୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା ଯୋଗାଇଦେବା ଆନନ୍ଦ ଅତ୍ୟନ୍ତ ନିଆରା। ମହାରାଷ୍ଟ୍ରର ଶକୁବାଇ ଦେଶମୁଖ୍‌ ନାମ୍ନୀ ୮୫ ବର୍ଷୀୟା ବୃଦ୍ଧା ସେବା ଯୋଗାଇ ପ୍ରଶଂସା ସାଉଣ୍ଟିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶକୁବାଇ ହେଉଛନ୍ତି ମହାରାଷ୍ଟ୍ରର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ଶଙ୍କର ସଂସ୍ଥା ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଅନୁଗାମୀ। ଏହି ସଂସ୍ଥାର ପ୍ରାୟ ୨ହଜାର ଅନୁଗାମୀ ପୁରୀ ଆସି ଗତ କିଛିଦିନ ହେବ ବେଳାଭୂମି ସଫେଇ କରିବା ସହ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶକୁବାଇ ବେଳାଭୂମିରେ ସଫେଇ କରି ବୋଝରେ ଆବର୍ଜନା ସଂଗ୍ରହ କରୁଥିବା ଫଟୋକୁ ଜିଲାପାଳ ବଲୱନ୍ତ ସିଂ ଟୁଇଟ୍‌ କରିବା ପରେ ଏହା ଭାଇରାଲ ହୋଇଛି।
ନାସିକ ଜିଲା ଦେଏନ୍ଦା ତାଲୁକ ଅନ୍ତର୍ଗତ କୁମ୍ଭାରଡ଼ି ଗଁାରେ ଶକୁବାଇଙ୍କ ଜନ୍ମ। ସଂସାର କହିଲେ ୩ପୁଅ ଓ ୫ଝିଅ। ସାନଝିଅ ବର୍ଷକର ହୋଇଥିବାବେଳେ ସ୍ବାମୀ ଭୈରବ ଦେଶମୁଖଙ୍କ ପରଲୋକ ଘଟିଥିଲା। ପୈତୃକ ୬ଏକର ଜମିରେ ଜଣେ ସଫଳ ମହିଳା ଚାଷୀ ଭାବେ ଅକ୍ଲାନ୍ତ ପରିଶ୍ରମ କରି ମକା ଓ ବାଜରା ଚାଷ କରି ଗୁଜୁରାଣ ମେଣ୍ଟାଇଛନ୍ତି। ବର୍ତ୍ତମାନ ତାଙ୍କର ୩ ପୁଅ ଜଣେ ଜଣେ ସଫଳ ଚାଷୀ। ତାଙ୍କର ୮ ନାତି ଓ ୧୫ ନାତୁଣୀଙ୍କୁ ନେଇ ହସିଲା ସଂସାର। ମାତ୍ର ୧ ମାସ ପାଇଁ ସେ ଏଲୋରାସ୍ଥିତ ଆଶ୍ରମକୁ ଆସି ସେବା ଦେବା ପାଇଁ ମନସ୍ଥ କରିଥିଲେ ସୁଦ୍ଧା ୧୧ମାସ ଧରି ଆଶ୍ରମର ଗୁରୁକୂଳ ଛାତ୍ରୀଛାତ୍ରଙ୍କ ସେବା ଯତ୍ନ କରିଛନ୍ତି। ପୁରୀ ବୁଲିବାକୁ ଆସି ବେଶ୍‌ ଖୁସି ଥିବା ଶକୁବାଇ ପରିବେଶକୁ ସୁନ୍ଦର ଭାବେ ଗଢି ତୋଳିବାକୁ ବାର୍ତ୍ତା ଦେଇଛନ୍ତି। ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ତାଙ୍କ ପ୍ରୟାସ ଭବିଷ୍ୟତ ପିଢି ପାଇଁ ପ୍ରେରଣାଦାୟୀ ହୋଇରହିବ ବୋଲି ଜିଲାପାଳ କହିଛନ୍ତି। ଏହି ଅବସରରେ ଜିଲାପାଳ ଶକୁବାଇ ଏବଂ ଅନ୍ୟମାନଙ୍କୁ ସମ୍ମାନିତ କରିଛନ୍ତି। ସୋମବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ବିଜୁ ଯୁବ ବାହିନୀ ଜିଲା ସଂଯୋଜକ ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri