୮,୧୨୬ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଏହାକୁ ଅନୁମୋଦନ ପାଇଁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ତେବେ ଏହାକୁ ଚଳିତ ପୂର୍ଣ୍ଣାଙ୍ଗ ବଜେଟର ୧୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି। ଗତବର୍ଷର ଅତିରିକ୍ତ ବଜେଟଠାରୁ ଏହା ପ୍ରାୟ ୩୫ ପ୍ରତିଶତ କମ୍‌ ରହିଛି। ୨୦୧୮-୧୯ରେ ରାଜ୍ୟ ସରକାର ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଥିଲେ। ଚଳିତ ପୂର୍ଣ୍ଣାଙ୍ଗ ବଜେଟର ପ୍ରସ୍ତୁତି ଠିକ୍‌ ରହିଥିବାରୁ ଅତିରିକ୍ତ ବଜେଟର ଆକାର ୧୦ ପ୍ରତିଶତରୁ କମ୍‌ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବଜେଟରେ ଭିତ୍ତିଭୂମି, କୃଷି, ସ୍ବାସ୍ଥ୍ୟ, ସାମାଜିକ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ କୌଣସି ନୂତନ ଯୋଜନା ପାଇଁ ବ୍ୟୟବରାଦ କରାଯାଇନାହିଁ। ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ଏଥିରେ ବ୍ୟୟବରାଦ କରାଯାଇଛି। ସେହିପରି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟରେ ପୌରସଂସ୍ଥାଗୁଡିକ ଲାଗି ଅତିରିକ୍ତ ବ୍ୟୟବରାଦ କରାଯାଇଛି।
ରାଜ୍ୟର ମୋଟ୍‌ ଋଣଭାର ୮୩ ହଜାର ୩୦୭ କୋଟି ଟଙ୍କା ରହିଛି। ରାଜ୍ୟ ସରକାର ଚଳିତ ବର୍ଷ ଖର୍ଚ୍ଚ ତୁଲାଇବା ପାଇଁ ଖୋଲା ବଜାରରୁ ୩ ହଜାର ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ସପ୍ତମ ବେତନ କମିଶନ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ବକେୟା ଦେବା ପାଇଁ ସରକାର ସ୍ବତନ୍ତ୍ର ବ୍ୟୟବରାଦ କରି ନ ଥିଲେ ମଧ୍ୟ ରାଜକୋଷରେ ଏଥିପାଇଁ ଅର୍ଥ ରହିଛି। ସରକାର ଚାହିଁଲେ ଦେଇପାରିବେ ବୋଲି ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା କହିଛନ୍ତି। ରାଜ୍ୟର ଆର୍ଥିକ ଅବସ୍ଥା ଭଲ ରହିଛି। ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୫ ପ୍ରତିଶତ ଯାଏ ଋଣ କରିହେବ। ଏ ପର୍ଯ୍ୟନ୍ତ ରାଜ୍ୟରେ ଜିଏସ୍‌ଡିପିର ୧୫.୪ ପ୍ରତିଶତ ଋଣଭାର ରହିଛି ବୋଲି ଅର୍ଥ ସଚିବ କହିଛନ୍ତି।
ଅତିରିକ୍ତ ବଜେଟର ୮,୧୨୬.୩୨ କୋଟି ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୨୬୭.୨୩ କୋଟି, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭,୪୩୨.୮୦, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬.୫୨ କୋଟି ଏବଂ ରାଜ୍ୟ ବଜେଟରୁ ବିଭିନ୍ନ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ୪୧୯.୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏହି ଖର୍ଚ୍ଚ ତୁଲାଇବାକୁ ସହବନ୍ଧିତ ସମ୍ବଳ ସୂତ୍ରରୁ ୨,୯୮୧.୮୮ କୋଟି, ଅଣସହବନ୍ଧିତ ସମ୍ବଳରୁ ୧ ହଜାର କୋଟି ଏବଂ ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ୪,୧୪୪.୫୦ କୋଟି ଟଙ୍କାରୁ ସମ୍ବଳ ସଂଗ୍ରହ କରାଯିବ।
ଅତିରିକ୍ତ ବଜେଟରେ ପୌର ନିର୍ବାଚନ ପାଇଁ ଇଭିଏମ୍‌ କିଣାଯିବାକୁ ୧୬.୧୧ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଡାକ୍ତରଖାନାଗୁଡ଼ିକର ମ୍ୟୁନିସିପାଲିଟି ଟିକସ ଦେୟ ବାବଦକୁ ୨୪.୮୪ କୋଟି ଟଙ୍କା ବରାଦ କରାଯାଇଛି। ସ୍ଥାନୀୟ ପୌରସଂସ୍ଥା ପାଇଁ ୪୨୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅଟକଳ କରାଯାଇଛି। ବିଧାନସଭା ପରିସରରେ ନିର୍ମାଣ ଓ ନବୀକରଣ ଲାଗି ୮.୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ମୋ ସରକାର ଯୋଜନାରେ ଥାନାଗୁଡ଼ିକରେ ଖର୍ଚ୍ଚ ପାଇଁ ୬୪ କୋଟି, ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ପାଇଁ ୫.୭୯ କୋଟି, ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ପାଇଁ ୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆରଏଫ୍‌)କୁ ଅତିରିକ୍ତ ବଜେଟରୁ ୬.୫୨ କୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ଲାଗି ୫୨୭.୪୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମ୍‌ ବାବଦକୁ ୧୯୦ କୋଟିି, ୧ ଟଙ୍କିଆ ଚାଉଳ ବଣ୍ଟନ ପାଇଁ ୧୮୫.୫୨ କୋଟି, ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ପାଇଁ ୧୦ କୋଟି, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧.୫୬ କୋଟିି, ଜନସ୍ବାସ୍ଥ୍ୟ ସେବା ପାଇଁ ୪୫୯ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୩୭୦ କୋଟି, ନିର୍ମଳ ଯୋଜନା ପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମହିଳା ଓ ଶିଶୁ ବିକାଶ ପାଇଁ ୨୬୦.୯୦ କୋଟି ବ୍ୟୟବରାଦ କରାଯାଇଛି। ସେଥିରୁ ଅତିରିକ୍ତ ପୁଷ୍ଟି କାର୍ଯ୍ୟକ୍ରମ ପାଇଁ ୧୯୦.୨୮ କୋଟି, ଅଙ୍ଗନଓ୍ବାଡି କେନ୍ଦ୍ରର ମରାମତି ପାଇଁ ୧୧.୮୦ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୧୪.୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ୍‌ ୧୦୭୩.୦୩ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮.୫୫ କୋଟି, ବସୁଧା ଯୋଜନାରେ ପାଇପ୍‌ ଜଳଯୋଗାଣ ପାଇଁ ୩୬୦ କୋଟି, ଜାତୀୟ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଯୋଜନା ପାଇଁ ୧୦୦ କୋଟି, ଏନ୍‌ଆର୍‌ଏଲ୍‌ଏମ୍‌ ଯୋଜନା ଅନ୍ତର୍ଗତ ଜୀବିକା ସୃଷ୍ଟି ପାଇଁ ୨୦୦.୫୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬.୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଭିତ୍ତିଭୂମି ଓ ଶିଳ୍ପକ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୬୨୩.୩୫ କୋଟି, ଆର୍‌ଜିଜିଭିଓ୍ବାଇ ପାଇଁ ୮୦୦ କୋଟି, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୧୬୬.୫୦ କୋଟି, ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri