ଚେକ ଗେଟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।…

‘ଯଦି ପଶ୍ଚିମବଙ୍ଗରେ ଜିତିଥାଏ, ତା’ହେଲେ ମୁଁ…’ ନିର୍ବାଚନ ଫଳାଫଳ ପୂର୍ବରୁ ହଇଚଇ କଲା ଏହି ଏମ୍‌ପିଙ୍କ ବୟାନ

ନୂଆଦିଲ୍ଲୀ,୩୦।୪: ବଙ୍ଗଳାରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ସମସ୍ତ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏହି ସମୟରେ, ପୂର୍ଣ୍ଣିଆ ଏମ୍‌ପି…

କଙ୍କାଳ ଧରି ଜିତୁ ମୁଣ୍ଡା ବ୍ୟାଙ୍କ ଯିବା ଘଟଣା, ପ୍ରାଥମିକ ତଦନ୍ତ ପରେ ଏଭଳି କହିଲେ ଉତ୍ତରାଞ୍ଚଳ RDC

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଂଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

୨୦୧୬ରୁ ରାଶନ ଚାଉଳରୁ ବଞ୍ଚିତ ଘନଶ୍ୟାମ, ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ…

ଧାମନଗର,୩୦।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ତୋରବନ୍ତିଆ ଗ୍ରାମର ଘନଶ୍ୟାମ ଖଟୁଆ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ରାଶନ ସାମଗ୍ରୀରୁ ବଞ୍ଚିତ…

ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ…

ଜିତୁ ମୁଣ୍ଡା ଘଟଣାରେ ମୁହଁ ଖୋଲିଲେ ନବୀନ: କହିଲେ ମୁଁ ବଞ୍ଚିଥିବା ଯାଏ…

ଭୁବନେଶ୍ୱର,୩୦।୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri