ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ ଯାଆନ୍ତି, ତେବେ ତାଙ୍କୁ କ୍ଷମା କରିଦେବେ, କାରଣ ତାଙ୍କୁ ପ୍ରବଳ ଜ୍ୱର ଏବଂ ବଡି ପେନ୍ ହେଉଛି।
ସେ ଏକ୍ସ (X) ରେ ଲେଖିଛନ୍ତି, ‘ମୋତେ କିଛି ଦିନ ହେବ ଜ୍ୱର ଏବଂ ବଡି ପେନ୍ ହେଉଛି, କିନ୍ତୁ ପେନକିଲର ଖାଇ କାମ ଚଳାଇ ନେଉଛି। ଯଦି ଆଜି ମୁଁ ଜନ୍ତର-ମନ୍ତରରେ ଦେଖା ନ ଯାଏ, ତେବେ କ୍ଷମା କରିବେ। ସୁସ୍ଥ ହେବା ପାଇଁ ମୋତେ କିଛି ଘଣ୍ଟା ବିଶ୍ରାମ ନେବାର ଆବଶ୍ୟକତା ଅଛି। ସନ୍ଧ୍ୟା ସୁଦ୍ଧା ମୁଁ ବିରୋଧ-ପ୍ରଦର୍ଶନ ସ୍ଥଳକୁ ଫେରିଆସିବି।’
I’ve been down with a fever and severe body pain for the last few days, but I’ve been pushing through with painkillers.
My apologies if you don’t see me at Jantar Mantar today. I need to get a few hours of rest and recover.
Will be back at the protest site by evening.
— Abhijeet Dipke (@abhijeet_dipke) July 23, 2026

