୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା ଯୋଗାଇଦେବା ଆନନ୍ଦ ଅତ୍ୟନ୍ତ ନିଆରା। ମହାରାଷ୍ଟ୍ରର ଶକୁବାଇ ଦେଶମୁଖ୍‌ ନାମ୍ନୀ ୮୫ ବର୍ଷୀୟା ବୃଦ୍ଧା ସେବା ଯୋଗାଇ ପ୍ରଶଂସା ସାଉଣ୍ଟିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶକୁବାଇ ହେଉଛନ୍ତି ମହାରାଷ୍ଟ୍ରର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ଶଙ୍କର ସଂସ୍ଥା ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଅନୁଗାମୀ। ଏହି ସଂସ୍ଥାର ପ୍ରାୟ ୨ହଜାର ଅନୁଗାମୀ ପୁରୀ ଆସି ଗତ କିଛିଦିନ ହେବ ବେଳାଭୂମି ସଫେଇ କରିବା ସହ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶକୁବାଇ ବେଳାଭୂମିରେ ସଫେଇ କରି ବୋଝରେ ଆବର୍ଜନା ସଂଗ୍ରହ କରୁଥିବା ଫଟୋକୁ ଜିଲାପାଳ ବଲୱନ୍ତ ସିଂ ଟୁଇଟ୍‌ କରିବା ପରେ ଏହା ଭାଇରାଲ ହୋଇଛି।
ନାସିକ ଜିଲା ଦେଏନ୍ଦା ତାଲୁକ ଅନ୍ତର୍ଗତ କୁମ୍ଭାରଡ଼ି ଗଁାରେ ଶକୁବାଇଙ୍କ ଜନ୍ମ। ସଂସାର କହିଲେ ୩ପୁଅ ଓ ୫ଝିଅ। ସାନଝିଅ ବର୍ଷକର ହୋଇଥିବାବେଳେ ସ୍ବାମୀ ଭୈରବ ଦେଶମୁଖଙ୍କ ପରଲୋକ ଘଟିଥିଲା। ପୈତୃକ ୬ଏକର ଜମିରେ ଜଣେ ସଫଳ ମହିଳା ଚାଷୀ ଭାବେ ଅକ୍ଲାନ୍ତ ପରିଶ୍ରମ କରି ମକା ଓ ବାଜରା ଚାଷ କରି ଗୁଜୁରାଣ ମେଣ୍ଟାଇଛନ୍ତି। ବର୍ତ୍ତମାନ ତାଙ୍କର ୩ ପୁଅ ଜଣେ ଜଣେ ସଫଳ ଚାଷୀ। ତାଙ୍କର ୮ ନାତି ଓ ୧୫ ନାତୁଣୀଙ୍କୁ ନେଇ ହସିଲା ସଂସାର। ମାତ୍ର ୧ ମାସ ପାଇଁ ସେ ଏଲୋରାସ୍ଥିତ ଆଶ୍ରମକୁ ଆସି ସେବା ଦେବା ପାଇଁ ମନସ୍ଥ କରିଥିଲେ ସୁଦ୍ଧା ୧୧ମାସ ଧରି ଆଶ୍ରମର ଗୁରୁକୂଳ ଛାତ୍ରୀଛାତ୍ରଙ୍କ ସେବା ଯତ୍ନ କରିଛନ୍ତି। ପୁରୀ ବୁଲିବାକୁ ଆସି ବେଶ୍‌ ଖୁସି ଥିବା ଶକୁବାଇ ପରିବେଶକୁ ସୁନ୍ଦର ଭାବେ ଗଢି ତୋଳିବାକୁ ବାର୍ତ୍ତା ଦେଇଛନ୍ତି। ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ତାଙ୍କ ପ୍ରୟାସ ଭବିଷ୍ୟତ ପିଢି ପାଇଁ ପ୍ରେରଣାଦାୟୀ ହୋଇରହିବ ବୋଲି ଜିଲାପାଳ କହିଛନ୍ତି। ଏହି ଅବସରରେ ଜିଲାପାଳ ଶକୁବାଇ ଏବଂ ଅନ୍ୟମାନଙ୍କୁ ସମ୍ମାନିତ କରିଛନ୍ତି। ସୋମବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ବିଜୁ ଯୁବ ବାହିନୀ ଜିଲା ସଂଯୋଜକ ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri